
ବିଶାଖାପଟ୍ଟନମ୍: ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ପ୍ରଥମ ଟି-୨୦ ମ୍ୟାଚ୍ ଏଠାରେ ଆରମ୍ଭ ହୋଇଛି। ମ୍ୟାଚ୍ରେ ଅଷ୍ଟ୍ରେଲୀୟ କ୍ୟାପଟେନ୍ ଆରୋନ୍ ଫିଞ୍ଚ୍ ଟସ୍ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଏହି ମ୍ୟାଚ୍ରେ ଭାରତୀୟ ଦଳର ଅଧିନାୟକ ଏକାଧିକ ପରିବର୍ତ୍ତନ କରିଛନ୍ତି।ଏହି ମ୍ୟାଚ୍ ଜରିଆରେ ସ୍ପିନର ମୟଙ୍କ ମାର୍କଣ୍ଡେ ଅନ୍ତର୍ଜାତୀୟ ଟି-୨୦ କ୍ରିକେଟ୍ରେ ଡେବ୍ୟୁ କରିଛନ୍ତି।
ଏହାବ୍ୟତୀତ ନ୍ୟୁଜିଲ୍ୟାଣ୍ଡରେ ଦମ୍ଦାର ବ୍ୟାଟିଂ କରିଥିବା ବିଜୟ ଶଙ୍କର ଚୂଡ଼ାନ୍ତ ଦଳରୁ ବାଦ୍ ପଡ଼ିଛନ୍ତି। ସେହିପରି ଓପନର ଶିଖର ଧୱନଙ୍କ ସ୍ଥାନରେ ଲୋକେଶ ରାହୁଲ ରୋହିତ ଶର୍ମାଙ୍କ ସହ ଇନିଂସ୍ ଓପନ୍ କରିବେ।
ତେବେ ବାକି ଖେଳାଳିଙ୍କ ମଧ୍ୟରେ ରୋହିତ, ରିଷଭ ପନ୍ତ, ମହେନ୍ଦ୍ର ସିଂହ ଧୋନି, ଦିନେଶ କାର୍ତ୍ତକ, କୃନାଲ ପାଣ୍ଡ୍ୟା, ୟୁଜବେନ୍ଦ୍ର ଚହଲ, ଉମେଶ ଯାଦବ ଓ ଜସପ୍ରୀତ୍ ବୁମ୍ରା ଚୂଡ଼ାନ୍ତ ଏକାଦଶରେ ସ୍ଥାନ ପାଇଛନ୍ତି।
ସେହିପରି ଅଷ୍ଟ୍ରେଲିଆ ପକ୍ଷରୁ ପିଟର୍ ହ୍ୟାଣ୍ଡସ୍କମ୍ବ ଟି-୨୦ ପଦାର୍ପଣ କରିଛନ୍ତି। ସେ ମଧ୍ୟ ୱିକେଟକିପର ଭୂମିକା ତୁଲାଇବେ।
from Odisha Reporter https://ift.tt/2H6owgj
No comments:
Post a Comment