ଅଭିନନ୍ଦନଙ୍କ ପାଇଁ ବିମାନ ପଠାଇଥାନ୍ତା ଭାରତ, ମନା କଲା ପାକିସ୍ତାନ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, March 1, 2019

ଅଭିନନ୍ଦନଙ୍କ ପାଇଁ ବିମାନ ପଠାଇଥାନ୍ତା ଭାରତ, ମନା କଲା ପାକିସ୍ତାନ

ନୂଆଦିଲ୍ଲୀ: ପାକିସ୍ତାନ କବ୍‌ଜାରେ ଥିବା ଭାରତୀୟ ବାୟୁସେନା ପାଇଲଟ ଅଭିନନ୍ଦନ ବର୍ତ୍ତମାନଙ୍କୁ ଭାରତ ଫେରାଇ ଆଣିବା ପାଇଁ ଭାରତ ପକ୍ଷରୁ ଏକ ସ୍ୱତନ୍ତ୍ର ବିମାନ ପଠାଯିବାର ଥିଲା, କିନ୍ତୁ ପାକିସ୍ତାନ ଏହି ପ୍ରସ୍ତାବରେ ରାଜି ହୋଇନଥିବା ଜଣାପଡ଼ିଛି।

ପାକିସ୍ତାନ ଘୋଷଣା କରିଛି, ପାକିସ୍ତାନୀ ଏଫ୍-୧୬ ଯୁଦ୍ଧ ବିମାନ ସହିତ ଲଢ଼େଇରେ ପାକିସ୍ତାନ ସୀମାକୁ ଚାଲିଆସିଥିବା ପାଇଲଟଙ୍କୁ ୱାଘା ବର୍ଡର ପଟେ ହିଁ ଛଡ଼ାଯିବ।

ଏହି ବିଷୟରେ ଗତ କାଲି ପାକିସ୍ତାନ ସଂସଦରେ ଘୋଷଣା କରିଥିଲେ ପାକିସ୍ତାନୀ ପ୍ରଧାନମନ୍ତ୍ରୀ ଇମ୍ରାନ୍ ଖାନ୍। କିନ୍ତୁ ସେ ଫେରିବାର ପ୍ରକ୍ରିୟାକୁ ଅତି ଜଟିଳ କରିଛି ପାକିସ୍ତାନ।

ତାଙ୍କ ପାଖରେ ଦୁଇଟି ବିକଳ୍ପ ରହିଛି। ସେମାନେ ସଡ଼କ ଯୋଗେ କିମ୍ବା ବିମାନ ଯୋଗେ ଅଭିନନ୍ଦନଙ୍କୁ ୱାଘା ଆଣିପାରନ୍ତି। ଭାରତ ଚାହୁଁନି ଅଭିନନ୍ଦନଙ୍କୁ ଗଣମାଧ୍ୟମରେ ଦେଖାଯାଉ। ଅନ୍ୟପକ୍ଷରେ ଅପରାହ୍ଣରେ ପତାକା ଅବତରଣ ସମୟରେ ଏହି ସ୍ଥାନରେ ପ୍ରବଳ ଗହଳି ରହିଥିବାରୁ ଏହାକୁ ନେଇ ସମସ୍ୟ ରହିବ।

ବିଶେଷ ସୂତ୍ରରୁ ଜଣାଯାଇଛି, ଭାରତ ତାଙ୍କୁ ବାୟୁସେନାର ସ୍ୱତନ୍ତ୍ର ବିମାନ ଯୋଗେ ଦିଲ୍ଲୀ ଅଣାଯିବ। ସେଠାରେ ତାଙ୍କର ମେଡିକାଲ ଚେକ୍‌ଅପ୍‌ କରାଯିବ ଏବଂ ପାକିସ୍ତାନରେ ସେ ବିତାଇଥିବା ସମୟ ବାବଦରେ ପଚରାଉଚରା କରାଯିବ। ତେବେ ଅଧିକାରୀମାନେ ତାଙ୍କୁ ରିପୋର୍ଟରମାନଙ୍କଠାରୁ ଦୂରେଇ ରଖିବାର ପ୍ରୟାସ କରାଯିବ।



from Odisha Reporter https://ift.tt/2VwjAoT

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages