
ମୁମ୍ବାଇ: ବଲିଉଡ୍ ଅଭିନେତ୍ରୀ ସୋନାକ୍ଷୀ ସିହ୍ନା ଏବେ ଅଡ଼ୁଆରେ ପଡ଼ିଛନ୍ତି। ତାଙ୍କ ବିରୋଧରେ ମୁରାଦାବଦରେ ଠକେଇ ଅଭିଯୋଗ ହୋଇଛି।ସୋନାକ୍ଷୀ ଟଙ୍କା ନେଇ ଏକ ଇଭେଣ୍ଟକୁ ଆସି ନଥିବା ଅଭିଯୋଗ ହୋଇଛି। ତାଙ୍କ ସହ ଆଉ ୫ ଜଣଙ୍କ ବିରୋଧରେ ମଧ୍ୟ ମାମଲା ରୁଜ୍ଜୁ ହୋଇଛି।
ସୂଚନା ଅନୁଯାୟୀ ସୋନାକ୍ଷୀ ଆଡ଼ଭାନ୍ସ ନେଇ ଏକ କାର୍ଯ୍ୟକ୍ରମକୁ ନ ଆସିବାରୁ ଆୟୋଜକ ପ୍ରମୋଦ ଶର୍ମା ଥାନାରେ ଅଭିଯୋଗ କରିଥିଲେ। ହେଲେ କୌଣସି ପଦକ୍ଷେପ ନ ନିଆଯିବାରୁ ସେ ବିଷ ପିଇଦେଇଥିଲେ। ତେବେ ଠିକ୍ ସମୟରେ ତାଙ୍କର ଚିକିତ୍ସା କରାଯିବାରୁ ସେ ବଞ୍ଚିଯାଇଥିଲେ। ଅନ୍ୟପଟେ ପୁଲିସର କହିବା ଅନୁଯାୟୀ ତଦନ୍ତ ପ୍ରକ୍ରିୟା ପୂରା ହେବା ପରେ ସୋନାକ୍ଷୀଙ୍କ ସମେତ ଅନ୍ୟ ୫ଜଣ ଅଭିଯୁକ୍ତଙ୍କ ବିରୋଧରେ ମାମଲା ରୁଜ୍ଜୁ କରାଯାଇଛି।
ଖବର ମୁତାବକ ଦିଲ୍ଲୀରେ ସେପ୍ଟେମ୍ବର ୩୦ରେ ‘ଇଣ୍ଡିଆ ଫ୍ୟାଶନ ଆଣ୍ଡ ବ୍ୟୁଟି ଆୱର୍ଡ଼’ କାର୍ଯ୍ୟକ୍ରମର ଆୟୋଜନ ହୋଇଥିଲା। ଏଥିରେ ପୁରସ୍କାର ବାଣ୍ଟିବା ଲାଗି ସୋନାକ୍ଷୀ ଆସିବାର ଥିଲା। ଏଥିପାଇଁ ସୋନାକ୍ଷୀଙ୍କ ଆସିଷ୍ଟାଣ୍ଟ ସହ କଥାବର୍ତ୍ତା ପରେ ତାଙ୍କ ଆକାଉଣ୍ଟକୁ ୩୨ ଲକ୍ଷ ଟଙ୍କା ଟ୍ରାନ୍ସଫର୍ କରିଦିଆଯାଇଥିଲା। ତାଙ୍କ ଆସିବା ଓ ରହିବାର ସମସ୍ତ ଆୟୋଜନ ମଧ୍ୟ ହୋଇସାରିଥିଲା। ହେଲେ ଶେଷ ମୂହୁର୍ତ୍ତରେ ସୋନାକ୍ଷୀ ଆୱାର୍ଡ଼ ଫଙ୍କସନ୍ଙ୍କୁ ଆସିବାକୁ ମନା କରିଦେଇଥିଲେ।
from Odisha Reporter https://ift.tt/2tArKAx
No comments:
Post a Comment