୭୫୦ କୋଟି ମୂଲ୍ୟର ୨୦ ଲକ୍ଷ ମୋବାଇଲ ସେଟ ବାଣ୍ଟିବାକୁ ନେଇ ବିଜେପି ଉଠାଇଲା ପ୍ରଶ୍ନ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, February 26, 2019

୭୫୦ କୋଟି ମୂଲ୍ୟର ୨୦ ଲକ୍ଷ ମୋବାଇଲ ସେଟ ବାଣ୍ଟିବାକୁ ନେଇ ବିଜେପି ଉଠାଇଲା ପ୍ରଶ୍ନ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟ ସରକାରଙ୍କର ବାହୁଛାୟା ତଳେ ଥିବା ଦୁର୍ନୀତିଗ୍ରସ୍ତ ଖଣି କମ୍ପାନୀ, ଚିଟ୍‌ଫଣ୍ଡ୍‌ କମ୍ପାନୀ ଓ ଧାନ କିଣାରେ ଚାଷୀମାନଙ୍କୁ କଳାକନା ବୁଲାଇଥିବା ମିଲ୍‌ରମାନେ ନିର୍ବାଚନର ଠିକ ପୂର୍ବରୁ ବିଜୁ ଯୁବ ବାହିନୀ ମାଧ୍ୟମରେ ୩୧୪ଟି ବ୍ଲକରେ (ବ୍ଲକରେ ୫ ହଜାର ଲେଖାଏ) ମୋବାଇଲ୍‌ ବାଣ୍ଟିବାକୁ ଯାଉଛନ୍ତି। ଜିଲ୍ଲା ଓ ବ୍ଲକର ପ୍ରଶାସନିକ ଅଧିକାରୀମାନେ ଏହି ମୋବାଇଲ୍‌ ବଣ୍ଟାକୁ ଏକ ସରକାରୀ ଯୋଜନା ଭଳି ମନିଟରିଂ କରୁଛନ୍ତି। ହେଲେ ଆଶ୍ଚର୍ଯ୍ୟର କଥା, ସେହି ମୋବାଇଲ୍‌ ବଣ୍ଟା ନେଇ କୌଣସି ଟେଣ୍ଡର ହୋଇନାହିଁ। ଏପରିକି ସରକାରୀ ସ୍ତରରେ କୌଣସି ବଜେଟ ବ୍ୟବସ୍ଥା କରାଯାଇନି।

ରାଜ୍ୟ ବିଜେପି ଉପସଭାପତି ସମୀର ମହାନ୍ତିଙ୍କ ନେତୃତ୍ୱରେ ଏକ ପ୍ରତିନିଧି ଦଳ ଆଜି ଭୁବନେଶ୍ୱର ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଓ ଆୟକର କମିଶନରଙ୍କୁ ଭେଟି ବିଭିନ୍ନ କମ୍ପାନୀ କେଉଁ କାରଣରୁ ବିଜୁ ଯୁବ ବାହିନୀ ସଦସ୍ୟଙ୍କୁ ମୋବାଇଲ ବାଣ୍ଟିବା ପାଇଁ ଅର୍ଥ ଦେଇଛନ୍ତି ତା’ର ଖୋଳତାଡ଼ କରିବାକୁ ଦାବି କରିଛନ୍ତି।

ଯୁବକଯୁବତୀମାନଙ୍କୁ ନିଯୁକ୍ତି ଦେବାରେ ବିଫଳ ହୋଇଥିବାବେଳେ ବିଜୁ ଯୁବ ବାହିନୀର ସଦସ୍ୟମାନଙ୍କୁ ୨୦ଲକ୍ଷ ମୋବାଇଲ ଫୋନ୍ ବାଣ୍ଟିବା ପାଇଁ ଆବଶ୍ୟକ ଅର୍ଥ ଦେଇଥିବା କମ୍ପାନୀଗୁଡ଼ିକ ବିରୋଧରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଓ ଆୟକର କମିଶନରଙ୍କ ନିକଟରେ ଆଜି ରାଜ୍ୟ ବିଜେପି ଫେରାଦ ହୋଇଛି। ଏହାସହିତ ଲୋକଙ୍କ ଟିକସ ଲୁଟ୍ ଓ ଦାଗୀ କମ୍ପାନୀଗୁଡ଼ିକଠୁ ଏଭଳି ଅର୍ଥ ଆଦାୟକୁ ବିରୋଧ କରି ଆସନ୍ତାକାଲିଠୁ ରାଜ୍ୟ ବିଜେପି ଯୁବମୋର୍ଚ୍ଚା ସମସ୍ତ ବ୍ଲକରେ ଘେରାଉ କରିବ ବୋଲି ସୂଚନା ଦେଇଛି।

ଶ୍ରୀ ମହାନ୍ତି କହିଛନ୍ତି ଯେ, ଯେଉଁସବୁ କମ୍ପାନୀଗୁଡ଼ିକ ଏହି ମୋବାଇଲ ଫୋନ୍ ବାଣ୍ଟିବା ପାଇଁ ୭୫୦କୋଟି ଟଙ୍କାରୁ ଅଧିକ ଅର୍ଥ ଖର୍ଚ୍ଚ କରୁଛନ୍ତି ସେମାନଙ୍କ ମଧ୍ୟରେ ଖଣିଚୋରିରେ ସମ୍ପୃକ୍ତ କମ୍ପାନୀ, ଚିଟଫଣ୍ଡ କମ୍ପାନୀ ଓ ମିଲରମାନେ ସମ୍ପୃକ୍ତ ଅଛନ୍ତି। ଏସବୁ କମ୍ପାନୀଗୁଡ଼ିକ ବିଜେଡିକୁ ନିର୍ବାଚନୀ ପାଣ୍ଠି ଦେବା ପାଇଁ ଏଭଳି ମୋବାଇଲ ବଣ୍ଟନ କରୁଥିବା ବିଜେପି ସନ୍ଦେହ କରୁଛି। ତେଣୁ ସେହି କମ୍ପାନୀଗୁଡ଼ିକର ଆର୍ଥିକ କାରବାରର ଖୋଳତାଡ଼ ପାଇଁ ଦଳ ଦାବି କରିଛି।

ଶ୍ରୀ ମହାନ୍ତି କହିଛନ୍ତି-“ରାଜ୍ୟରେ ଚାଷୀମାନଙ୍କୁ ସରକାର ମୋବାଇଲ୍‌ ଯୋଗାଇବା କଥା କହିଥିଲେ। ହେଲେ ସୂଚନା ଅଧିକାର ଆଇନ୍‌ରେ ମିଳିଥିବା ତଥ୍ୟ ଅନୁସାରେ ଏବେ ସୁଦ୍ଧା ରାଜ୍ୟ ସରକାର କୌଣସି ଟେଣ୍ଡର କରିନାହାନ୍ତି କି ମୋବାଇଲ ହ୍ୟାଣ୍ଡସେଟ୍‌ ଯୋଗାଣର କୌଣସି ସରକାରୀ ବ୍ୟବସ୍ଥା କରିନାହାନ୍ତି। ହେଲେ ୨୦ ଲକ୍ଷ ମୋବାଇଲ୍‌ ହ୍ୟାଣ୍ଡସେଟ୍‌ ଯାହା ଏବେ ସରକାରୀ କଳ ମାଧ୍ୟମରେ ବଣ୍ଟାଯିବ ସେ ସବୁ ଆସିଲା କୁଆଡୁ?”

ସେହିପରି ରାଜ୍ୟ ବିଜେପି ଯୁବମୋର୍ଚ୍ଚା ସଭାପତି ଟଙ୍କଧର ତ୍ରିପାଠୀ କହିଛନ୍ତି ଯେ, ଲୋକଙ୍କ ଟିକସ ଅର୍ଥ ଲୁଟ୍ କରି ବିଜେଡି କର୍ମୀମାନଙ୍କୁ ବିଜୁ ଯୁବ ବାହିନୀ ସଦସ୍ୟ ଭାବେ ସରକାର ବିଦେଶ ବୁଲାଉଛନ୍ତି। ଯୁବଗୋଷ୍ଠୀଙ୍କୁ ବିଭ୍ରାନ୍ତ କରି ରାଜ୍ୟ ସରକାର ଏଭଳି କାର୍ଯ୍ୟ କରିଥିବାରୁ ରାଜ୍ୟ ବିଜେପି ଯୁବମୋର୍ଚ୍ଚା ଆସନ୍ତାକାଲିଠୁ ସମସ୍ତ ବ୍ଲକରେ ଘେରାଉ କାର୍ଯ୍ୟକ୍ରମ ହାତକୁ ନେବ। ଏହି ପ୍ରତିନିଧି ଦଳରେ ଅନ୍ୟମାନଙ୍କ ମଧ୍ୟରେ ଦିଲ୍ଲୀପ ମହାନ୍ତି, ଠାକୁର ରଣଜିତ୍ ଦାସ ପ୍ରମୁଖ ସାମିଲ ଥିଲେ।



from Odisha Reporter https://ift.tt/2H1EF6t

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages