ପତ୍ନୀଙ୍କ ସହ ପରକୀୟା ପ୍ରୀତିକୁ ବିରୋଧ କରିବାରୁ ଡ୍ରାଇଭରଙ୍କୁ ୫୦୦ ଖଣ୍ଡରେ କାଟିଲେ ଡାକ୍ତର - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, February 6, 2019

ପତ୍ନୀଙ୍କ ସହ ପରକୀୟା ପ୍ରୀତିକୁ ବିରୋଧ କରିବାରୁ ଡ୍ରାଇଭରଙ୍କୁ ୫୦୦ ଖଣ୍ଡରେ କାଟିଲେ ଡାକ୍ତର

ହୋଶାଙ୍ଗାବାଦ: ମଧ୍ୟପ୍ରଦେଶ ହୋଶାଙ୍ଗାବାଦର ଜଣେ ଡାକ୍ତର ଜଣେ ଡ୍ରାଇଭରକୁ ଖଣ୍ଡ ଖଣ୍ଡ କରି ୫୦୦ ଖଣ୍ଡରେ କାଟିବା ସହିତ ଏହାର ପ୍ରମାଣ ନଷ୍ଟ କରିବାପାଇଁ ଏସିଡ୍‌ରେ ଭିଜାଇବା ଭଳି ଜଘନ୍ୟ ଘଟଣା ଘଟାଇଥିବା ଜଣାଯାଇଛି। ଆଉ ଏହାର କାରଣ ସ୍ୱରୂପ କୁହାଯାଉଛି ଡ୍ରାଇଭରଙ୍କ ପତ୍ନୀଙ୍କ ସହିତ ଡାକ୍ତରଙ୍କର ସମ୍ପର୍କ ଥିଲା ଏବଂ ଏହି ବିଷୟରେ ଡ୍ରାଇଭର ଜାଣିବାକୁ ପାଇବା ପରେ ସେ ବିରୋଧ କରିବାରୁ ଏପରି ଦଶା ଭୋଗିବାକୁ ହୋଇଛି।

ସୋମବାର ଡାକ୍ତର ସୁନୀଲ ମନ୍ତ୍ରୀ ତାଙ୍କ ଡ୍ରାଇଭର ବୀରେନ୍ଦ୍ର ପଚୌରୀଙ୍କୁ ହତ୍ୟା କରିଥିବା ଜଣାଯାଇଛି। ଏହି ବିଷୟରେ ଜଣାପଡ଼ିବା ପରେ ପୁଲିସ ମଙ୍ଗଳବାର ଦିନ ତାଙ୍କୁ ଗିରଫ କରିଛି।

ଡାକ୍ତର ମନ୍ତ୍ରୀଙ୍କ ପତ୍ନୀଙ୍କର ଘରେ ଗୋଟିଏ ବୁଟିକ୍‌ ଥଲା ଏବଂ ତାଙ୍କ ଦେହାନ୍ତ ପରେ ଡ୍ରାଇଭରଙ୍କ ପତ୍ନୀ ତାହା ଚଲାଉଥିଲେ। ଏହା ପରେ ହିଁ ସମ୍ପର୍କ ନିବିଡ଼ ହୋଇଥିଲା।

ଏହା ଡ୍ରାଇଭରଙ୍କ ପାଇଁ ଗ୍ରହଣୀୟ ହୋଇନଥିଲା। ତେବେ ଡ୍ରାଇଭରଙ୍କ ମୁହଁ ବନ୍ଦ କରିବା ପାଇଁ ତାଙ୍କୁ ମାସିକ ୧୬ ହଜାର ଟଙ୍କାର ଡ୍ରାଇଭର ଚାକିରି ଦେବେ କହିଥିଲେ। ତଥାପି ପଚୌରୀ ନମାନିବାରୁ ସେ ହତ୍ୟା କରିଥିଲେ।

ପୁଲିସ ଡାକ୍ତରଙ୍କ ଘରେ ପହଞ୍ଚିବା ବେଳକୁ ସେ ଅସ୍ତବ୍ୟସ୍ତ ଥିବା ଜଣାପଡ଼ୁଥିଲା। ଚଟାଣରେ ରକ୍ତ ମଧ୍ୟ ପଡ଼ିଥିଲା। ଘରେ ପୁଲିସ୍‌ ଦେଖି ଡାକ୍ତର ସବୁ ସତ ମାନିଯାଇଥିଲେ। ଏହା ତାଙ୍କର ବହୁଦିନର ଯୋଜନା ଏବଂ ପ୍ରମାଣ ନଷ୍ଟ କରିବାକୁ ଏସିଡ୍‌ ଡ୍ରମ୍‌ ପ୍ରସ୍ତୁତ ରଖିଥିଲେ ବୋଲି ସ୍ୱୀକାର କରିଥିଲେ।



from Odisha Reporter http://bit.ly/2DVEIPn

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages