
ଦୁବାଇ: ଦିନିକିଆ ସିରିଜ୍ରେ ବାଂଲାଦେଶକୁ ୩-୦ରେ ହରାଇବା ନ୍ୟୁଜିଲ୍ୟାଣ୍ଡକୁ ଫାଇଦା ଦେଇଛି। ଏହି ସିରିଜ୍ କ୍ଲିନ୍ ସୁଇପ୍ ପରେ ନ୍ୟୁଜିଲ୍ୟାଣ୍ଡ ଦିନିକିଆ ରାଙ୍କିଙ୍ଗର ୩ ନଂ ସ୍ଥାନରେ ପହଞ୍ଚି ଯାଇଛି। ବାଂଲାଦେଶ ସିରିଜ୍ ପୂର୍ବରୁ ନ୍ୟୁଜିଲ୍ୟାଣ୍ଡ ୪ର୍ଥ ସ୍ଥାନରେ ଥିଲା। କିନ୍ତୁ ଏବେ ଦଳ ୧୧୨ ପଏଣ୍ଟ ସହ ତୃତୀୟ ସ୍ଥାନରେ ପହଞ୍ଚିଯାଇଛି।
ନିକଟରେ ନ୍ୟୁଜିଲ୍ୟାଣ୍ଡ ଭାରତ ବିପକ୍ଷ ଦିନିକିଆ ସିରିଜ୍ ୪-୧ରେ ହାରିଥିଲା। ଏହି କାରଣରୁ କିୱି ଟିମ୍ ତୃତୀୟ ସ୍ଥାନରୁ ୪ର୍ଥକୁ ଖସି ଯାଇଥିଲା। ହେଲେ ଏବେ ପୁଣିଥରେ କେନ୍ ୱିଲିମସନ୍ଙ୍କ ଟିମ୍ ତୃତୀୟ ସ୍ଥାନକୁ ଯାଇଛି।
ଦିନିକିଆ ରାଙ୍କିଙ୍ଗର ପ୍ରଥମ ସ୍ଥାନରେ ୧୨୬ ପଏଣ୍ଟ ସହ ଇଂଲଣ୍ଡ ରହିଥିବା ବେଳେ ୧୨୨ ପଏଣ୍ଟ ସହ ଭାରତ ଦ୍ୱିତୀୟ ସ୍ଥାନରେ ରହିଛି। ୪ର୍ଥ ସ୍ଥାନରେ ଦକ୍ଷିଣ ଆଫ୍ରିକା(୧୧୧), ୫ମ ସ୍ଥାନରେ ପାକିସ୍ତାନ(୧୦୫), ୬ଷ୍ଠରେ ଅଷ୍ଟ୍ରେଲିଆ(୧୦୦) ରହିଛି।
ବାଂଲାଦେଶ ନ୍ୟୁଜିଲ୍ୟାଣ୍ଡ ଠାରୁ ୩-୦ରେ ହାରିବା ପରେ ୩ ପଏଣ୍ଟ ହରାଇଛି। କିନ୍ତୁ ଏବେ ବି ଦଳ ୯୦ ପଏଣ୍ଟ ସହ ୭ମ ସ୍ଥାନରେ ରହିଛି। ୮ମ ସ୍ଥାନରେ ଶ୍ରୀଲଙ୍କା(୭୮), ୯ମରେ ୱେଷ୍ଟଇଣ୍ଡିଜ(୭୨) ଓ ଆଫଗାନିସ୍ତାନ(୬୭) ପଏଣ୍ଟ ସହ ୧୦ମ ସ୍ଥାନରେ ରହିଛି।
from Odisha Reporter https://ift.tt/2T48oC3
No comments:
Post a Comment