ପ୍ରଶ୍ନପତ୍ର ଭାଇରାଲ ଘଟଣା: ବୋର୍ଡ ନିର୍ଦ୍ଦେଶ ମାନୁନାହାନ୍ତି ଡିଇଓ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, February 23, 2019

ପ୍ରଶ୍ନପତ୍ର ଭାଇରାଲ ଘଟଣା: ବୋର୍ଡ ନିର୍ଦ୍ଦେଶ ମାନୁନାହାନ୍ତି ଡିଇଓ

viral

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଗତକାଲି ମ୍ୟାଟ୍ରିକ ପରୀକ୍ଷାର ମାତୃଭାଷା ପ୍ରଶ୍ନପତ୍ର ଭାଇରାଲ ହୋଇଥିଲା। ଏହାକୁ ନେଇ ବୋର୍ଡ ସଭାପତି କୋରାପୁଟ, ଢେଙ୍କାନାଳ ଓ ନୂଆପଡ଼ା ଜିଲ୍ଲା ଶିକ୍ଷା ଅଧିକାରୀ (ଡିଇଓ)ଙ୍କୁ ନିଜ ଅଞ୍ଚଳର ଥାନାରେ ମାମଲା ରୁଜୁ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ବୋର୍ଡର ଏହି ନିର୍ଦ୍ଦେଶନାମାକୁ ୨୪ ଘଣ୍ଟା ବିତି ଯାଇଥିଲେ ବି ଢେଙ୍କାନାଳ ଓ କୋରାପୁଟ ଡିଇଓ ଏହାକୁ କାର୍ଯ୍ୟକାରୀ କରି ନଥିବା ଅଭିଯୋଗ ହୋଇଛି।

ଅନ୍ୟପକ୍ଷରେ ନୂଆପଡ଼ା ଡିଇଓ ଦୁଇଟି ହାଇସ୍କୁଲର ଶିକ୍ଷକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେଇଛନ୍ତି। ଘଟଣାକୁ ନେଇ ଡିଇଓ ବୋଡ଼େନ ଥାନାରେ ଏତଲା ଦେବା ପରେ ପୁଲିସ୍‌ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି।

ନୂଆପଡ଼ା ଡିଇଓ କରଙ୍ଗାମାଲ ହାଇସ୍କୁଲ ସୁପରିନ୍‌ଟେଣ୍ଡେଣ୍ଟଙ୍କ ସହ ଦୁଇ ଜଣ ୨ ଇନଭିଜିଲେଟରଙ୍କ ନାଁରେ ଏତଲା ଦେଇଥିଲେ। ସେହିପରି ଲିଟିସର୍ଗି ଗୋପୀନାଥ ହାଇସ୍କୁଲ ସୁପରିନ୍‌ଟେଣ୍ଡେଣ୍ଟ ଓ କ୍ରୀଡ଼ା ଶିକ୍ଷକଙ୍କ ନାଁରେ ମଧ୍ୟ ଏତଲା ଦେଇଥିଲେ।

ଅଭିଯୋଗ ହେବା ପରେ ପୁଲିସ୍‌ ଏହି ୫ ଜଣ ଶିକ୍ଷକଙ୍କୁ ଅଟକ ରଖି ପଚରାଉଚରା କରୁଛି।

ଅନ୍ୟପକ୍ଷରେ କୋରାପୁଟ ଓ ଢେଙ୍କାନାଳ ଡିଇଓ, ବୋର୍ଡ ନିର୍ଦ୍ଦେଶକୁ ପାଳନ କରିବାରେ ଡେରି କରିବା ଶିକ୍ଷାବିତଙ୍କ ମଧ୍ୟରେ ଅସନ୍ତୋଷ ସୃଷ୍ଟି କରିଛି।



from Odisha Reporter https://ift.tt/2GIwnRu

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages