ଋଣ ବୋଝ ସହି ନପାରି ଆତ୍ମହତ୍ୟା କଲେ ଭାଗଚାଷୀ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, February 13, 2019

ଋଣ ବୋଝ ସହି ନପାରି ଆତ୍ମହତ୍ୟା କଲେ ଭାଗଚାଷୀ

ଭଦ୍ରକ (ତପନ ସ୍ୱାଇଁ): ବନ୍ତ ବ୍ଲକ୍‌ ଆଡିଆ ପଞ୍ଚାୟତ ପନ୍ଦାଡ଼ୋ ଗାଁରେ ଜଣେ ଭାଗଚାଷୀ ଆତ୍ମହତ୍ୟା କରିଛନ୍ତି। ଋଣ ବୋଝ ସହି ନପାରି ଚାଷୀ ଜଣଙ୍କ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି। ମୃତ ଚାଷୀ ହେଲେ ଗୟାଧର ଦାସ। ଆଜି ଏକ ଗଛରୁ ଝୁଲନ୍ତା ଅବସ୍ଥାରେ ତାଙ୍କ ମୃତଦେହ ଉଦ୍ଧାର କରାଯାଇଛି। ଘରଠାରୁ କିଛି ଦୂରରେ ଥିବା ଏକ ପଳାସ ଗଛରେ ରସି ଲଗାଇ ଗୟାଧର ଆତ୍ମହତ୍ୟା କରିଛନ୍ତି।

ଏନେଇ ଅଗରପଡ଼ା ଥାନାରେ ଅଭିଯୋଗ ହେବା ପରେ ପୁଲିସ ଏକ ମାମଲା ରୁଜୁ କରିବା ସହ ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ଡାକ୍ତରଖାନା ପଠାଇଛି।

ଅଭିଯୋଗ ଅନୁସାରେ, ଗୟାଧର ଜଣେ ଭାଗଚାଷୀ। ସେ ୧୨ ଏକର ଜମିରେ ଧାନ ଚାଷ କରିଥିଲେ। ହେଲେ ମାଟିଆ ଗୁଣ୍ଡି ପୋକ ଲାଗି ଫସଲ ଉଜୁଡି ଯାଇଥିଲା। ଚାଷ ପାଇଁ ଗୟାଧର ସ୍ଥାନୀୟ ମହାଜନଙ୍କ ପାଖରୁ ଲକ୍ଷାଧିକ ଟଙ୍କା ଋଣ କରିଥିଲେ। ଏହାସହ ପୁରୁଷଣ୍ଡ ସେବା ସମବାୟ ସମିତିରୁ ୫୦ ହଜାର ଟଙ୍କା ଋଣ କରିଥିଲେ।

ଫସଲ ଉଜୁଡି ଯିବା କାରଣରୁ ଏହି ଟଙ୍କା କେମିତି ଶୁଝିବା ତାକୁ ନେଇ ଚିନ୍ତିତ ରହୁଥିଲେ। ଶେଷରେ ମାନସିକ ଭାରସାମ୍ୟ ହରାଇ ଗୟାଧର ଆତ୍ମହତ୍ୟା କରିଦେଇଥିଲେ ବୋଲି ତାଙ୍କ ଶଳା ଆଲୋକ ଅଭିଯୋଗରେ ଦର୍ଶାଇଛନ୍ତି।



from Odisha Reporter http://bit.ly/2GGXkUQ

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages