ପୁଲ୍‌ୱାମାର ବଦ୍‌ଲା ବାଲାକୋଟ୍‌ରେ, ଜୈଶ୍‌ ଶିବିର ଧ୍ୱଂସ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, February 26, 2019

ପୁଲ୍‌ୱାମାର ବଦ୍‌ଲା ବାଲାକୋଟ୍‌ରେ, ଜୈଶ୍‌ ଶିବିର ଧ୍ୱଂସ

ନୂଆଦିଲ୍ଲୀ: ଆକାଶ ମାର୍ଗରୁ ଫେବୃଆରୀ ୧୪ ପୁଲ୍‌ୱାମା ଆକ୍ରମଣର ଉତ୍ତର ରଖିଛି ଭାରତ। ଭାରତୀୟ ବାୟୁ ସେନା ୧୯୭୧ ମସିହା ଯୁଦ୍ଧ ପରେ ପ୍ରଥମ ଥର ପାଇଁ ଏଲ୍‌ଓସି ପାର କରିବା ସହିତ ପାକିସ୍ତାନ ମାଟିରୁ ଭାରତରେ ଆତଙ୍କର ତାଣ୍ଡବ ରଚିଆସୁଥିବା ଏବଂ ଭାରତରେ ଆହୁରି ଆକ୍ରମଣର ଯୋଜନା କରିଥିବା ଜୈଶ-ଇ-ମହମ୍ମଦର କ୍ୟାମ୍ପ ଧ୍ୱଂସ କରିଥିବା ସୂଚନା ଦେଇଛନ୍ତି ସରକାର।

ଆଜି ପ୍ରତିଶୋଧ ପରେ ବୈଦେଶିକ ସଚିବ ବିଜୟ ଗୋଖଲେ କହିଛନ୍ତି, “ଭାରତୀୟ ବାୟୁସେନା ପାକିସ୍ତାନର ବାଲାକୋଟ୍‌ଠାରେ ଥିବା ଜୈଶ-ଇ-ମହମ୍ମଦର ସବୁଠାରୁ ବଡ଼ କ୍ୟାମ୍ପ ଧ୍ୱଂସ କରିଛି। ଏଥିରେ ବୃହତ ସଂଖ୍ୟାରେ ଆତଙ୍କବାଦୀ, ତାଲିମଦାତା, ବରିଷ୍ଠ କମାଣ୍ଡର ଏବଂ ଆକ୍ରମଣ ପାଇଁ ପ୍ରସ୍ତୁତ ହେଉଥିବା ଅନେକ ଜିହାଦୀ ଗୋଷ୍ଠୀଙ୍କ ନିପାତ କରାଯାଇଛି।”

ସେ ଆହୁରି ମଧ୍ୟ କହିଥିଲେ, ଏହି ଅଣ-ସାମରିକ ଆକ୍ରମଣରେ ବିଶେଷ କରି ଜୈଶ କ୍ୟାମ୍ପକୁ ହିଁ ଟାର୍ଗେଟ୍‌ କରାଯାଇଥିଲା। ଏହି ଗୋଷ୍ଠୀ ହିଁ ଫେବୃଆରୀ ୧୪ ଆକ୍ରମଣ ପଛରେ ମୁଖ୍ୟ ଷଡ଼ଯନ୍ତ୍ରକାରୀ ଥିଲେ। ଭରସାଯୋଗ୍ୟ ଗୁଇନ୍ଦା ସୂଚନାରୁ ଜଣାଯାଇଥିଲା ଯେ, ସେମାନେ ଭାରତର ବିଭିନ୍ନ ସ୍ଥାନରେ ପୁଣି ଏକ ଆତ୍ମଘାତୀ ଆକ୍ରମଣ ପାଇଁ ପ୍ରସ୍ତୁତ ହେଉଥିଲେ। କିଛି ଆତ୍ମଘାତୀ ଆକ୍ରମଣକାରୀଙ୍କୁ ସେଥିପାଇଁ ତାଲିମ ଦିଆଯାଉଥିଲା।

ସେ କହିଥିଲେ ଯେ, ଭାରତ ବିଭିନ୍ନ ସମୟରେ ଜୈଶ-ଇ-ମହମ୍ମଦ ଏବଂ ଅନ୍ୟ ଆତଙ୍କବାଦୀ କ୍ୟାମ୍ପ ବିରୋଧରେ ପ୍ରମାଣ ଦେଇଆସିଛୁ। ଏଗୁଡ଼ିକ ଏତେବ ବଡ଼ ଯେ, କିଛି ସମୟ ଅବଧିରେ ହିଁ ସେମାନେ ଶହ ଶହ ଆତଙ୍କବାଦୀଙ୍କୁ ତାଲିମ ଦେଇପାରିବେ। ଏହି ପଦକ୍ଷେପ ଆବଶ୍ୟକ ଥିଲା ଏବଂ ନିଆଯିବାର ହିଁ ଥିଲା।

ସେ ଏହି କ୍ୟାମ୍ପଗୁଡ଼ିକରେ ଥିବା ଆତଙ୍କବାଦୀଙ୍କ ବିଷୟରେ ସୂଚନା ଦେଇ କହିଥିଲେ, “ଏହି କ୍ୟାମ୍ପ ମାସୁଦ୍‌ ଆଝାରର ଶଳା ମୌଲାନା ୟୁସୁଫ୍‌ ଆଝାର ବା ଉସ୍ତାଦ ଘୌରୀର ନେତୃତ୍ୱରେ ଚାଲିଥିଲା। ଆମେ ଚାହୁଁଥିଲୁ ସାଧାରଣ ଲୋକଙ୍କର ଜୀବନ ନଯାଉ। ଏହି କ୍ୟାମ୍ପ ପାହାଡ଼ ଉପରେ ଘଞ୍ଚ ଜଙ୍ଗଲ ଭିତରେ ହିଁ ଥିଲା।”

ଏହି ଆକ୍ରମଣରେ ବାଲାକୋଟ୍‌, ମୁଜାଫରାବାଦ୍‌ ଏବଂ ଚାକୋଟିଠାରେ ଥିବା ଆତଙ୍କୀ ଲଞ୍ଚପ୍ୟାଡ୍‌ ଧ୍ୱଂସ କରାଯାଇଛି। କିନ୍ତୁ ପାକିସ୍ତାନ ଦର୍ଶାଉଛି କୌଣସି କ୍ଷୟ କ୍ଷତି ହୋଇନାହିଁ, କାହାର ଜୀବନ ଯାଇନାହିଁ।

ତେବେ ଏହି ଘଟଣାକୁ ନେଇ କ୍ୟାବିନେଟ୍‌ କମିଟି ବୈଠକ ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରାଷ୍ଟ୍ରପତି ରାମନାଥ କୋବିନ୍ଦ ଏବଂ ଉପରାଷ୍ଟ୍ରପତି ଭେଙ୍କୟା ନାଇଡ଼ୁଙ୍କୁ ଆକ୍ରମଣ ବାବଦରେ ସୂଚନା ଦେଇଛନ୍ତି। ସେହିଭଳି ବୈଦେଶିକ ମନ୍ତ୍ରୀ ସୁଷମା ସ୍ୱରାଜ ଆଜି ଅପରାହ୍ଣ ୫ଟା ସମୟରେ ସର୍ବଦଳୀୟ ବୈଠକ ଡାକିଛନ୍ତି। ଅନ୍ୟପକ୍ଷରେ ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ, ଭାରତୀୟ ସ୍ଥଳସେନା ମୁଖ୍ୟ ବିପିନ୍‌ ରାୱତ ଏବଂ ବାୟୁସେନା ମୁଖ୍ୟ ବିଏସ୍‌ ଧାନୋଆ ଏହି ଆକ୍ରମଣ ପରେ ସୀମାର ସ୍ଥିତି ଅନୁଧ୍ୟାନ କରୁଛନ୍ତି।



from Odisha Reporter https://ift.tt/2U8RMGA

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages