
ମୁମ୍ବାଇ : ବଲିଉଡ୍ ଫିଲ୍ମ ‘ଟୋଟାଲ ଧମାଲ’ ଶୁକ୍ରବାର ରିଲିଜ୍ ହୋଇଛି । ଫିଲ୍ମଟିକୁ ଭଲ ଦର୍ଶକୀୟ ପ୍ରତିକ୍ରିୟା ମିଳିବା ସହ ପ୍ରଥମ ଦିନରେ ମଧ୍ୟ ଭଲ ବ୍ୟବସାୟ କରିଛି ଏହି ଫିଲ୍ମ। ଅନ୍ୟପଟେ ଫିଲ୍ମର ପୂରା ଟିମ୍ ଫିଲ୍ମ ପ୍ରମୋସନ୍ରେ ଲାଗି ପଡ଼ିଛନ୍ତି। ଆଉ ଏହାର ପ୍ରମୋସନ୍ ସମୟରେ ଅଜୟ ଏମିତି କହିଛନ୍ତି, ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି।

କଥା ହେଉଛି ଏହି ଫିଲ୍ମରେ ଥିବା ଗୀତ ‘ମୁଙ୍ଗଡ଼ା…’ ରିଲିଜ୍ ହେବା ପରେ ବିବାଦ ଆରମ୍ଭ ହୋଇଥିଲା। ୧୯୭୮ରେ ରିଲିଜ୍ ହୋଇଥିବା ଫିଲ୍ମ ‘ଇନ୍କାର୍’ର ଏହି ଗୀତରେ ହେଲେନ୍ ଅଭିନୟ କରିଥିଲେ। ଗୀତଟିକୁ ଗାଈଥିଲେ ଲତା ମଙ୍ଗେସକର ଓ ଉଷା ମଙ୍ଗେସ୍କର । ଆଉ ଏବେ ‘ଟୋଟାଲ୍ ଧମାଲ୍’ ଫିଲ୍ମ ‘ମୁଙ୍ଗଡ଼ା’ର ରିମେକ୍ କରାଯାଇଥିବା ବେଳେ ଏଥିରେ ଅଭିନେତ୍ରୀ ସୋନାକ୍ଷୀ ସିହ୍ନା ଅଭିନୟ କରିଥିଲେ। କିନ୍ତୁ ଏହି ରିମେକ୍ ମହାନ କଣ୍ଠଶିଳ୍ପୀ ଲତା ମଙ୍ଗେସ୍କରଙ୍କ ପସନ୍ଦ ଆସି ନ ଥିଲା ।ଏହି ଗୀତ ରିମେକ୍ କରିବା ସମୟରେ ଫିଲ୍ମ ନିର୍ମାତା କାହାରି ଅନୁମତି ନେଇ ନ ଥିବା ଲତା କହିଥିଲେ।

ଘଟଣାକୁ କିଛି ଦିନ ବିତି ଯାଇଥିବା ବେଳେ ଏବେ ଏହା ଉପରେ ନିଜର ପ୍ରତିକ୍ରିୟା ରଖିଛନ୍ତି ଅଭିନେତା ଅଜୟ ଦେବଗନ୍ ।
ଲତାଜୀ ଆମଠାରୁ ବହୁତ ବଡ଼ ଏବଂ ସଙ୍ଗୀତ ବିଷୟରେ ଆମଠାରୁ ତାଙ୍କର ଜ୍ଞାନ ଅଧିକ । ଆଜିକାଲି ସବୁ ପୁରୁଣା ଗୀତର ରିମେକ୍ କରୁଥିଲେ ମଧ୍ୟ ତାହା କେତେ ଦୂର ଶ୍ରୁତିମଧୁର ହେବ ସେ ବିଷୟରେ ଭାବୁ ନାହାନ୍ତି । ଯଦି ଲତାଜୀଙ୍କୁ ଆମର ରିମେକ୍ ଖରାପ ଲାଗିଛି । ସେ ଆସି ଆମକୁ ଚାପୁଡ଼ା ମାରି ପାରିବେ । ଏପରି କରିବାର ଅଧିକାର ତାଙ୍କର ରହିଛି ।
from Odisha Reporter https://ift.tt/2tzuiyP
No comments:
Post a Comment