ମଞ୍ଚରେ ‘ଦଶାବତାର’, କାହାଣୀରେ ବିବର୍ତ୍ତନବାଦ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, February 4, 2019

ମଞ୍ଚରେ ‘ଦଶାବତାର’, କାହାଣୀରେ ବିବର୍ତ୍ତନବାଦ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବିଷ୍ଣୁ ହେଉଛନ୍ତି ପାଳନ କର୍ତ୍ତା। ଯୁଗେ ଯୁଗେ ଧର୍ମରକ୍ଷା ପାଇଁ ସେ ଅବତାର ନିଅନ୍ତି। କେତେବେଳେ ମନୁଷ୍ୟ ତ ପୁଣି କେତେବେଳେ ସାଧାରଣ ପ୍ରାଣୀ ହୋଇ ଧର୍ମ ରକ୍ଷା କରିଥାନ୍ତି। ଯାହାକୁ ଆଧାର କରି ଦଶାବତାର ଉପାକ୍ଷାନଟି ପରିକଳ୍ପନା କରାଯାଇଛି ଆମ ସନାତନ ଧର୍ମରେ। ଜୟଦେବଙ୍କ ଗୀତଗୋବିନ୍ଦରେ ବର୍ଣ୍ଣିତ ହୋଇଛି ବିଷ୍ଣୁଙ୍କ ଏହି ଦଶଟି ଅବତାର। କିନ୍ତୁ ଏହି ଧାର୍ମିକ ଆଖ୍ୟାନ ସହ ମଣିଷ ଜୀବନ ତଥା ଜୀବ ସୃଷ୍ଟିର ରହିଛି ଅଙ୍ଗାଙ୍ଗୀ ସମ୍ପର୍କ। ଯାହାକୁ ନାଟ୍ୟରୂପ ଦେଇଥିଲା ରାଜ୍ୟର ଅଗ୍ରଣୀ ନାଟ୍ୟ ଅନୁଷ୍ଠାନ ଶତାଦ୍ଦୀର କଳାକାର।

ରବିବାର ଶୀତୁଆ ସଞ୍ଜରେ ରବୀନ୍ଦ୍ର ମଣ୍ଡପରେ ମଞ୍ଚସ୍ଥ ହୋଇଥିଲା ନାଟକ ‘ଦଶାବତାର’। ଡାରୱିନ୍‌ଙ୍କ ବିବର୍ତ୍ତନବାଦ ଠାବ ହେବାର ବହୁ ଆଗରୁ ଭାରତୀୟ ଧର୍ମଧାରାରେ ଏହି ତତ୍ୱକୁ ସାମିଲ କରାଯାଇଥିଲା। ନାଟକରେ ପାଲା ମାଧ୍ୟମରେ ଏହି କଥାଟିକୁ ଦର୍ଶକଙ୍କ ଅଗରେ ପରିବେଷଣ କରିଥିଲେ କଳାକାରମାନେ।

ମତ୍ସ, କଚ୍ଛପ, ବରାହ, ନୃସିଂହ, ବାମନ, ପର୍ଶୁରାମ, ରାମ, ବଳରାମ, ବୁଦ୍ଧ ଓ କଲ୍‌କୀ ଭଳି  ଅବତାରରେ ଉଭାହୋଇ ଭଗବାନ ବିଷ୍ଣୁ ବିଭିନ୍ନ ଜନମଙ୍ଗଳ ତଥା ଧର୍ମ ରକ୍ଷଣ କାର୍ଯ୍ୟ କରିଛନ୍ତି।

କିନ୍ତୁ ଏହି ଅବତାରବାଦରେ ଲୁକ୍କାୟିତ ଥିବା ବିବର୍ତ୍ତନବାଦକୁ ସାଧାରଣ ଲୋକେ ହୃଦୟଙ୍ଗମ୍‌ କରିପାରନ୍ତି ନାହିଁ। ଜୀବ ତଥା ଜୀବଜଗତର ସୃଷ୍ଟିକୁ ଆଧାର କରି ଦଶାବତାର ପରିକଳ୍ପିତ ହୋଇଛି। ଯାହାକି ଡାରୱିନ୍‌ଙ୍କ ମତବାଦ ସହ ସାମଞ୍ଜସ୍ୟ ରଖେ। ଜୀବର ସୃଷ୍ଟି ଜଳରୁ ହୋଇଥିଲା। ଆଉ ଏହି କଥାକୁ ଜଣାଇବାକୁ ମତ୍ସ ଭଳି ଜଳଚର ଦେବତାଙ୍କୁ ଆଧାର କରି ଗତିଶୀଳ ହୋଇଛି ‘ଦଶାବତାର’।

ଏହାପରେ ଉଭୟଚର କଚ୍ଛପ, ବନ୍ୟପ୍ରାଣୀ ବାରହ ବା ବରାହ, ମନୁଷ୍ୟ ଓ ପଶୁ ସମିଶ୍ରିତ ନୃସିଂହ, ଖର୍ବକାୟ ମନୁଷ୍ୟ ବାମନ, ବନବାସୀ ମନୁଷ୍ୟ ପର୍ଶୁରାମ, ପୂର୍ଣ୍ଣ ମନୁଷ୍ୟ ମର୍ଯ୍ୟାଦାବନ୍ତ ରାମ, କୃଷି ଦେବତା ବଳରାମ, ବୈରାଗ୍ୟ ଜବୀନର ବାର୍ତ୍ତାବାହ ବୁଦ୍ଧ ଓ ପରିଶେଷରେ ସମସ୍ତ ସୃଷ୍ଟିର ବିଲୋପର ଦେବତା କଲ୍‌କୀ।

ଏମିତି ଏକ ସୁନ୍ଦର ଆଖ୍ୟାୟିକାକୁ ନେଇ ନାଟକ ପରଷିଥିଲା ଶତାଦ୍ଦୀର କଳାକାର। ମନବୋଧ ଚଉତିଶା, ଶ୍ରୀ ଗୀତଗୋବିନ୍ଦ ଆଉ ମୟୂରଭଞ୍ଜ ଛଉ ନୃତ୍ୟର ଛାପ ଥିଲା ଏହି ନାଟକରେ। ପାରମ୍ପରିକ ଓଡିଆ ଶୈଳୀରେ ପରିବେଶିତ ପାଲା ମାଧ୍ୟମରେ ଦଶାବତାରର ତାତ୍ୱିକ ବିଶ୍ଲେଷଣ କରାଯାଇଥିଲା।

ନାଟ୍ୟକାର ଶଙ୍କର ତ୍ରୀପାଠିଙ୍କ ରଚିତ ଏହି ନାକଟିକୁ ନିଦର୍ଦ୍ଦେଶନା ଦେଇଥିଲେ ଧୀର ମଲ୍ଲିକ।



from Odisha Reporter http://bit.ly/2Sn6z34

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages