ପ୍ରଥମ ଟି-୨୦ରେ ଭାରତର ଶୋଚନୀୟ ପରାଜୟ, ରେକର୍ଡ ବଜାୟ ରଖିଲା ନ୍ୟୁଜିଲ୍ୟାଣ୍ଡ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, February 6, 2019

ପ୍ରଥମ ଟି-୨୦ରେ ଭାରତର ଶୋଚନୀୟ ପରାଜୟ, ରେକର୍ଡ ବଜାୟ ରଖିଲା ନ୍ୟୁଜିଲ୍ୟାଣ୍ଡ

ୱେଲିଙ୍ଗଟନ୍‌: ଇତିହାସ ବଦଳାଇବାରେ ସକ୍ଷମ ହୋଇପାରି ନାହାନ୍ତି ଟିମ୍‌ ଇଣ୍ଡିଆର ଅଧିନାୟକ ରୋହିତ ଶର୍ମା। ନ୍ୟୁଜିଲ୍ୟାଣ୍ଡକୁ ତା’ ଘରୋଇ ମାଟିରେ ପ୍ରଥମ ଥର ପରାସ୍ତ କରିବାକୁ ଟିମ୍‌ ଇଣ୍ଡିଆ ଯେଉଁ ଲକ୍ଷ୍ୟ ରଖିଥିଲା ଏଥିରେ ରୋହିତ ସେନା ବିଫଳ ହୋଇଛି।

ପ୍ରଥମ ଟି-୨୦ ମ୍ୟାଚ୍‌ରେ ଘରୋଇ ନ୍ୟୁଜିଲ୍ୟାଣ୍ଡ ଦମଦାର ଖେଳ ପ୍ରଦର୍ଶନ କରି ଟିମ୍‌ ଇଣ୍ଡିଆକୁ ବିଶାଳ ୮୦ ରନ୍‌ରେ ଶୋଚନୀୟ ଭାବେ ପରାସ୍ତ କରିଛି। ଏହି ବିଜୟ ସହ କିୱି ଟିମ୍‌ ଭାରତ ବିପକ୍ଷରେ ତା’ର ବିଜୟ ଧାରା ଅବ୍ୟାହତ ରଖିବାରେ ସକ୍ଷମ ହୋଇଛି।

ପ୍ରଥମେ ନ୍ୟୁଜିଲ୍ୟାଣ୍ଡ ପକ୍ଷରୁ ଓପନର ଟିମ୍‌ ସେଇଫର୍ଟଙ୍କ ବିସ୍ଫୋରକ ୪୩ ବଲ୍‌ରେ ୮୪ ଓ ପରେ ବୋଲରଙ୍କ ଶାଣିତ ବୋଲିଂ ଆଗରେ ରୋହିତ ସେନା ଚିତପଟାଙ୍ଗ ମାରିଛି। ନ୍ୟୁଜିଲ୍ୟାଣ୍ଡ ଦେଇଥିବା ବିଶାଳ ୨୨୦ ରନ୍‌ର ପିଛା କରି ଟିମ୍‌ ଇଣ୍ଡିଆ ମାତ୍ର ୧୩୯ ରନ୍‌ରେ ଅଲଆଉଟ୍‌ ହୋଇଯାଇଛି। ଫଳରେ ପ୍ରଥମ ମ୍ୟାଚ୍‌କୁ ଘରୋଇ ନ୍ୟୁଜିଲ୍ୟାଣ୍ଡ ୮୦ ରନ୍‌ରେ ଜିତି ନେଇଛି।

ଏଥିସହ ୩ଟିକିଆ ଟି-୨୦ ସିରିଜ୍‌ରେ ନ୍ୟୁଜିଲ୍ୟାଣ୍ଡ ୧-୦ରେ ଆଗୁଆ ହୋଇଯାଇଛି। ବିସ୍ଫୋରକ ଇନିଂସ୍‌ ଖେଳିଥିବା ସେଇଫର୍ଟଙ୍କୁ ମ୍ୟାନ୍‌ ଅଫ୍‌ ଦି ମ୍ୟାଚ୍‌ ବିବେଚିତ କରାଯାଇଛି।

ନ୍ୟୁଜିଲ୍ୟାଣ୍ଡ ଦେଇଥିବା ୨୨୦ ରନ୍‌ ପିଛା କରିବାକୁ ପଡ଼ିଆକୁ ଓହ୍ଲାଇଥିବା ଟିମ୍‌ ଇଣ୍ଡିଆ ନିୟମିତ କ୍ରମରେ ୱିକେଟ୍‌ ହରାଇ ଚାଲିଥିଲା। ଅଧିନାୟକ ତଥା ଓପନର ରୋହିତ ଶର୍ମା ମାତ୍ର ୧ ରନ୍‌ କରି ପ୍ରଥମେ ପ୍ୟାଭିଲିୟନ ଫେରିଥିଲେ। ଏହାପରେ ଶିଖର ଧୱନ୍‌ ବଡ଼ ଶଟ୍‌ ଖେଳିବା ଲୋଭରେ ୨୯ ରନ୍‌ କରି ଲୁକି ଫରଗୁସନ୍‌ଙ୍କ ବଲ୍‌ରେ ଆଉଟ୍‌ ହୋଇଥିଲେ।

ପରେ ବିଜୟ ଶଙ୍କର ୨୭, ରିଷଭ ପନ୍ତ ୪, ଦୀନେଶ କାର୍ତ୍ତିକ ୫, ହାର୍ଦ୍ଦିକ ପାଣ୍ଡ୍ୟା ୪ ରନ୍‌ କରି ଜଣଙ୍କ ପରେ ଜଣେ ଆଉଟ୍‌ ହୋଇଥିଲେ। ତେବେ ମହେନ୍ଦ୍ର ସିଂହ ଧୋନି ପୁଣି ନିଜର ଅଭିଜ୍ଞତାର ପରିଚୟ ଦେଇ କୃନାଲ ପାଣ୍ଡ୍ୟାଙ୍କ ସହ ମିଶି ସ୍ଥିତି ସମ୍ଭାଳିବାକୁ ଚେଷ୍ଟା କରିଥିଲେ। ହେଲେ ଆବଶ୍ୟକ ରନ୍‌ ରେଟ୍‌ ଓଭର ପିଛା ୧୫ ପାଖରେ ପହଞ୍ଚିବାରୁ କୃନାଲ ବଡ଼ ଶଟ୍‌ ଖେଳିବା ଲକ୍ଷ୍ୟରେ ୨୦ ରନ୍‌ କରି ଆଉଟ୍‌ ହୋଇଥିଲେ।

ଏହାପରେ ଭୁବନେଶ୍ୱର କୁମାର ୧ ରନ୍‌ କରି ଧୋନିଙ୍କ ହାତ ଛାଡ଼ି ଦେଇଥିଲେ। ଧୋନି ଭାରତର ୯ ନଂ ବ୍ୟାଟସ୍‌ମ୍ୟାନ୍‌ ଭାବେ ୩୯ ରନ୍‌ କରି ଶେଷରେ ପ୍ୟାଭିଲିୟନ ଫେରିଥିଲେ। ଶେଷ ୱିକେଟ୍‌ ଭାବେ ଚହଲଙ୍କୁ ଡ୍ୟାରଲି ମିଚେଲ୍‌ ଆଉଟ୍‌ କରି ଭାରତୀୟ ଇନିଂସ୍‌ରେ ପୂର୍ଣ୍ଣଚ୍ଛେଦ ଟାଣିଥିଲେ। ଟିମ୍ ଇଣ୍ଡିଆ ୧୯.୨ ଓଭର୍‌ରେ ୧୩୯ ରନ୍‌ କରି ଅଲଆଉଟ୍‌ ହୋଇଯାଇଥିଲା।

ନ୍ୟୁଜିଲ୍ୟାଣ୍ଡ ପକ୍ଷରୁ ଟିମ୍‌ ସାଉଦି ସର୍ବଧିକ ୩ଟି ୱିକେଟ୍‌ ନେଇଥିବା ବେଳେ ଲୁକି ଫରଗୁସନ, ମିଚେଲ ସାଣ୍ଟନର ଓ ଈଶ ଶୋଢ଼ି ଦୁଇଟି ଲେଖାଏ ୱିକେଟ୍‌ ପାଇଛନ୍ତି। ସେହିପରି ଡ୍ୟାରଲି ମିଚେଲ୍‌ ଗୋଟିଏ ୱିକେଟ୍‌ ପାଇଛନ୍ତି।

ଏହାପୂର୍ବରୁ ନ୍ୟୁଜିଲ୍ୟାଣ୍ଡ ଟିମ୍‌ ସେଇଫର୍ଟଙ୍କ ୮୪, ମନରୋ ଓ ୱିଲିମସନ୍‌ଙ୍କ ୩୪ ରନ୍‌ ଲେଖାଏ ସହଯୋଗରେ ନିର୍ଦ୍ଧାରିତ ୨୦ ଓଭରରେ ୬ ୱିକେଟ୍‌ ହରାଇ ୨୧୯ କରିଥିଲା।

ଶୁକ୍ରବାର ଦ୍ୱିତୀୟ ଟି-୨୦ ମ୍ୟାଚ୍‌ ଖେଳାଯିବ।



from Odisha Reporter http://bit.ly/2SrdlEX

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages