ଦୁଇ ଶୁଟରଙ୍କ ପାଇଁ ପରୀକ୍ଷା ତାରିଖ ଘୁଞ୍ଚାଇବାକୁ ସାଇର ନିବେଦନ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, February 15, 2019

ଦୁଇ ଶୁଟରଙ୍କ ପାଇଁ ପରୀକ୍ଷା ତାରିଖ ଘୁଞ୍ଚାଇବାକୁ ସାଇର ନିବେଦନ

ନୂଆଦିଲ୍ଲୀ: ଭାରତର ଦୁଇ ଉଦୀୟମାନ ଶୁଟର ମନୁ ଭାକର ଓ ବିଜୟବୀର ସିଦ୍ଧୁଙ୍କ ପାଇଁ ସିବିଏସ୍‌ଇ ସ୍ୱତନ୍ତ୍ର ଭାବେ ଦୁଇ ବିଷୟର ପରୀକ୍ଷା ତାରିଖ ପରିବର୍ତ୍ତନ କରୁ ବୋଲି ଆଜି ସ୍ପୋର୍ଟ ଅଥରିଟି ଅଫ୍‌ ଇଣ୍ଡିଆ(ସାଇ) ପକ୍ଷରୁ ନିବେଦନ କରାଯାଇଛି।

ଏନେଇ ସାଇ ପକ୍ଷରୁ ସିବିଏସ୍‌ଇକୁ ଚିଠି ମଧ୍ୟ ଲେଖାଯାଇଛି। ଏହି ଦୁଇ ଖେଳାଳିଙ୍କ ସିବିଏସ୍‌ଇ ପରୀକ୍ଷା ବେଳେ ଚାଇନିଜ୍‌ ତାଇପେଇଠାରେ ଏସିଆନ୍‌ ଏୟାର ଗନ୍‌ ଚାମ୍ପିୟନଶିପ୍‌ ମାର୍ଚ୍ଚ ୨୫ରୁ ଏପ୍ରିଲ ୨ ଯାଏ ଅନୁଷ୍ଠିତ ହେବ।

ତେଣୁ ଏହାକୁ ଦୃଷ୍ଟିରେ ରଖି ସାଇ ପକ୍ଷରୁ ଏଭଳି ପଦକ୍ଷେପ ନିଆଯାଇଛି। ଭାରତ ସରକାର ଯୁବ ଆଥେଲେଟ୍‌ମାନେ ଉଭୟ ଖେଳ ଏବଂ ପାଠପଢ଼ାକୁ ସମତୁଲ ଭାବେ ଆଗକୁ ନେବାକୁ କହିଥିବାରୁ ସାଇ ସିବିଏସ୍‌ଇକୁ ଚିଠି ଲେଖି ଏପରି କହିଛି।

ଭାକରଙ୍କ ଇତିହାସ ପରୀକ୍ଷା ଏପ୍ରିଲ ୨୫ରେ ଥିବା ବେଳେ ସିଦ୍ଧୁଙ୍କ ମନସ୍ତତ୍ତ୍ୱ ବା ସାଇକୋଲଜି ପରୀକ୍ଷା ମାର୍ଚ୍ଚ ୨୯ରେ ରହିଛି। ସେହିପରି ଏହି ଦୁଇ ଖେଳାଳିଙ୍କ ପିଜିକାଲ ଏଡୁକେସନ୍‌ ପରୀକ୍ଷା ମଧ୍ୟ ମାର୍ଚ୍ଚ ୩୦ରେ ରହିଛି। ତେଣୁ ଏସବୁ ପରୀକ୍ଷାର ତାରିଖ ଏହି ଦୁଇ ଖେଳାଳିଙ୍କ ପାଇଁ ପରିବର୍ତ୍ତନ କରିବାକୁ ସାଇ ଚିଠିରେ କହିଛି।

ଏହି ଚିଠି ପୂର୍ବରୁ ସାଇ ଉଭୟ ଖେଳାଳିଙ୍କ ପରିବାର ଲୋକଙ୍କୁ ମଧ୍ୟ ଏ ସମ୍ପର୍କରେ ଜଣାଇଥିଲା। ପରୀକ୍ଷା ତାରିଖ ବଦଳିଲେ ଖେଳାଳିମାନେ ପରୀକ୍ଷା ଦେଇପାରିବା ସହ ଚାମ୍ପିୟନଶିପ୍‌ରେ ମଧ୍ୟ ଭାଗ ନେଇପାରିବେ।



from Odisha Reporter http://bit.ly/2S3n0x5

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages