ଗୋଟିଏ ଦିନ ଆଗରୁ ମଣ୍ଡି ବନ୍ଦ ହୋଇଯିବାରୁ ତାତିଲେ ଚାଷୀ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, February 4, 2019

ଗୋଟିଏ ଦିନ ଆଗରୁ ମଣ୍ଡି ବନ୍ଦ ହୋଇଯିବାରୁ ତାତିଲେ ଚାଷୀ

ଦେବଗଡ଼ (ସିଦ୍ଧାର୍ଥ ଗୁରୁ): ଦେବଗଡ଼ ଜିଲ୍ଲାରେ ଧାନ କିଣାରେ ଅବ୍ୟବସ୍ଥା ଦେଖାଦେଇଛି। ରିଆମାଳ ଥାନା ଅନ୍ତର୍ଗତ ଛତାବର ନାଉଲିପଡ଼ା ମଣ୍ଡିରେ ଧାନ କିଣା ଯାଉ ନଥିବାରୁ ଚାଷୀମାନେ ଆନ୍ଦୋଳନ କରିଛନ୍ତି। ମଣ୍ଡି ଆଗ ଦେଇ ଯାଇଥିବା ୫୩ ନମ୍ବର ଜାତୀୟ ରାଜପଥକୁ ୫ଟି ପଞ୍ଚାୟତର ଚାଷୀ ରାସ୍ତା ଅବରୋଧ କରିଛନ୍ତି।

ଅବରୋଧ ଯୋଗୁ ଦେବଗଡ଼ ଓ ଅନୁଗୋଳ ମଧ୍ୟରେ ଯାତାୟତ ଠପ୍ ହୋଇଛି। ରାଜପଥର ଉଭୟ ପାର୍ଶ୍ୱରେ ଗାଡ଼ି ଅଟକି ରହିଛି।

ଅଭଯୋଗ ଅନୁସାରେ, ନାଉଲିପଡ଼ା ମଣ୍ଡିରେ ଚଳିତବର୍ଷ ବୁଡ଼ିଦୋ, ମଳେହିପଡ଼ା, କଣ୍ଟାବାହାଲ, ଲୁଲଙ୍ଗ ଓ ନାଉଲିପଡ଼ା ପଞ୍ଚାୟତର ଚାଷୀଙ୍କଠାରୁ ୩୯ ହଜାର କ୍ୱିଣ୍ଟାଲ ଧାନ କିଣାଯିବାକୁ ଲକ୍ଷ୍ୟ ଧାର୍ଯ୍ୟ ହୋଇଥିଲା। ଏ ଯାଏ ମାତ୍ର ୧୬ ହଜାର କ୍ୱିଣ୍ଟାଲ ଧାନ କିଣା ହୋଇଛି। ଧାନ କିଣାର ସମୟସୀମା ଆଜି ଶେଷ ହେବାକୁ ଥିବା ବେଳେ ଗତକାଲିଠାରୁ ମଣ୍ଡି ବନ୍ଦ ରହିଛି। ଏହାକୁ ନେଇ ଚାଷୀଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଥିଲା।



from Odisha Reporter http://bit.ly/2Gmt2qm

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages