ବାୟୁସେନାର ଏୟାର ଷ୍ଟ୍ରାଇକକୁ କ୍ରୀଡ଼ାବିତଙ୍କ ସାଲ୍ୟୁଟ୍ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, February 26, 2019

ବାୟୁସେନାର ଏୟାର ଷ୍ଟ୍ରାଇକକୁ କ୍ରୀଡ଼ାବିତଙ୍କ ସାଲ୍ୟୁଟ୍

ନୂଆଦିଲ୍ଲୀ: ଭାରତୀୟ ବାୟୁସେନା ପୁଲୱାମା ଆତଙ୍କୀ ହମଲାର ପ୍ରତିଶୋଧ ସ୍ୱରୂପ ପାକିସ୍ତାନ ଅଧିକୃତ କଶ୍ମୀର (ପିଓକେ)ରେ ପଶି ଆତଙ୍କୀ ଠିକଣାକୁ ଧ୍ୱଂସ କରିଦେଇଛି। ବାୟୁସେନାର ଏହି ଜବାବକୁ କ୍ରୀଡ଼ାଜଗତ ସାଲ୍ୟୁଟ୍ କରିଛି। ପୂର୍ବତନ କ୍ରିକେଟର୍ ବୀରେନ୍ଦ୍ର ସେହ୍ୱାଗଙ୍କଠାରୁ ଆରମ୍ଭ କରି ୟୁଜବେନ୍ଦ୍ର ଚହଲ୍ ଟ୍ୱିଟ୍ ଜରିଆରେ ସେନାକୁ ସଲାମ୍ କରିବା ସହ ପାକିସ୍ତାନକୁ ଚେତାବନୀ ଦେଇଛନ୍ତି। ଷ୍ଟାର୍ ବକ୍ସର ମନୋଜ କୁମାର ଟ୍ୱିଟ୍ କରି କହିଛନ୍ତି, ଏବେ ସହିଦଙ୍କ ଆତ୍ମାକୁ ଶାନ୍ତି ମିଳିଛି। ବାୟୁସେନାର ୧୨ଟି ମିରାଜ-୨୦୦୦ ବିମାନର ସମ୍ମିଳିତ ଉଦ୍ୟମ ଏହି ଅପରେସନକୁ ସଫଳ କରିଥିଲା।

ବାୟୁସେନାର ମିରାଜ-୨୦୦୦ ଯୁଦ୍ଧ ବିମାନ ପିଓକେରେ ପ୍ରବେଶ କରି ଜୈଶ-ଏ-ମହମ୍ମଦର ବିଭିନ୍ନ ଆଡ୍ଡା ଉପରେ ୧୦୦୦ କେଜିରୁ ଅଧିକ ଓଜନର ବୋମା ପକାଇଥିଲା। ଏହି ହମଲାରେ ଜୈଶର ଅଧିକାଂଶ ଆତଙ୍କୀ ଠିକଣା ଏବଂ ଲଞ୍ଚପ୍ୟାଡ ଧ୍ୱଂସ ହୋଇଯାଇଛି। ଏହି ହମଲାର ଖବର ସାମ୍ନାକୁ ଆସିବା ପରେ ସମସ୍ତେ ବାୟୁସେନାକୁ ଅଭିନନ୍ଦନ ଜଣାଇଥିଲେ। ସେହ୍ୱାଗ ଏୟାର ଷ୍ଟ୍ରାଇକ ସମ୍ପର୍କରେ କହିଛନ୍ତି, ଆମ ପିଲାମାନେ ଭଲ ପ୍ରଦର୍ଶନ କରିଛନ୍ତି।

ଲେଗ୍ ସ୍ପିନର ଚହଲ୍ ଭାରତୀୟ ବାୟୁସେନାର ଏହି ଆକ୍ରମଣକୁ ସଲାମ୍ କରିବା ସହ ଏହାକୁ ଏକ ବଡ଼ କାର୍ଯ୍ୟାନୁଷ୍ଠାନ ବୋଲି କହିଛନ୍ତି। ଚହଲ କିଛି ଦିନ ପୂର୍ବେ ପୁଲୱାମା ଆତଙ୍କୀ ହମଲାର ପ୍ରତିଶୋଧ ନେବାକୁ ଅପିଲ୍ କରିଥିଲେ। ବକ୍ସର ମନୋଜ କୁମାର ଭାରତର ଏହି ପ୍ରତିଆକ୍ରମଣ ପାଇଁ ସେନା ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ଅନ୍ୟ କ୍ରୀଡ଼ାବିତଙ୍କ ମଧ୍ୟରେ ସଚିନ ତେନ୍ଦୁଲକର, ଶିଖର ଧୱନ୍, ଅଜିଙ୍କ୍ୟ ରାହାଣେ, ସୁରେଶ ରାଇନା, ଗୌତମ ଗମ୍ଭୀର, କିଦାମ୍ବୀ ଶ୍ରୀକାନ୍ତ, ସାଇନା ନେହ୍ୱାଲ, ଯୋଗେଶ୍ୱର ଦତ୍ତ, ସାକ୍ଷୀ ମଲିକ୍ ମଧ୍ୟ ଭାରତୀୟ ବାୟୁସେନାର କାର୍ଯ୍ୟାନୁଷ୍ଠାନକୁ ପ୍ରଶଂସା କରିବା ସହ ଅଭିନନ୍ଦନ ଜଣାଇଛନ୍ତି ।



from Odisha Reporter https://ift.tt/2EzCYf3

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages