
ଅଶୋକନଗର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ୨୦୧୮ରେ ଏକ ଟିପ୍ପଣୀ ଚର୍ଚ୍ଚାରେ ରହିଥିଲେ। ଯେଉଁଥିରେ ସେ କହିଥିଲେ, ‘ପକୁଡ଼ି ବିକ୍ରି କରିବା ରୋଜଗାର ସହିତ ସମାନ’ କହିଥିଲେ। ମୋଦିଙ୍କର ଏହି ଟିପ୍ପଣୀକୁ ଗତ ଗୁରୁବାର କଂଗ୍ରେସ ନେତା ଜ୍ୟୋତିରାଦିତ୍ୟ ସିନ୍ଧିଆ କଟାକ୍ଷ କରିଛନ୍ତି। ଗୁରୁବାର ସୋଶାଲ ମିଡିଆରେ ସେ ଏକ ଭିଡିଓ ପୋଷ୍ଟ କରିଛନ୍ତି। ଯେଉଁଥିରେ ସେ ସିଙ୍ଗଡ଼ା ଛାଣୁଥିବା ଦେଖିବାକୁ ମିଳିଛି।
ଏକ ସର୍ଭେ ରିପୋର୍ଟ ଅନୁସାରେ ୪୫ ବର୍ଷ ଭିତିରେ ୨୦୧୭-୧୮ରେ ବେକାରୀ ସମସ୍ୟା ଦେଶରେ ସବୁଠାରୁ ଉଚ୍ଚରେ ରହିଛି। ଏହି ରିପୋର୍ଟ ଗଣମାଧ୍ୟମରେ ପ୍ରକାଶ ପାଇଥିଲା। ଏହାକୁ ନେଇ ବିରୋଧୀ ମୋଦି ସରକାରଙ୍କୁ ଘେରୁଛନ୍ତି। ଏପରି ସ୍ଥିତିରେ ସିନ୍ଧିଆ ସିଙ୍ଗଡ଼ା ଛାଣିବା ଭିଡିଓ ସୋଶାଲ ମିଡିଆରେ ପୋଷ୍ଟ କରିଛନ୍ତି। ଏଥିରେ ସେ ଲେଖିଛନ୍ତି, “ଯେଉଁମାନଙ୍କୁ ପକୁଡି ପସନ୍ଦ ନୁହେଁ, ସେମାନଙ୍କ ପାଇଁ ସିଙ୍ଗଡା ପ୍ରସ୍ତୁତ ଅଛି।”
ବିଶେଷ କରି ମୋଦିଙ୍କୁ ଟାର୍ଗେଟ୍ କରି ସେ ଏହି ପୋଷ୍ଟ କରିଛନ୍ତି। ଯାହା ଏବେ ଭାଇରାଲ୍ ହେବାରେ ଲାଗିଛି।
୨୦୧୮ରେ ଜି ନ୍ୟୁଜ୍କୁ ସାକ୍ଷାତକାର ଦେଇ ମୋଦି କହିଥିଲେ, “ଯଦି କୌଣସି ବ୍ୟକ୍ତି ଆପଣଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପକୁଡ଼ି ଦୋକାନ ଖୋଲିବ, ତେବେ ତାହା କ’ଣ ରୋଜଗାର ନୁହେଁ? କୌଣସି ବ୍ୟକ୍ତି ଦିନକୁ ୨୦୦ ଟଙ୍କା ରୋଜଗାର କଲେ ତାହା କୌଣସି ଆକାଉଣ୍ଟକୁ ଆସିନଥାଏ। ସତ କଥା ହେଉଛି ଏକ ବଡ଼ ସଂଖ୍ୟାରେ ଲୋକ କାର୍ଯ୍ୟରତ ହୋଇଥାନ୍ତି।”
जिनको पकोड़े नहीं पसंद, उनके लिए आज समोसे तैयार किए।
आशा करता हूँ आप सबको मेरे हाथ के बने समोसे अच्छे लगे होंगे। वैसे तो समोसे तीखे ही अच्छे लगते हैं, फिर भी किसी को मिर्ची लगी तो उसके लिए माफ़ी। pic.twitter.com/ePFEtvhU98— Jyotiraditya Scindia (@JM_Scindia) January 31, 2019
from Odisha Reporter http://bit.ly/2WDTdib
No comments:
Post a Comment