
ମୁନିଗୁଡ଼ା(ଓଡ଼ିଶା ରିପୋର୍ଟର): ବାପ ଉପରେ ପ୍ରତିଶୋଧ ନେବା ପାଇଁ ତାଙ୍କ ୫ ବର୍ଷର ପୁଅକୁ ହାଣି ମାରିଦେଇଥିବା ଅଭିଯୋଗ ହୋଇଛି। ଆଜି ଏପରି ଏକ ହତ୍ୟାକାଣ୍ଡ ରାୟଗଡ଼ା ଜିଲ୍ଲାରେ ଘଟିଛି। ଏନେଇ ଅଭିଯୋଗ ହେବା ପରେ ପୁଲିସ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି।
ପୂରା ଘଟଣା ଏମିତି। ଗତ କିଛି ଦିନ ହେଲା ମୁନିଗୁଡ଼ା ଥାନା ଭଳିଆପଦର ଗାଁର ଘାସିରାମ ସିକ୍କା ଓ ଗିରି ମଣ୍ଡିକାଙ୍କ ମଧ୍ୟରେ ଶତ୍ରୁତା ଲାଗି ରହିଥିଲା। ଆଜି କୌଣସି ଘଟଣାକୁ ନେଇ ଘାସିରାମ ଓ ଗିରିଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା। ଏଥିରେ ଉତ୍କ୍ଷିପ୍ତ ହୋଇ ଘାସିରାମ ଏକ ଟାଙ୍ଗିଆ ଧରି ଗିରିକୁ ଆକ୍ରମଣ କରିବା ପାଇଁ ଗୋଡ଼ାଇ ଥିଲେ। ମାତ୍ର ଗିରି ସେଠାରୁ ଦୌଡ଼ି ପଳାଇ ଯାଇଥିଲେ। ହେଲେ ତାଙ୍କ ୫ ବର୍ଷର ପୁଅ ତରୁଣ ଘାସିରାମଙ୍କ ହାବୁଡ଼ରେ ପଡ଼ିଥିଲେ। ଫଳରେ ରାଗରେ ଥିବା ଘାସିରାମ ଟାଙ୍ଗିଆରେ ତରୁଣଙ୍କ ହାଣି ହତ୍ୟା କରିଥିବା ଅଭିଯୋଗ ହୋଇଛି।
ପୁଲିସ ଏକ ମାମଲା ରୁଜୁ କରି ଅଭିଯୁକ୍ତକୁ ଅଟକ ରଖିଛି। ମୃତଦେହ ଜବତ କରି ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିଛି।
from Odisha Reporter https://ift.tt/2Ip8XCv
No comments:
Post a Comment