ଅଖିଲେଶଙ୍କ ମେଣ୍ଟ ଗଣିତ ମୁଲାୟମ୍‌ଙ୍କୁ ଅଡ଼ୁଆ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, February 21, 2019

ଅଖିଲେଶଙ୍କ ମେଣ୍ଟ ଗଣିତ ମୁଲାୟମ୍‌ଙ୍କୁ ଅଡ଼ୁଆ

ଲକ୍ଷ୍ନୌ: ସମାଜବାଦୀ ପାର୍ଟିର ବରିଷ୍ଠ ନେତା ମୁଲାୟମ ସିଂହ ଯାଦବ ଏବଂ ତାଙ୍କ ପୁଅ ତଥା ଦଳର ସୁପ୍ରିମୋ ଅଖିଲେଶଙ୍କ ମଧ୍ୟରେ ରହିଥିବା ଅସହମତି ବାରମ୍ବାର ସାମ୍ନାକୁ ଆସୁଛି। ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ନେଇ ଦୁହେଁ ଚର୍ଚ୍ଚାକୁ ଆସୁଥିବାବେଳେ ଏଥର ଅଖିଲେଶଙ୍କ ମେଣ୍ଟ ଗଣିତକୁ ନେଇ ଉଭୟଙ୍କ ମଧ୍ୟରେ ମତ ପାର୍ଥକ୍ୟ ସାମ୍ନାକୁ ଆସିଛି।

ଦଳର ମୁଖ୍ୟାଳୟଠାରେ ମୁଲାୟମ କର୍ମୀମାନଙ୍କୁ କହିଛନ୍ତି, ଯେତେବେଳେ ମୁଁ ନେତୃତ୍ୱ ନେଉଥିଲି ୧୪ ମାସ ଆଗରୁ ଟିକେଟ ବାଣ୍ଟୁଥିଲି। ସେତେବେଳେ ହିଁ ଆମେ ସରକାର କରିଥିଲୁ।

ସେ ଆହୁରି ମଧ୍ୟ କହିଛନ୍ତି ନିର୍ବାଚନୀ ପ୍ରଚାରରେ ବିଜେପି ଆଗୁଆ ଅଛି। ତେଣୁ ପ୍ରାର୍ଥୀଙ୍କ ନାମ ଜଲଦି ଘୋଷଣା କରିବାକୁ ସେ ଅଖିଲେଶଙ୍କୁ ପରାମର୍ଶ ଦେଇଛନ୍ତି। ଯଦି ଅଖିଲେଶ ନିଷ୍ପତ୍ତି ନେବାରେ ଅସମର୍ଥ, ସେ ସାହାଯ୍ୟ କରିବାକୁ ରାଜି ବୋଲି ମୁଲାୟମ ନିଜ ଆଡ଼ୁ କହିଛନ୍ତି। ସୂଚନାଯୋଗ୍ୟ ଯେ, ମୋଟ ୮୦ଟି ସିଟ୍‌ରୁ ଏସ୍‌ପି-ବିଏସ୍‌ପି ମେଣ୍ଟ ୭୫ଟି ଆସନ ବାବଦରେ ହୋଇଥିବା ନିଷ୍ପତ୍ତି ବିଷୟରେ ଘୋଷଣା କରିଛି। ଯେଉଁଥିରୁ ବିଏସ୍‌ପି ୩୮ଟି ଆସନରୁ ଲଢ଼ିବ ଏବଂ ଏସ୍‌ପି ୩୭ଟି ଆସନରୁ ଲଢ଼ିବ।

ବାକି ୫ଟିରୁ ୨ଟି କଂଗ୍ରେସ ପାଇଁ ଛଡ଼ାଯିବ ଏବଂ ୩ଟି ଆସନ ସହଯୋଗୀ ଅଜିତ ସିଂହଙ୍କ ରାଷ୍ଟ୍ରୀୟ ଲୋକ ଦଳକୁ ଦିଆଯିବ ବୋଲି ଜଣାପଡ଼ିଛି।



from Odisha Reporter https://ift.tt/2Nj4S1A

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages