
ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କାଲି ଗୋଲାପ ଦେଇଥିବେ, ଆଜି ମନ କଥା କହିନିଅନ୍ତୁ। ଯେମିତି ଏଥିରେ ବିଳମ୍ବ ହୋଇ ନ ଯାଏ। କାରଣ ସେ ଯଦି ଆଉ କାହାର ହୋଇଯାଆନ୍ତି ଆମେ ଜାଣିଛୁ ଆପଣ କେବେ ବି ସହି ପାରିବେନି। କ’ଣ ଠିକ୍ କହୁଛୁ ନା।
ଆମ କଥା ପଢି ଆପଣ ମୁରୁକି ହସୁଥିବେ, ଆଉ ଆଜିର ସେଲିବ୍ରେସନ୍ କଥା ଭାବୁଥିବେ। ଭାବୁଥିବେ ଚକ୍ଲେଟ୍ ଦେଇ ପ୍ରପୋଜ କରିବେ ନା ଆଣ୍ଠେଇ ପଡ଼ି ଗୋଲାପ ଧରି। ଚିନ୍ତା କରନ୍ତୁନି, ଏଥର ଆମ ତରଫରୁ ଆପଣଙ୍କୁ ଢେରା ସାରା ବେଷ୍ଟ ୟୁଇସେସ୍। ପାରୁଛନ୍ତି ଯଦି ଅନ୍ଲାଇନ୍ ମେସେଜିଂ ଜରିଆରେ ପ୍ରେମ ନିବେଦନ କରିପାରିବେ।
ହ୍ୱାଟସ୍ ଆପ୍ ହେଉ କି ଫେସ୍ବୁକ୍ ମେସେଞ୍ଜର, ଆଉ ଡେରି ନ କରି କହିଦିଅନ୍ତୁ ନିଜ ମନକଥା ଆଉ ଏଇ ଦିନଟିକୁ ସବୁଦିନ ପାଇଁ ସ୍ମରଣୀୟ କରି ଦିଅନ୍ତୁ। କିଏ ଜାଣେ ଜୀବନ ଆଉଥରେ ଏ ସୁଯୋଗ ଦେବ କି ନାହିଁ।
ଯାହାକୁ ମନରୁ ଚାହୁଁଛନ୍ତି ପ୍ରଥମେ ତାଙ୍କ ମନ କଥା ପଢିବାକୁ ଚେଷ୍ଟା କାରନ୍ତୁ। ସେ କ’ଣ ଚାହାନ୍ତି ସେଇଆ ହିଁ ଆଜିର ଦିନରେ ତାଙ୍କୁ ଉପହାର ଦିଅନ୍ତୁ। ଚକଲେଟ୍, ଟେଡି କି ଗୋଲାପ ନୁହେଁ ମନ କଥା ପଢିପାରିଲେ ହିଁ ଆପଣ ହୋଇପାରିବେ ତାଙ୍କର ଭେଲେଣ୍ଟାଇନ୍।
କ’ଣ, ଆମ କଥା ଠିକ୍ ତ ?
from Odisha Reporter http://bit.ly/2BquJjo
No comments:
Post a Comment