
ବେଙ୍ଗାଲୁରୁ: ଫ୍ରାନ୍ସ ଠାରୁ ୩୬ଟି ଯୁଦ୍ଧ ବିମାନ ଖରିଦ ପାଇଁ ଭାରତ ସରକାର କରିଥିବା ଚୁକ୍ତିକୁ ନେଇ ରାଜନୀତିକ ହଟଚମଟ ଲାଗି ରହିଛି। ସୁପ୍ରିମକୋର୍ଟ ଓ ସିଏଜି ମୋଦି ସରକାରଙ୍କୁ ରାଫେଲ ଡିଲ୍ରେ କ୍ଲିନ୍ଚିଟ୍ ଦେଇଥିଲେ ହେଁ ବିରୋଧୀ ଦଳଗୁଡ଼ିକ ଏହାକୁ ମାନିବାକୁ ନାରାଜ।
ଏହି ବାକ୍ଯୁଦ୍ଧ ମଧ୍ୟରେ ଆଜି ୩ଟି ରାଫେଲ ଯୁଦ୍ଧ ବିମାନ ବେଙ୍ଗାଲୁରୁରେ ଲ୍ୟାଣ୍ଡ କରିଛି। ଏହି ୩ ବିମାନ ଆସନ୍ତା ସପ୍ତାହରେ ଆରମ୍ଭ ହେଉଥିବା ଏରୋ ଇଣ୍ଡିଆ ଶୋ’ରେ ଭାଗ ନେବେ। ଏହି ୩ଟି ରାଫେଲ ଯୁଦ୍ଧ ବିମାନ ମଧ୍ୟରୁ ଦୁଇଟି ଆକାଶରେ ଉଡ଼ି ନିଜ ପରାକ୍ରମ ଦେଖାଇବେ।
ସେହିପରି ଅନ୍ୟଟି ଡିସ୍ପ୍ଲେ ଭାବେ ଶୋ’ରେ ରହିବ। ଅତ୍ୟାଧୁନୀକ ୪ର୍ଥ ଜେନେରେସନ୍ର ଏହି ରାଫେଲ ଯୁଦ୍ଧ ବିମାନ ବେଙ୍ଗାଲୁରୁରେ ଥିବା ବାୟୁସେନାର ୟେଲହଙ୍କ ଷ୍ଟେସନରେ ଅବତରଣ କରିଥିଲା। ଏଠାରେ ୧୨ତମ ଏରୋ ଇଣ୍ଡିଆ ଶୋ’ ଫେବୃଆରୀ ୨୦ରୁ ୨୪ ଯାଏ ଚାଲିବ।
ତେବେ ଏହି ବିମାନ ଭାରତ ପାଇଁ ଡାସଲଟ୍ କମ୍ପାନୀ ନିର୍ମାଣ କରିଥିବା ପ୍ରକୃତ ଯୁଦ୍ଧ ବିମାନ ନୁହେଁ। କାରଣ ଭାରତ ପାଇଁ ଡାସଲଟ୍ କମ୍ପାନୀ ନିର୍ମାଣ କରୁଥିବା ରାଫେଲ ଯୁଦ୍ଧ ବିମାନ ଫେବୃଆରୀ ସୁଦ୍ଧା ଶେଷ ହେବ ନାହିଁ। କିନ୍ତୁ କମ୍ପାନୀ ଏରୋ ଇଣ୍ଡିଆ ଶୋ’ ପାଇଁ ଅନ୍ୟ ରାଫେଲ ଯୁଦ୍ଧ ବିମାନ ପଠାଇବ ବୋଲି କହିଥିଲା। ତଦ୍ନୁସାରେ ଆଜି ୩ଟି ସ୍ୱତନ୍ତ୍ର ରାଫେଲ ଯୁଦ୍ଧ ବିମାନ ବେଙ୍ଗାଲୁରୁରେ ପହଞ୍ଚିଛି।
ଦେଖନ୍ତୁ ଭିଡିଓ
from Odisha Reporter http://bit.ly/2X0NFOL
No comments:
Post a Comment