କଥାରେ ନୁହେଁ, କାମରେ ବିଶ୍ୱାସ କରେ ମୋଦି ସରକାର: କେନ୍ଦ୍ର କୃଷିମନ୍ତ୍ରୀ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, February 26, 2019

କଥାରେ ନୁହେଁ, କାମରେ ବିଶ୍ୱାସ କରେ ମୋଦି ସରକାର: କେନ୍ଦ୍ର କୃଷିମନ୍ତ୍ରୀ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସରକାର କଥାରେ ନୁହେଁ, କାମରେ ବିଶ୍ୱାସ କରେ। ଓଡ଼ିଶା ଗସ୍ତ ସମୟରେ ଆଜି ଏହା କହିଛନ୍ତି କେନ୍ଦ୍ର କୃଷି ଓ କୃଷକ କଲ୍ୟାଣ ମନ୍ତ୍ରୀ ରାଧାମୋହନ ସିଂହ।

କଟକ ଜାତୀୟ ଧାନ ଗବେଷଣା କେନ୍ଦ୍ର ପରିସରରେ ଆୟୋଜିତ କୃଷକ ମେଳାକୁ ଉଦ୍‌ଘାଟନ କରିବା ଅବସରରେ ଶ୍ରୀ ସିଂହ କହିଛନ୍ତି-“୨୦୨୨ ମସିହା ସୁଦ୍ଧା ଦେଶବାସୀଙ୍କ ସ୍ୱପ୍ନ ପୂରଣ ହେବ। ଦେଶରେ କଚ୍ଚା ଘର ରହିବ ନାହିଁ। ପ୍ରତ୍ୟେକ ଘରକୁ ବିଜୁଳି, ଗ୍ୟାସ ସଂଯୋଗ ଓ ପିଇବା ପାଣି ଭଳି ଅତ୍ୟାବଶ୍ୟକ ସୁବିଧା ଯୋଗାଇ ଦିଆଯିବ। ପ୍ରଧାନମନ୍ତ୍ରୀ ମୋଦି କ୍ଷମତାକୁ ଆସିବା ପରେ ପ୍ରଥମେ ଘୋଷଣା କରିଥିଲେ ଯେ, ତାଙ୍କ ସରକାର ଗରିବ ଓ କୃଷକମାନଙ୍କ ପ୍ରତି ସମର୍ପିତ। ଆଜି ୫ ବର୍ଷ ପୂରଣ ହେବାକୁ ଯାଉଥିବା ବେଳେ କୃଷକମାନଙ୍କର ଆୟକୁ ଦ୍ୱି’ଗୁଣିତ କରିବା ପାଇଁ ବିଭିନ୍ନ ଯୋଜନା ପ୍ରଣୟନ କରାଯାଇଛି। ପ୍ରତ୍ୟେକ ଜମିକୁ ଜଳ ସେଚନ ସୁବିଧା, ଉନ୍ନତମାନର ବିହନ, ଚାଷ ସରଞ୍ଜାମ ଓ ନିମ ପ୍ରଲେପିତ ୟୁରିଆ ଯୋଗାଣ, ଉତ୍ପାଦିତ ପଦାର୍ଥର ବିକ୍ରି ପାଇଁ
ଇ-ନାମ, ଗ୍ରାମାଞ୍ଚଳକୁ ସଡ଼କ ସଂଯୋଗ ଭଳି କୃଷି ଗ୍ରାମାଞ୍ଚଳ ଲୋକମାନଙ୍କ ପାଇଁ ଉଦ୍ଦିଷ୍ଟ।”

ସେ ଆହୁରି କହିଛନ୍ତି,“୨୦୧୪ ମସିହା ପୂର୍ବରୁ ଦେଶରେ ଉତ୍ପାଦିତ ୟୁରିଆ ସାର ବଜାରକୁ ଆସିବା ପରିବର୍ତ୍ତେ ରାସାୟନିକ କାରଖାନାକୁ ଚାଲି ଯାଉଥିଲା। ମୋଦି ସରକାର ୟୁରିଆରେ ନିମ ପ୍ରଲେପ ଦେବା ପରେ ତାହା ବର୍ତ୍ତମାନ ଚାଷୀଙ୍କ ନିକଟରେ ପହଞ୍ଚି ପାରିଛି।”

ସମାରୋହରେ ଯୋଗଦେଇଥିବା କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି,“୩ ବର୍ଷ ଭିତରେ ଦେଶରେ ଖାଦ୍ୟ ନିରାପତ୍ତା ଉପରେ ଗୁରୁତ୍ୱ ଦିଆଯାଇ ଡାଲି ଭଳି ଶସ୍ୟର ଉତ୍ପାଦନ କରାଯାଉଛି। ଅମଳ ପରେ ପରିତ୍ୟକ୍ତ ନଡ଼ା, କୁଟା ଓ ଗୋବର ଆଦିରୁ ଗ୍ୟାସ ବାହାର କରାଯାଇ କୃଷକ ପାଇଁ ଅତିରିକ୍ତ ରୋଜଗାରର ସୁବିଧା ଦିଗରେ ସରକାର କାର୍ଯ୍ୟ କରୁଛନ୍ତି। ପିଏମ୍‌ କିଷାନ ଯୋଜନାରେ ୧୨ କୋଟି ଚାଷୀଙ୍କୁ ସାମିଲ କରାଯାଇଛି। ଏଥିପାଇଁ ବାର୍ଷିକ ୭୫ ହଜାର କୋଟି ଟଙ୍କା କେନ୍ଦ୍ର ସରକାର ଖର୍ଚ୍ଚ କରିବେ। ଏବେ ନୂଆ ଅର୍ଥନୀତି ପ୍ରସ୍ତୁତ କରାଯାଇ ଚାଷୀର ରୋଜଗାରକୁ ଦ୍ୱି’ଗୁଣିତ କରିବା ପାଇଁ ଉଦ୍ୟମ କରାଯାଉଛି।”

ପରେ ଦୁଇ କେନ୍ଦ୍ରମନ୍ତ୍ରୀ କଟକ ରେଳଷ୍ଟେସନର ସମ୍ମୁଖ ଭାଗ ଓ ପ୍ରବେଶ ପଥର ଆଧୁନିକୀକରଣ ଏବଂ ସୌନ୍ଦର୍ଯ୍ୟକରଣ, କଟକ ଅରୁଣୋଦୟ ମାର୍କେଟରେ ନୂତନ ଡାକଘର ଭବନକୁ ରାଷ୍ଟ୍ର ଉଦ୍ଦେଶ୍ୟରେ ସମର୍ପଣ କରିଛନ୍ତି।



from Odisha Reporter https://ift.tt/2XpeAnK

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages