ସିବିଆଇ ନୋଟିସ୍‌ ପ୍ରସଙ୍ଗରେ ଏମିତି କହିଲେ ଅରୁଣ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, February 1, 2019

ସିବିଆଇ ନୋଟିସ୍‌ ପ୍ରସଙ୍ଗରେ ଏମିତି କହିଲେ ଅରୁଣ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବିଜେଡିର ଦୁଇ ପ୍ରଭାବଶାଳୀ ନେତା ହେଉଛନ୍ତି ପୂର୍ବତନ ମନ୍ତ୍ରୀ ଅରୁଣ କୁମାର ସାହୁ ଓ ଅତନୁ ସବ୍ୟସାଚୀ ନାୟକ। ଦଳ ଭିତରେ ଏମାନଙ୍କ ଦବ୍‌ଦବା ବହୁତ ରହିଛି। ସବୁ କ୍ଷେତ୍ରରେ ଏମାନେ ଆଗରେ ରହିଥାଆନ୍ତି। ଏବେ ସେମାନଙ୍କ ଉପରେ ସିବିଆଇ ଖଣ୍ଡା ଝୁଲୁଥିବା ଆଲୋଚନା ହେଉଛି।

ଦୁଇଦିନ ତଳେ ସିବିଆଇ ଏହି ଦୁଇ ନେତାଙ୍କୁ ନୋଟିସ୍‌ କରିଥିବା ବେଳେ ସେମାନେ କୁଆଡ଼େ ହାଜର ହେଉନାହାନ୍ତି। ଯାହାକୁ ନେଇ ରାଜ୍ୟ ରାଜନୀତିରେ ହଇଚଇ ସୃଷ୍ଟି ହୋଇଥିବା ବେଳେ ଗତକାଲି ପର୍ଯ୍ୟନ୍ତ ଏହି ଦୁଇ ନେତା ମୁହଁ ଖୋଲିନଥିଲେ। ତେବେ ଆଜି ନୟାଗଡ଼ ମଣି ଅରୁଣ ବାବୁ ମୁହଁ ଖୋଲିଛନ୍ତି।

ସିବିଆଇ ନୋଟିସ୍‌ ପ୍ରସଙ୍ଗରେ ଅରୁଣ କହିଛନ୍ତି-“ଖୁବ୍‌ ଶୀଘ୍ର ସିବିଆଇ ନିକଟରେ ଉପସ୍ଥିତ ହୋଇ ଉତ୍ତର ରଖିବି। ୪ ବର୍ଷ ପରେ ନୋଟିସ୍‌ ଆସିଥିବାରୁ ମୋ ମନରେ ମଧ୍ୟ ଉତ୍କଣ୍ଠା ଅଛି।”
ଚିଟ୍‌ଫଣ୍ଡ୍‌ ଲିଙ୍କରେ ବିଧାୟକ ଅରୁଣ ସାହୁ ଓ ଅତନୁ ସବ୍ୟସାଚୀ ନାୟକଙ୍କୁ ପୁଣି ସମନ୍ କରିବ ସିବିଆଇ। ଜଣଙ୍କୁ ୨୮ ତାରିଖ ଓ ଅନ୍ୟଜଣକୁ ୩୦ ତାରିଖରେ ହାଜର ହେବାକୁ କୁହାଯାଇଥିଲା। ହେଲେ ସେମାନେ ହାଜର ନହେବାରୁ ଉଭୟଙ୍କୁ ପୁଣି ଥରେ ନୋଟିସ୍ କରାଯିବ ବୋଲି ସିବିଆଇର ଜଣେ ଅଧିକାରୀ କହିଛନ୍ତି।



from Odisha Reporter http://bit.ly/2S2NBPB

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages