ପାକ୍‌ ସହ ଆଲୋଚନାର ଦ୍ୱାର ବନ୍ଦ, ଏବେ କେବଳ କାର୍ଯ୍ୟାନୁଷ୍ଠାନ: ମୋଦି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, February 18, 2019

ପାକ୍‌ ସହ ଆଲୋଚନାର ଦ୍ୱାର ବନ୍ଦ, ଏବେ କେବଳ କାର୍ଯ୍ୟାନୁଷ୍ଠାନ: ମୋଦି

ନୂଆଦିଲ୍ଲୀ: ପୁଲୱାମା ହମ୍‌ଲା ପରେ ପାକିସ୍ତାନ ଉପରେ ପ୍ରତିଶୋଧମୂଳକ କାର୍ଯ୍ୟାନୁଷ୍ଠାନ ନେବାକୁ ଭାରତ ସରକାର ଏକ ପ୍ରକାରର ସ୍ଥିର କରି ସାରିଛନ୍ତି। ପ୍ରଥମେ କୂଟନୀତିକ ଓ ଆର୍ଥିକ ସ୍ତରରେ ପାକିସ୍ତାନକୁ ଏକଘରିକିଆ କରିଥିବା ଭାରତ ସରକାର ପୁଣିଥରେ ଏକ ବଡ଼ କାର୍ଯ୍ୟାନୁଷ୍ଠାନ ନେବା ନିମନ୍ତେ ପ୍ରସ୍ତୁତି ଆରମ୍ଭ କରିଛନ୍ତି।

ପୁଲୱାମା ଆକ୍ରମଣ ପରେ କିଛି ବ୍ୟକ୍ତି ଓ ରାଜନୀତିକ ଦଳ ପାକିସ୍ତାନ ସହ ଆଲୋଚନା କରିବାକୁ ଓକିଲାତି କରୁଥିବା ବେଳେ ଆଜି ପ୍ରଧାନମନ୍ତ୍ରୀ ମୋଦି ଏହା ଉପରେ ପୂର୍ଣ୍ଣଚ୍ଛେଦ ଟାଣିଛନ୍ତି। ଆଜି ମୋଦି କହିଛନ୍ତି, ପାକିସ୍ତାନ ସହ ଆଲୋଚନା କରିବାର ସମୟ ଶେଷ ହୋଇଯାଇଛି।

ଏବେ କେବଳ କାର୍ଯ୍ୟାନୁଷ୍ଠାନ ନେବାର ସମୟ ଆସି ଯାଇଛି। ଆମେ ବିଭିନ୍ନ ଅନ୍ତର୍ଜାତୀୟ ସ୍ତରରେ ଆତଙ୍କବାଦ ପ୍ରସଙ୍ଗ ଅନେକ ଥର ଉଠାଇଲୁ। ଅନେକ ରାଷ୍ଟ୍ରକୁ ଆତଙ୍କବାଦର ଭୟାବହତା ବିଷୟରେ କହିଲୁ। କିନ୍ତୁ ଏବେ ଆଉ ଆଲୋଚନା ହେବନାହିଁ। ଏବେ ପାକିସ୍ତାନ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାର ସମୟ ଆସିଛି।”

ଆର୍ଜେଣ୍ଟିନା ରାଷ୍ଟ୍ରପତିଙ୍କ ସହ ଜାରି ଯୁଗ୍ମ ବିବୃତିରେ ମୋଦି ଏକଥା କହିଛନ୍ତି।



from Odisha Reporter http://bit.ly/2EfQy74

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages