ରିଲିଜ୍‌ ହେଲା ‘ନୋଟ୍‌ବୁକ୍‌’ର ଟ୍ରେଲର - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, February 23, 2019

ରିଲିଜ୍‌ ହେଲା ‘ନୋଟ୍‌ବୁକ୍‌’ର ଟ୍ରେଲର

ମୁମ୍ବାଇ: ପୁଣି ଥରେ ପରଦାରେ ଦେଖିବାକୁ ମିଳିବ କାଶ୍ମୀର କାହାଣୀ। ଉପତ୍ୟକାର କାହାଣୀକୁ ନେଇ ଆଧାରିତ ହିନ୍ଦୀ ଫିଲ୍ମ ନୋଟ୍‌ବୁକ୍‌ର ଟ୍ରେଲର୍ ରିଲିଜ୍ ହୋଇଛିା ଲଭ୍‌, ରୋମାନ୍ସ, ବ୍ରେକ୍ଅପ୍ ଆଉ ତା ସାଙ୍ଗକୁ ସସ୍ପେନ୍ସକୁ ନେଇ ଫିଲ୍ମର କାହାଣୀ ଆଧାରିତ। ଫିଲ୍ମ ଜରିଆରେ ଡେବ୍ୟୁ କରିବାକୁ ଯାଉଛନ୍ତି ପ୍ରନୂତନ ବହଲ୍ ଓ ଜାହିର୍ ଇକବାଲ୍।

ରିଲିଜ୍‌ର କିଛି ଘଣ୍ଟା ମଧ୍ୟରେ ହିଁ ଟ୍ରେଲରଟି ବେଶ୍ ପ୍ରଂଶସିତ ହୋଇଛିା କାଶ୍ମୀରର ଏକ ବିଚ୍ଚିନ୍ନ ଅଞ୍ଚଳରେ ଶିକ୍ଷକ ଭାବେ ନଜର ଆସିବେ ପ୍ରନୂତନ। ମାତ୍ର ୭ ଜଣ ଛାତ୍ରଛାତ୍ରୀଙ୍କୁ ନେଇ ଥିବା ଏହି ସ୍କୁଲରେ ପରେ ଶିକ୍ଷକ ଭାବେ ନିଯୁକ୍ତି ପାଇବେ ଜାହିର୍। ତେବେ ପ୍ରନୂତନଙ୍କ ନୋଟ୍‌ବୁକ୍‌ଙ୍କୁ ପଢ଼ି କିପରି ଉଭୟଙ୍କ ମଧ୍ୟରେ ପ୍ରେମ ଓ ପରେ ବିଚ୍ଛେଦ ହେଉଛି ସେ ନେଇ ଫିଲ୍ମର କାହାଣୀ ଗତିଶୀଳ। ‘ନୋଟ୍‌ବୁକ୍‌’ ହେଉଛି ଚଳିତ ବର୍ଷର ସଲମାନ୍ ପ୍ରଡକ୍ସନ୍‌ର ପ୍ରଥମ ସିନେମା। ଫିଲ୍ମକୁ ନେଇ ଖୁବ୍ ଉତ୍ସାହିତ ଅଛନ୍ତି ସଲମାନ୍।

ଗତକାଲି ମୁମ୍ବାଇରେ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ସହ ଲଞ୍ଚ ହୋଇଥିଲା ‘ନୋଟ୍‌ବୁକ୍’ର ଟ୍ରେଲର। କାର୍ଯ୍ୟକ୍ରମରେ ନିଜେ ସଲମାନ ଖାନ୍, ଜାହୀର ଇକବାଲ, ପ୍ରନୂତନ ବହଲ୍‌ଙ୍କ ସମେତ ଫିଲ୍ମର ଅନ୍ୟ ସବୁ ଷ୍ଟାର କାଷ୍ଟ ଉପସ୍ଥିତ ଥିଲେ। କାର୍ଯ୍ୟକ୍ରମର ମୁଖ୍ୟ ଆକର୍ଷଣ ଥିଲା ଫିଲ୍ମର ସମସ୍ତ ଚାଇଲ୍ଡ ଷ୍ଟାରଙ୍କ ଧମାକାଦାର ଡ୍ୟାନ୍ସ। ନିତୀନ କକ୍କରଙ୍କ ନିର୍ଦ୍ଦେଶନାରେ ନିର୍ମିତ ଏହି ଫିଲ୍ମଟି ଆସନ୍ତା ମାର୍ଚ୍ଚ ୨୯ରେ ରିଲିଜ ହେବ।



from Odisha Reporter https://ift.tt/2NnHi3J

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages