
ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଓଡ଼ିଶାର ଚାଷୀମାନେ ହେଉଛନ୍ତି ଓବିସି ବର୍ଗର। କୁଲତା, ଅଗରିଆ, କୁମ୍ଭାର, ମହାନ୍ତ, ବାରିକ ଓ ଗୋପାଳମାନଙ୍କ ପରି ରାଜ୍ୟରେ ଅନେକ ଓବିସି ବର୍ଗର ଚାଷୀ ଅଛନ୍ତି। କିନ୍ତୁ ଏମାନଙ୍କୁ ୧୯ବର୍ଷର ନବୀନ ପଟ୍ଟନାୟକଙ୍କ ସରକାର ପାଠପଢ଼ା ଓ ଚାକିରିରେ ସଂରକ୍ଷଣ ଦେଲେନାହିଁ। ଆଜି ଏପରି ଢଙ୍ଗରେ ରାଜ୍ୟ ସରକାରଙ୍କୁ କଡ଼ା ସମାଲୋଚନା କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।
ଶ୍ରୀ ପ୍ରଧାନ କହିଛନ୍ତି-“ଭାରତ ସରକାର ସାଧାରଣ ବର୍ଗର ଆର୍ଥିକ ପଛୁଆ ପରିବାରଙ୍କ ପାଇଁ ଆରକ୍ଷଣର ବ୍ୟବସ୍ଥା କଲେ। କିନ୍ତୁ ଓଡ଼ିଶାରେ ଏହାକୁ ଲାଗୁ କରିବା ପାଇଁ ସରକାର କୌଣସି ପଦକ୍ଷେପ ନେଲେନାହିଁ। ଦେଶରେ ଗରିବ ଲୋକଙ୍କୁ ଯେଉଁ ସାମ୍ବିଧାନିକ ଅଧିକାର ମିଳୁଛି, ପଛୁଆ ଜାତି ଲୋକଙ୍କୁ ଓ ଚାଷୀଙ୍କୁ ଯେଉଁ ଅଧିକାର ମିଳୁଛି, ତାହା ଦେବାକୁ ରାଜ୍ୟ ସରକାରଙ୍କ ଇଚ୍ଛା ନାହିଁ। ଏହା କେବଳ ସ୍ଲୋଗାନ ଓ ପ୍ରହେଳିକା।”
ସେ କହିଛନ୍ତି-“ଓଡ଼ିଶାରେ ଭୂମିହୀନ ଓ ଭାଗ ଚାଷୀଙ୍କ ତାଲିକା ତିଆରି ହୋଇପାରି ନାହିଁ। କିନ୍ତୁ ସରକାର ବଡ଼ ପାଟିରେ ଭୂମିହୀନ ଓ ଭାଗଚାଷୀଙ୍କୁ ଲାଭ ଦେବା କଥା କହୁଛନ୍ତି। ଏନ୍ଆର୍ଇଜିଏସ୍ ଯୋଜନାରେ ଭୂମିହୀନ କୃଷି ଶ୍ରମିକମାନଙ୍କୁ ଟଙ୍କା ଦେବାର ବ୍ୟବସ୍ଥା ଅଛି। ଭାରତ ସରକାରଙ୍କ ସେହି ଟଙ୍କାକୁ ରାଜ୍ୟ ସରକାର ନିଜର ଟଙ୍କା କହି ଓଡ଼ିଶାରେ ଦେବାରେ ସିଦ୍ଧହସ୍ତ।”
ଶ୍ରୀ ପ୍ରଧାନ ଆହୁରି କରିଛନ୍ତି-“ରାଜ୍ୟ ସରକାର ଅପାରଗ। ଲୋକେ ଏହା ବିରୋଧରେ ମାତିଲେଣି। ନବ ନିର୍ମାଣ ସଂଗଠନର ଚାଷୀ ଭାଇମାନେ ଆନ୍ଦୋଳନ କଲେ। ସରକାରଙ୍କୁ କାହିଁକି ଡର ଲାଗୁଛି? ରାଜ୍ୟର ଚାଷୀ ଗାଁ ଲୋକ, ଯୁବକ, ମହିଳା ଏକାଠି ହେଲେ କାହିଁକି ରାଜ୍ୟ ସରକାର ଡ଼ରୁଛନ୍ତି? ସତରେ ଲୋକଙ୍କ ପାଇଁ କାମ କରିଥିଲେ ଲୋକ ଆଶୀର୍ବାଦ କରିବେ। ଓଡ଼ିଆ ଲୋକଙ୍କ ମୁଣ୍ଡ ଉପରେ ଋଣ ଭାର ୧ ଲକ୍ଷ କୋଟି ଟଙ୍କା ହେଲାଣି। କିନ୍ତୁ ପ୍ରଚାର ସର୍ବସ୍ୱ ସରକାର ମିଛ କହିବାରୁ ନିବୃତ୍ତ ରହୁନାହାନ୍ତି।”
from Odisha Reporter https://ift.tt/2U8ZS2f
No comments:
Post a Comment