
ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ‘ମତେ ଯେତେ ମାଠିବୁ ମାଠ, ମୁଁ ସେହି ଦରପୋଡା କାଠ୍’। ଏ ଉକ୍ତି ରାଜ୍ୟ ଶିକ୍ଷା ବିଭାଗ ପାଇଁ ଶତ ପ୍ରତିଶତ ଠିକ୍ ଭଳି ମନେ ହେଉଛି। କାରଣ ୨୨ ତାରିଖ ମ୍ୟାଟ୍ରିକ ପରୀକ୍ଷା ଆରମ୍ଭ ଦିନ ମାତୃଭାଷା ପ୍ରଶ୍ନପତ୍ର ଭାଇରାଲ ହେବା ଘଟଣାରୁ ମାଧ୍ୟମିକ ଶିକ୍ଷା ପରିଷଦ କିଛି ଶିକ୍ଷା ଗ୍ରହଣ କରିବା ପରି ମନେ ହେଉନାହିଁ। କାରଣ ଆଜି ହୋଇଥିବା ଇଂରାଜୀ ପରୀକ୍ଷାର ପ୍ରଶ୍ନପତ୍ର ମଧ୍ୟ ଭାଇରାଲ ହୋଇଥିବା ଅଭିଯୋଗ ହୋଇଛି।
ବଲାଙ୍ଗିର ଜିଲ୍ଲାରେ ଏହି ପ୍ରଶ୍ନପତ୍ର ଭାଇରାଲ ହୋଇଥିବା କୁହାଯାଉଛି। ପରୀକ୍ଷା ଚାଲିଥିବା ବେଳେ ‘ସେଟ୍- ଏ’ ପ୍ରଶ୍ନପତ୍ର ସୋଶାଲ ମିଡିଆରେ ଘୁରି ବୁଲୁଥିବା ଅଭିଯୋଗ ହୋଇଛି।
from Odisha Reporter https://ift.tt/2GZV4II
No comments:
Post a Comment