
ବୌଦ୍ଧ (ଭାର୍ଜନ କୁମାର ପ୍ରଧାନ): ମାଆ ହୋଇଛନ୍ତି ଦଶମ ଶ୍ରେଣୀରେ ପଢ଼ୁଥିବା ଜଣେ ନାବଳିକା ଛାତ୍ରୀ। ସେ ଏକ ଶିଶୁପୁତ୍ରକୁ ଜନ୍ମ ଦେଇଚନ୍ତି। ଘଟଣାଟି ଘଟିଛି ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ୍ ଅଞ୍ଚଳରେ।
ସୂଚନା ଅନୁସାରେ, ଗତକାଲି ସନ୍ଧ୍ୟାରେ ନାବାଳିକା ଜଣକ ପେଟରେ ଯନ୍ତ୍ରଣା ଅନୁଭବ କରୁଥିଲେ। ଏନେଇ ସେ ତାଙ୍କ ପରିବାର ଲୋକଙ୍କୁ ଜଣାଇଥିଲେ। ପରେ ତାଙ୍କୁ ଏକ ଅଟୋ ଯୋଗେ ହରଭଙ୍ଗା ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରକୁ ନିଆଯାଇଥିଲା। ହେଲେ ଡାକ୍ତରଖାନା ଭିତରକୁ ନେବା ପୂର୍ବରୁ ଗେଟ୍ ସମ୍ମୁଖରେ ହିଁ ସେ ଶିଶୁପୁତ୍ରକୁ ଜନ୍ମ ଦେଇଥିଲେ।
ପ୍ରସୂତି ନାବାଳିକା ହୋଇଥିବା ଜାଣିବା ପରେ ଡାକ୍ତରଖାନା କର୍ମଚାରୀ ୧୦୮ ଆମ୍ୱୁଲାନ୍ସରେ ଉଭୟ ମାଆ ଓ ଶିଶୁକୁ ବୌଦ୍ଧ ମୁଖ୍ୟ ଚିକିତ୍ସାଳୟକୁ ପଠାଇ ଦେଇଥିଲେ।
ତେବେ ନାବାଳିକାଙ୍କୁ କିଏ ଗର୍ଭବତୀ କଲା, ତାହା ବର୍ତ୍ତମାନ ସୁଦ୍ଧା ସ୍ପଷ୍ଟ ହୋଇନାହିଁ। ରାଜ୍ୟରେ ବାରମ୍ବାର ନାବାଳିକାଙ୍କ ପ୍ରତି ଯୌନ ନିର୍ଯାତନା ବଢ଼ି ଚାଲିଛି। ପ୍ରାୟ ପ୍ରତିଦିନ ଏପରି ଘଟଣା ନଜରକୁ ଆସୁଛି। ବିଶେଷ କରି ଆଶ୍ରମ ସ୍କୁଲରେ ଗୁଡିକରୁ ଏପରି ଅଭିଯୋଗ ଅଧିକ ଆସୁଥିବା ଦେଖିବାକୁ ମିଳୁଛି।
from Odisha Reporter http://bit.ly/2UMbZSE
No comments:
Post a Comment