ମକ୍ରାନ୍ କପ୍ ଫାଇନାଲରେ ୬ ଭାରତୀୟ ବକ୍ସର୍ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, February 26, 2019

ମକ୍ରାନ୍ କପ୍ ଫାଇନାଲରେ ୬ ଭାରତୀୟ ବକ୍ସର୍

ମକ୍ରାନ୍ ବକ୍ସିଂ ଫାଇନାଲରେ ୬ ଭାରତୀୟ ବକ୍ସର୍
ନୂଆଦିଲ୍ଲୀ: ରାଜ୍ୟଗୋଷ୍ଠୀ କ୍ରୀଡ଼ା ରୌପ୍ୟ ପଦକ ବିଜେତା ମନିଷ କୌଶିକ୍ (୬୦ କେଜି) ଓ ସତୀଶ କୁମାର (୯୧ କେଜି)ଙ୍କ ନେତୃତ୍ୱରେ ୬ ଭାରତୀୟ ବକ୍ସର ଇରାନରେ ଚାଲିଥିବା ମକ୍ରାନ୍ କପ୍ ବକ୍ସିଂ ଟୁର୍ଣ୍ଣାମେଣ୍ଟର ଫାଇନାଲରେ ପ୍ରବେଶ କରିଛନ୍ତି । ଏହାବ୍ୟତୀତ ଦୀପକ ସିଂହ (୪୯ କେଜି), ପି. ଲଲିତା ପ୍ରସାଦ (୫୨ କେଜି), ସଞ୍ଜିତ୍ (୯୧ କେଜି) ଓ ମନଜିତ୍ ସିଂହ ପଙ୍ଘଲ (୭୫ କେଜି) ମଧ୍ୟ ଫାଇନାଲ୍ରେ ସ୍ଥାନ ହାସଲ କରିଛନ୍ତି । ଜାତୀୟ ଚାମ୍ପିଅନ୍ କୌଶିକ୍ ସେମିଫାଇନାଲରେ ଅଶକନ୍ ରେଜାଇଙ୍କୁ ୪-୧ ପଏଣ୍ଟରେ ହରାଇଛନ୍ତି । ଫାଇନାଲରେ ତାଙ୍କ ସାମ୍ନା ଡାନିଆଲ ବକ୍ସଙ୍କ ସହ ହେବ। ପୂର୍ବତନ ଏସିଆନ୍ ଗେମ୍ସ ବ୍ରୋଞ୍ଜ ପଦକ ବିଜେତା ସତୀଶ ଏକତରଫା ସେମିଫାଇନାଲରେ ଇମାମ୍ ରମାଜାନଙ୍କୁ ୫-୦ରେ ପରାସ୍ତ କରିଛନ୍ତି। ସତୀଶ ଫାଇନାଲରେ ମହମ୍ମଦ ମ୍ଲିଆସଙ୍କୁ ଭେଟିବେ। ଅନ୍ୟ ସେମିଫାଇନାଲ୍ ମୁକାବିଲା ଗୁଡ଼ିକରେ ଦୀପକ ୫-୦ରେ ମାଲେକ୍ ଆମ୍ମାରିଙ୍କୁ, ପ୍ରସାଦ ୫-୦ରେ ମାର୍ଭିନ୍ ତୋବାମୋଙ୍କୁ, ସଞ୍ଜିତ୍ ୫-୦ରେ ପୌର୍ଯ୍ୟ ଆମିରିଙ୍କୁ ଏବଂ ଡେବ୍ୟୁଟାଣ୍ଟ ମନଜିତ୍ ସିନା ସାଫ୍ଡାରିଆନଙ୍କୁ ହରାଇଛନ୍ତି । ତେବେ ଟୁର୍ଣ୍ଣାମେଣ୍ଟରେ ଭାରତର ରୋହିତ ଟୋକସ (୬୪ କେଜି), ଦୁର୍ଯ୍ୟୋଧନ ସିଂହ ନେଗି (୬୯ କେଜି) ସେମିଫାଇନାଲରେ ହାରି ବ୍ରୋଞ୍ଜ ପଦକରେ ସନ୍ତୁଷ୍ଟ ହୋଇଛନ୍ତି ।



from Odisha Reporter https://ift.tt/2tEiBqw

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages