ଉରୀ ପରେ ଏବେ ଏୟାରଷ୍ଟ୍ରାଇକ୍‌ ଉପରେ ହେବ ଫିଲ୍ମ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, February 28, 2019

ଉରୀ ପରେ ଏବେ ଏୟାରଷ୍ଟ୍ରାଇକ୍‌ ଉପରେ ହେବ ଫିଲ୍ମ

ମୁମ୍ବାଇ: ଭାରତୀୟ ବାୟୁସେନା ଗତ ଫେବ୍ରୁଆରୀ ୨୬ରେ ପାକିସ୍ତାନରେ ଥିବା ଆତଙ୍କବାଦ ସଂଗଠନ ଜୈଶ-ଏ-ମହମ୍ମଦର ଟ୍ରେନିଂ କ୍ୟାମ୍ପ ଉପରକୁ ଆକ୍ରମଣ କରିଥିଲା। ଏହି ଏୟାର ଷ୍ଟ୍ରାଇକ୍‌ରେ ୩୦୦ରୁ ଅଧିକ ଆତଙ୍କବାଦୀ ନିପାତ ହୋଇଥିଲେ। ପୁଲୱାମା ଆତଙ୍କବାଦୀ ଆକ୍ରମଣର ପ୍ରତିଶୋଧ ନେବା ପାଇଁ ଏହି ଏୟାରଷ୍ଟ୍ରାଇକ କରାଯାଇଥିଲା। ବାୟୁସେନାର ଏହି ସଫଳତାକୁ ନେଇ ଫିଲ୍ମ ତିଆରି କରିବାର ପ୍ରସ୍ତୁତି ଆରମ୍ଭ ହୋଇଗଲାଣି।  ଫିଲ୍ମର ଟାଇଟଲ ପଞ୍ଜୀକୃତ  କରିବା ଲାଗି ଇଣ୍ଡିଆନ୍‌ ମୋଶନ୍ ଫିକ୍ଚର୍ସ ପ୍ରଡ୍ୟୁସର୍ସ ଆସୋସିଏଶନ୍(ଆଇଏମ୍‌ଏମ୍‌ପିଏ)ରେ ଲାଗିଲାଣି ଲମ୍ବା ଧାଡ଼ି । 

 ୫ଟି ପ୍ରଡକ୍ସନ ହାଉସ୍‌ ଟାଇଟଲ ରେଜିଷ୍ଟ୍ରେଶନ କରିବା ପାଇଁ ଆଇଏମ୍‌ଏମ୍‌ପିଏରେ ପହଞ୍ଚିଥିଲେ।

ଫିଲ୍ମ ତିଆରି କରିବା ପାଇଁ ପ୍ରଡକ୍ସନ ହାଉସଗୁଡ଼ିକ ଭିନ୍ନ ଭିନ୍ନ ଟାଇଟଲ ରଖିଛନ୍ତି । ଯେମିତି ‘ପୁଲୱାମା: ଦ ଟେରର୍ ଆଟାକ୍‌’, ‘ପୁଲୱାମା ଆଟାକ୍‌ ଭର୍ସେସ୍ ସର୍ଜିକାଲ ଷ୍ଟ୍ରାଇକ୍‌ ୨.୦’, ’ସର୍ଜିକାଲ ଷ୍ଟ୍ରାଇକ୍‌ ୨.୦’, ‘ବାଲାକୋଟ୍’ । ସୂଚନା ଅନୁଯାୟୀ, କିଛି ପ୍ରଡକ୍ସନ ହାଉସ ପୂର୍ବରୁ ହିଁ ଟାଇଟେଲ୍‌ ନେଇସାରିଛନ୍ତି। ଏକ ଟ୍ରେଡ ମେଗାଜିନ୍‌ ଅନୁଯାୟୀ ‘ବାର୍‌ ରୁମ୍’, ‘ହିନ୍ଦୁସ୍ତାନ ହମାରା ହୈ’, ‘ପୁଲୱାମା ଟେର୍ ଆଟାକ୍’, ‘ଦ ଆଟାକ୍ସ ଅଫ୍ ପୁଲୱାମା’, ‘ୱିଥ୍ ଲଭ ଫ୍ରମ ଇଣ୍ଡିଆ’ ଓ ‘ଏଟିଏସ୍- ୱନ୍ ମ୍ୟାନ୍‌ ଶୋ’ ପରି କିଛି ଟାଇଟଲ୍‌ ପୂର୍ବରୁ ରେଜିଷ୍ଟ୍ରେସନ୍‌ ସରିଛି।

ସୂଚନା ଥାଉ କି, ଏହା ପୂର୍ବରୁ ଆତଙ୍କବାଦୀ ଘଟଣାକୁ ନେଇ ଫିଲ୍ମ‘ଉରୀ ଦ ସର୍ଜିକାଲ ଷ୍ଟ୍ରାଇକ୍’ ତିଆରି ହୋଇସାରିଛି। ଫିଲ୍ମରେ ଭିକ୍କି କୌଶଲ ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ। ଫିଲ୍ମଟିର ନିର୍ଦ୍ଦେଶକ ଥିଲେ ଆଦିତ୍ୟ ଧର । ଏହି ଫିଲ୍ମଟି ବକ୍ସ ଅଫିସ୍‌ରେ ବ୍ଲକବଷ୍ଟର ହୋଇଥିଲା। ଫିଲ୍ମଟି ଭାରତୀୟ ବଜାରରେ ୨୦୦ କୋଟିରୁ ଅଥିକ ବ୍ୟବସାୟ କରିଥିଲା। ଫିଲ୍ମରେ ଭିକ୍କିଙ୍କ ବ୍ୟତୀତ ୟାମି ଗୌତମ, ପରେଶ ରାୱଲ, ମୋହିତ ରୈନା ମଧ୍ୟ ଅଭିନୟ କରିଥିଲେ। ଏହି ଫିଲ୍ମଟି ଭିକ୍କି କୌଶଲଙ୍କୁ ରାତାରାତି ଷ୍ଟାର କରିଦେଇଥିଲା। ଫିଲ୍ମ ପରେ ଭିକ୍କିଙ୍କର ସୋଶାଲ ମିଡିଆରେ ଫଲୋର୍ସଙ୍କ ସଂଖ୍ୟା ମଧ୍ୟ ବଢ଼ିଗଲା। ଏପରିକି ଭିକ୍କିଙ୍କୁ ‘ନ୍ୟାଶନାଲ୍ କ୍ରଶ’ ମଧ୍ୟ କୁହାଗଲା।



from Odisha Reporter https://ift.tt/2GR7hjv

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages