ନାବାଳିକାକୁ ଦୁଷ୍କର୍ମ ଉଦ୍ୟମ ଅଭିଯୋଗରେ ଏଏସ୍‌ଆଇ ସସ୍‌ପେଣ୍ଡ୍ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, February 10, 2019

ନାବାଳିକାକୁ ଦୁଷ୍କର୍ମ ଉଦ୍ୟମ ଅଭିଯୋଗରେ ଏଏସ୍‌ଆଇ ସସ୍‌ପେଣ୍ଡ୍

policestation

ବରଗଡ଼ (ଦୀପକ ଶର୍ମା): ଜଣେ ନାବାଳିକାଙ୍କୁ ଦୁଷ୍କର୍ମ ଉଦ୍ୟମ କରିବା ଅଭିଯୋଗରେ ବରଗଡ଼ ଜିଲ୍ଲା ସୋହେଲା ଥାନା ଏଏସ୍‌ଆଇ ବନମାଳି କୁଅଁରଙ୍କୁ ସସ୍‌ପେଣ୍ଡ୍ କରାଯାଇଛି। ଗତକାଲି ଏ ଅଭିଯୋଗ ଆସିବା ପରେ ବରଗଡ଼ ଏସ୍‌ପି ତାଙ୍କୁ ନିଲମ୍ବନ କରିଛନ୍ତି। ତାଙ୍କୁ ଗିରଫ ବି କରାଯାଇପାରେ ବୋଲି ସୂଚନା ମିଳିଛି।

ଅଭିଯୋଗ ଅନୁଯାୟୀ, ଗତ ୮ ତାରିଖ ଦିନ ମେଲଛାମୁଣ୍ଡା ଥାନା ଅଞ୍ଚଳର ଏହି ନାବାଳିକା ଜଣଙ୍କ ଟ୍ୟୁସନ୍‌କୁ ଯାଇ ଆଉ ଘରକୁ ଫେରି ନଥିଲେ। ପରେ ମେଲଛାମୁଣ୍ଡା ଥାନା ପୁଲିସ୍ ତାଙ୍କୁ ସୋହେଲାରୁ ଉଦ୍ଧାର କରିଥିଲା ଓ ପରିବାର ଲୋକଙ୍କୁ ହସ୍ତାନ୍ତର କରିଥିଲା।

ଉଦ୍ଧାର ପରେ ନାବାଳିକା ଜଣଙ୍କ ପରିବାର ଲୋକଙ୍କୁ କହିଥିଲେ ଯେ, ରିକୁ ନାଗ ତାଙ୍କୁ ଅପହରଣ କରି ସୋହେଲା ନେଇ ଯାଇଥିଲା। ସେ ତାଙ୍କୁ ଏଏସ୍ଆଇ ବନମାଳି କୁଅଁରଙ୍କ ଭଡ଼ା ଘରେ ରଖି ଦୁଷ୍କର୍ମ କରିଥିଲା। ତା’ପରେ ସେ ସେଠାରୁ ପଳାଇଥିଲା। ରାତିରେ ଏଏସ୍‌ଆଇ ତାଙ୍କୁ ଦୁଷ୍କର୍ମ କରିବାକୁ ଉଦ୍ୟମ କରିଥିଲେ।

ଏହି ଘଟଣାରେ ଏଏସ୍‌ଆଇଙ୍କୁ ନିଲମ୍ବନ କରାଯାଇଥିବା ବେଳେ ରିକୁ ନାଗକୁ ପୁଲିସ୍ ଅଟକ ରଖି ପଚରାଉଚରା କରୁଛି। ନାବାଳିକାଙ୍କ ଡାକ୍ତରୀମାଇନା କରାଯାଇଛି।

ରାଜ୍ୟରେ ଦିନକୁ ଦିନ ନାବାଳିକା ଦୁଷ୍କର୍ମ ମାମଲା ବଢ଼ୁଥିବା ବେଳେ ଜଣେ ପୁଲିସ୍ ଅଧିକାରୀଙ୍କ ନାଁରେ ଏଭଳି ଅଭିଯୋଗ ଆସିବା ଚିନ୍ତାଜନକ ବିଷୟ ବୋଲି ସ୍ଥାନୀୟ ଅଞ୍ଚଳରେ ଆଲୋଚନା ହେଉଛି।



from Odisha Reporter http://bit.ly/2Sq2iN7

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages