ଆସିଲାନି ଗାଡ଼ି, ତାତିଲେ ମହିଳା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, February 3, 2019

ଆସିଲାନି ଗାଡ଼ି, ତାତିଲେ ମହିଳା

ଆନନ୍ଦପୁର(ମୁନା ସିଂ): ‘କାଳିଆ’ ସମାବେଶକୁ ଯାଇ ନପାରି ତାତିଲେ ମହିଳା। ଫଳରେ ୫ଟି ସ୍ଥାନରେ ରାସ୍ତା ଅବରୋଧ କଲେ। ଏପରି ଘଟଣା ଘଟିଛି କେନ୍ଦୁଝର ଜିଲ୍ଲା ଆନନ୍ଦପୁରରେ।

ଆଜି ଆନନ୍ଦପୁରର ପଣ୍ଡାପଡ଼ାରେ ‘କାଳିଆ’ ଯୋଜନା ଅନ୍ତର୍ଗତ ଏକ ବିଶାଳ ଚାଷୀ ସମାବେଶରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଦ୍‌ବୋଧନ ଦେବା ସହ ବିଭିନ୍ନ ପ୍ରକଳ୍ପର ଭିତ୍ତି ପ୍ରସ୍ତର ସ୍ଥାପନ କରିବାର କାର୍ଯ୍ୟକ୍ରମ ରହିଛି। ତେଣୁ ଗତ କିଛିଦିନ ହେଲା ଗାଡ଼ି ଓ ଲୋକ ଯୋଗାଡ଼ ପାଇଁ ଆରଟିଓଙ୍କଠାରୁ ଆରମ୍ଭ କରି ବିଡିଓଙ୍କ ପର୍ଯ୍ୟନ୍ତ ତତ୍ପରତା ପ୍ରକାଶ କରିଥିଲେ। ହେଲେ ଆଜି ସକାଳେ ବିଭିନ୍ନ ପଞ୍ଚାୟତରୁ ଲୋକମାନଙ୍କୁ ନେବା ପାଇଁ ଆସିବାକୁ ଥିବା ଗାଡ଼ି ପହଞ୍ଚି ନଥିଲା। ଫଳରେ ସ୍ୱୟଂ ସହାୟକ ଗୋଷ୍ଠୀର ମହିଳାମାନେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟକ୍ରମକୁ ଯାଇ ପାରି ନଥିଲେ। ଯାହାକୁ ନେଇ ସେମାନଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଥିଲା। ପରେ ସ୍ୱୟଂ ସହାୟକ ଗୋଷ୍ଠୀର ମହିଳାମାନେ ଓରାଲି, ହାଟଡ଼ିହି, କନ୍ଦାଡ଼, ସଢ଼ା ଓ ଢେଙ୍କାରେ ଦୀର୍ଘ ସମୟ ଧରି ରାସ୍ତା ଅବରୋଧ କରିଥିଲେ।

ପରେ କିଛି ଗାଡ଼ି ଆସି ପହଞ୍ଚି ଥିଲା। ହେଲେ ଅସନ୍ତୁଷ୍ଟ ମହିଳାଙ୍କ ମଧ୍ୟରୁ ଅଧିକାଂଶ ସମାବେଶକୁ ନଯାଇ ରାଗରେ ଘରକୁ ପଳାଇଥିଲେ। ପରେ କିଛି ମହିଳା ସମାବେଶକୁ ଯାଇଥିବା ଜଣାପଡିଛି।



from Odisha Reporter http://bit.ly/2RAey8n

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages