
ନୂଆଦିଲ୍ଲୀ: ପୁଲୱାମା ହମ୍ଲାର ବଦ୍ଲା ନେବାକୁ ଆଜି ଭାରତୀୟ ବାୟୁସେନାର ୧୨ଟି ମିରାଜ-୨୦୦୦ ଯୁଦ୍ଧବିମାନ ପାକିସ୍ତାନରେ ପ୍ରବେଶ କରି ଘନଘନ ବୋମା ବର୍ଷଣ କରିଛନ୍ତି। ବାଲାକୋଟ ସ୍ଥିତ ଜୈଶ-ଇ-ମହମ୍ମଦର ସବୁଠାରୁ ବଡ଼ ସଂଗଠନକୁ ଧ୍ୱଂସ କରିବା ପାଇଁ ଭାରତ ସରକାର ୧.୭ କୋଟି ଟଙ୍କା ମୂଲ୍ୟର ବୋମା ବର୍ଷଣ କରିଛନ୍ତି। ଭାରତୀୟ ବାୟୁସେନା ଜୈଶର ଲଞ୍ଚ ପ୍ୟାଡ ଧ୍ୱଂସ କରିବା ପରେ ଏଭଳି ତଥ୍ୟ ସାମ୍ନାକୁ ଆସିଛି।
ଆଜି ଭୋରରୁ ବାୟୁସେନାର ୨,୫୬୮ କୋଟି ଟଙ୍କା ମୂଲ୍ୟର ଯୁଦ୍ଧ ବିମାନ ଓ ଗୋଳା ବାରୁଦ ନେଇ ଯବାନମାନେ ପାକିସ୍ତାନ ସୀମାରେ ପ୍ରବେଶ କରିଥିଲେ। ମିରାଜ୍ରୁ ୧ ହଜାର ଓଜନର ବୋମା ମାଡ଼ ହୋଇଛି। ପ୍ରତି କେଜି ବୋମାର ମୂଲ୍ୟ ୫୬ ଲକ୍ଷ। ଏହି ୫୬ ଲକ୍ଷ ଟଙ୍କା ବୋମାକୁ ପାହାଡ଼ ଉପରେ ଥିବା ଆତଙ୍କୀ କ୍ୟାମ୍ପ ଉପରେ ମାଡ଼ କରାଯାଇଥିଲା। ବାଲାକୋଟ ବ୍ୟତୀତ ମୁଜାଫରବାଦ ଓ ଚକୋଟି ଭଳି ଛୋଟ ଆତଙ୍କୀ କ୍ୟାମ୍ପ ମଧ୍ୟ ବାୟୁସେନାର ବୋମା ମାଡ଼ରୁ ବର୍ତ୍ତି ପାରିନାହିଁ।
ଭାରତୀୟ ବାୟୁସେନା ପୁଲୱାମା ହମ୍ଲାର ବଦଲା ନେବାକୁ ସମୁଦାୟ ୬,୩୦୦ କୋଟିର ଯୁଦ୍ଧ ବିମାନ ଓ ଯୁଦ୍ଧାସ୍ତ୍ର ରଖିଥିଲା। ଏହା ମଧ୍ୟରୁ ୨,୫୬୮ କୋଟି ଟଙ୍କା ମୂଲ୍ୟର ବିମାନ, ବୋମା ଓ ଗୁଳିଗୋଳା ସହ ପାକିସ୍ତାନ ସୀମାରେ ପ୍ରବେଶ କରିଥିବା ବେଳେ ବାକି ୩,୬୮୬ କୋଟି ଟଙ୍କା ଯୁଦ୍ଧ ବିମାନ ଓ ଯୁଦ୍ଧାସ୍ତ୍ର ଷ୍ଟାଣ୍ଡବାଇରେ ଭାରତୀୟ ସୀମା ପଟେ ରହିଥିଲା।
ଏୟାରବର୍ଣ୍ଣ ୱାର୍ଣ୍ଣିଂ ଆଣ୍ଡ କଣ୍ଟ୍ରୋଲ ସିଷ୍ଟମ ( awacs )କୁ ପାକିସ୍ତାନ ବାୟୁସୀମା ଉପରେ ନଜର ରଖିବା ପାଇଁ ନିୟୋଜିତ କରାଯାଇଥିଲା। ଏହିଁ ଅତ୍ୟାଧୁନିକ ଓ ସ୍ୱତନ୍ତ୍ର ବିମାନର ମୂଲ୍ୟ ୧୭୫୦ କୋଟି ଟଙ୍କା। ଆବଶ୍ୟକ ସ୍ଥଳେ ମଝିଆକାଶରେ ଯୁଦ୍ଧବିମାନକୁ ଜରୁରୀ ଇନ୍ଧନ ଯୋଗାଇବା ପାଇଁ ଏକ ଇଲ୍ୟୁଶିନ ତୈଳ ଟ୍ୟାଙ୍କର ବିମାନ ଓ ‘ହେରନ୍’ ନିରୀକ୍ଷଣ ଡ୍ରୋନ୍ ମଧ୍ୟ ଏହି ମିଶନରେ ସାମିଲ ହୋଇଥିଲା। ଯାହାର ମୂଲ୍ୟ ଯଥାକ୍ରମେ ୨୨ କୋଟି ଓ ୮୦ କୋଟି ରହିଛି।
ଅପରେସନ ବେଳେ ଭାରତୀୟ ସୀମାରେ ସବୁ ପ୍ରକାରର ପରିସ୍ଥିତିର ସମ୍ମୁଖୀନ ହେବା ପାଇଁ ରୁଷ ନିର୍ମିତ ୩ଟି ସୁଖୋଇ ଏସ୍ୟୁ-୩୦ ଏମ୍କେଆଇ ଯୁଦ୍ଧ ବିମାନ ରହିଥିଲା। ଗୋଟିଏ ସୁଖୋଇ ବିମାନର ମୂଲ୍ୟ ୩୫୮ କୋଟି। ସେହିପରି ୫ଟି ମିଗ୍ ୨୯-ଏସ୍ ମଧ୍ୟ ପ୍ରସ୍ତୁତ ହୋଇ ରହିଥିଲା। ଗୋଟିଏ ମିଗ୍ ବିମାନର ମୂଲ୍ୟ ୧୫୪ କୋଟି ଟଙ୍କା। ୨୧୪ କୋଟି ଟଙ୍କା ଲେଖାଏ ୧୨ ମିରାଜ-୨୦୦୦ ଯୁଦ୍ଧ ବିମାନ ବୋମା ବର୍ଷଣ ପାଇଁ ପାକିସ୍ତାନ ସୀମାରେ ପ୍ରବେଶ କରିଥିଲା। ଏହି ବିମାନ ଗୁଡ଼ିକ ଗ୍ୱାଲିୟର ଏୟାରବେସ୍କୁ ୨୫୦ କେଜି ଜବିୟୁ-୧୨ ବୋମା ଧରି ଉଡ଼ାଣ ଭରିଥିଲା। ଏହି ଆକ୍ରମଣରେ ବ୍ୟବହୃତ ପ୍ରତ୍ୟେକ ବୋମାର ମୂଲ୍ୟ ୧୪ରୁ ୧୪.୭ ଲକ୍ଷ ଟଙ୍କା ବୋଲି କୁହାଯାଇଛି।
from Odisha Reporter https://ift.tt/2VklkRR
No comments:
Post a Comment