
ଭୁବନେଶ୍ୱର (ଓଡ଼ିଶା ରିପୋର୍ଟ): ପିସିସି ଇସ୍ତାହାର କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି। ଏଥିରେ ୨୧ଟି ଲୋକସଭା ନିର୍ବାଚନମଣ୍ଡଳୀର ନେତାଙ୍କ ସହିତ ଇସ୍ତାହାର କମିଟିର ଆଲୋଚନା ହୋଇଛି। ଇସ୍ତାହାରରେ ଚାଷୀ ଓ ଚାଷ ସମସ୍ୟାକୁ ଫୋକସ୍ରେ ରଖାଯାଇଥିବା କୁହାଯାଇଛି।
ପିସିସି ସଭାପତି ନିରଂଜନ ପଟ୍ଟନାୟକ କହିଛନ୍ତି, ନିବାଚନରେ ଆମେ କେତେ ସିଟ୍ ପାଇବୁ କହିପାରିବୁନି। କିନ୍ତୁ ସରକାର ଗଠନ କରିବୁ। ରାଜ୍ୟକୁ ବିକାଶ ମାର୍ଗରେ ନେବୁ। ଏଥିପାଇଁ ଚାଷୀମାନଙ୍କ ସମସ୍ୟା ସମାଧାନ କରିବାକୁ ପଡ଼ିଛି। ସେହିପରି ନିରାଶ ହୋଇ ପଡ଼ିଥିବା ଯୁବକମାନଙ୍କ ସମସ୍ୟା ମଧ୍ୟ ସମାଧାନ କରିବାକୁ ପଡ଼ିବ। କାରଣ କଂଗ୍ରେସ ଯାହା ପ୍ରତିଶ୍ରୁତି ଦିଏ, ତାହାକୁ ଅକ୍ଷରେ ଅକ୍ଷରେ ପାଳନ କରେ। ନିର୍ବାଚନ ସମୟରେ କଂଗ୍ରେସ ଜନସାଧାରଣଙ୍କୁ ଯେଉଁ ପ୍ରତିଶ୍ରୁତି ଦେଇଥିଲା, ମନ୍ତ୍ରିମଣ୍ଡଳ ଗଠନର ୫ ଘଣ୍ଟା ବା ୨୪ ଘଣ୍ଟା ଭିତରେ ସେହି ପ୍ରତିଶ୍ରୁତି ପାଳନ କରାଯାଇଛି।”
ମାର୍ଚ୍ଚ ୨ରେ ଆସିବେ ରାହୁଲ
କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧିଙ୍କ ଓଡ଼ିଶା ଗସ୍ତ ସମ୍ପର୍କରେ ସୂଚନା ଦେଇ ଶ୍ରୀ ପଟ୍ଟନାୟକ କହିଛନ୍ତି, “ମାର୍ଚ୍ଚ ୨ ତାରିଖରେ ରାହୁଲ ଗାନ୍ଧି ଓଡ଼ିଶା ଗସ୍ତରେ ଆସିବେ। ଏଥର ସେ ଗୋଟିଏ ସ୍ଥାନରେ ସଭା କରିବେ। ସେହି ସଭା ଜୟପୁର କିମ୍ବା ବରଗଡ଼ରେ ହୋଇପାରେ।”
from Odisha Reporter http://bit.ly/2ImnbUN
No comments:
Post a Comment