ରୋଗ ପ୍ରତିରୋଧକ ଶକ୍ତି ବଢ଼ାଏ ଦେଶୀ ଗାଈ ଘିଅ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, February 10, 2019

ରୋଗ ପ୍ରତିରୋଧକ ଶକ୍ତି ବଢ଼ାଏ ଦେଶୀ ଗାଈ ଘିଅ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବଜାରରେ ବିଭିନ୍ନ ପ୍ରକାରର ଘିଅ ମିଳୁଛି। ହେଲେ ଗାଈ ଘିଅ ଶରୀର ପାଇଁ ସବୁଠାରୁ ଅଧିକ ଲାଭଦାୟକ।  ଏଥିରେ ପୌଷ୍ଟିକ ତତ୍ତ୍ୱ ଭରପୂର ହୋଇ ରହିଥାଏ। ତେଣୁ ଯଦି ଘିଅ ଖାଉଛନ୍ତି, ତେବେ ଗାଈ ଘିଅ ହିଁ ଖାଆନ୍ତୁ। ଦେଶୀ ଗାଈ ଘିଅ ସ୍ୱାସ୍ଥ୍ୟ ପାଇଁ ଅତ୍ୟନ୍ତ ଜରୁରୀ । ଛୁଆ  ଏହାକୁ ଖାଇଲେ ହାଡ଼ ଶକ୍ତ ହେବା ସହ ଶରୀର ବିକାଶରେ ସହାୟକ ହୁଏ । ତେଣୁ ଛୋଟ ଛୁଆଙ୍କୁ ଘିଅ ଖାଇବାକୁ ଦେବା ନିତାନ୍ତ ଜରୁରୀ ଅଟେ । ତେବେ ଆସନ୍ତୁ ଜାଣିବା ଦେଶୀ ଗାଈ ଘିଅ ଶରୀର ପାଇଁ କେତେ ଉପକାରୀ।

  • ଦେଶୀ ଗାଈ ଘିଅ ସ୍ୱାସ୍ଥ୍ୟ ପାଇଁ ଲାଭଦାୟକ । ଏହା ଶରୀରକୁ ଅନେକ ମାତ୍ରାରେ ଶକ୍ତି ପ୍ରଦାନ କରିଥାଏ । ପ୍ରାଥମିକ ସ୍ତରରେ ଏହା ଛୁଆଙ୍କ ବୁଦ୍ଧି ଓ ବିକାଶ କ୍ଷେତ୍ରରେ ଉପଯୋଗୀ ।
  • ଏହି ଦେଶୀ ଘିଅ ସେବନ କରିବା ଦ୍ୱାରା ପିଲାମାନେ ଶକ୍ତିଶାଳୀ ହୋଇଥାନ୍ତି । ଦେଶୀ ଘିଅ ଅତି ଆରାମରେ ଦେହରେ ହଜମ ହୋଇଯାଏ ଏବଂ ଏହା ମସ୍ତିଷ୍କ ବିକାଶରେ ମଧ୍ୟ ସହାୟକ ହୁଏ।
  • ପିଲାକୁ ଦେଶୀ ଗାଈ ଘିଅ ଖାଇବାକୁ ଦେବାବେଳେ ତାର ଓଜନ ହିସାବରେ ଏହାର ପରିମାଣ ଠିକ କରନ୍ତୁ । ଓଜନ ପୂର୍ବରୁ ଅଧିକ ଥିଲେ ପିଲାକୁ କମ୍‌ ଘିଅ ଦିଅନ୍ତୁ ଯଦି ଛୁଆର ଓଜନ କମ୍‌ ରହିଛି ତା ଠାରୁ ଅଧିକ ପରିମାଣର ଘିଅ ଖାଇବାକୁ ଦେଲେ ଭଲ ।
  • ଦେଶୀ ଗାଈ ଘିଅ ନାକରେ ପକାଇଲେ ଆଲର୍ଜି ମଧ୍ୟ ଭଲ ହୋଇଥାଏ ।
  • ୮ ମାସ ପରେ ଛୁଆକୁ ଦେଶୀ ଘିଅ ଉପଯୋଗ କରିପାରିବେ । ଖେଚୁଡ଼ି, ରୁଟି, ଭାତ, ଡ଼ାଲିରେ ମଧ୍ୟ ଘିଅ ପକାଇ ଖାଇପାରିବେ । ଛୁଆଙ୍କୁ ଦେଶୀ ଘିଅ ଖାଇବାକୁ ଦେଲେ ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ପାଇଥାଏ । ତେଣୁ ଶରୀର ପାଇଁ ଦେଶୀ ଘିଅ ସେବନ ନିତାନ୍ତ ଆବଶ୍ୟକ ।


from Odisha Reporter http://bit.ly/2TPe1Ba

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages