ବିଲେଇ ରାସ୍ତା କାଟିଲେ ଶୁଭ ! - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, February 1, 2019

ବିଲେଇ ରାସ୍ତା କାଟିଲେ ଶୁଭ !

cat

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଅନେକ ସମୟରେ ଏମିତି ଦେଖିବାକୁ ମିଳେ ଯେ, ରାସ୍ତାରେ ଯିବା ସମୟରେ ଅନେକ ଥର ବିଲେଇ ରାସ୍ତା କାଟିଥାଏ। ବିଲେଇ ରାସ୍ତା କାଟିବା ଅନେକ ଲୋକ ଅଶୁଭ ମାନି ସେହି ରାସ୍ତାରେ ନ ଯାଇ ଫେରି ଆସନ୍ତି କିମ୍ବା ବାଟ ବଦଳାଇ ଦିଅନ୍ତି। ଏମିତି ବି ଦେଖିବାକୁ ମିଳେ ବିଲେଇ ରାସ୍ତା କାଟିବା ଦ୍ୱାରା ଲୋକମାନେ କିଛି ସମୟ ପାଇଁ ରହିଯାଆନ୍ତି।


କୁହାଯାଏ ବିଲେଇ ରାସ୍ତା କାଟିବା ଦ୍ୱାରା ଯେଉଁ କାମ କରିବାକୁ ଯାଉଥିବେ ସେ କାମ ପୂରା ହୋଇ ନ ଥାଏ ବା ଅଶୁଭ ହୋଇଥାଏ। କିନ୍ତୁ ସେମିତି ନୁହେଁ ।ସବୁବେଳେ ଏହା ଅଶୁଭ ହୋଇ ନ ଥାଏ। ତେବେ ବିଲେଇ ରାସ୍ତା କଟିବା କେଉଁ ପରିସ୍ଥିତିରେ ଅଶୁଭ ମନା ଯାଏ ଆସନ୍ତୁ ଜାଣିବା।

  • ଶାସ୍ତ୍ରରେ ବିଲେଇକୁ ନକରାତ୍ମକ ଉର୍ଜାର ପ୍ରତୀକ ବୋଲି କୁହାଯାଇଛି। ଏଣୁ ଯୁଆଡେ ବିଲେଇ ଯାଏ ସେଠାକାର ନକରାତ୍ମକ ଉର୍ଜା ନଷ୍ଟ ହୋଇଯାଇଥାଏ। ବିଲେଇ ସହ ବାସ୍ତୁର ମଧ୍ୟ ସମ୍ବନ୍ଧ ଅଛି। ଏହାଛଡ଼ା ଧଳା ବିଲେଇଠୁ କଳା ବିଲେଇକୁ ଅଧିକ ଅଶୁଭ ମନାଯାଏ।
  • କୁହାଯାଏ କଳା ବିଲେଇ ରାସ୍ତା କାଟିଲେ ସତେବେଳେ ଅଶୁଭ ହୋଇଥାଏ, ଯେତେବେଳେ ବାଁ ପଟରୁ ରାସ୍ତା କାଟି ସେ ଡାହାଣକୁ ଯାଉଥାଏ। ଅନ୍ୟ ପରିସ୍ଥିତିରେ ବିଲେଇର ରାସ୍ତା କାଟିବା ଶୁଭ ବୋଲି କୁହାଯାଇପାରେ। 
  • ଯେତେବେଳେ ବିଲେଇ ରସ୍ତା କାଟି ଅନ୍ୟ ପଟକୁ ଚାଲିଆସିଥାଏ ସେତେବେଳେ ସେମାନେ ତାଙ୍କ ପଛରେ ନକରାତ୍ମକ ଉର୍ଜା ଛାଡ଼ି ଦେଇଯାଆନ୍ତି।
  • ଯେତେବେଳେ ଘରେ ବିଲେଇର କାନ୍ଦିବାର ଶବ୍ଦ ଶୁଭେ କିମ୍ବା ସେମାନଙ୍କର ଝଗଡ଼ା କରିବାର ଶବ୍ଦ ଶୁଭେ ଏହାକୁ ଅଶୁଭ ବୋଲି ମନାଯାଏ। ମାନ୍ୟତା ଅନୁଯାୟୀ ଏମିତି ହେଲେ ଘରର ସଦସ୍ୟମାନଙ୍କ ଅଶୁଭ ହୋଇଥାଏ।

 



from Odisha Reporter http://bit.ly/2Rwk6R4

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages