ଗାଁକୁ ରାସ୍ତା ନାହିଁ, ଭାରରେ ଆସୁଥିବା ବେଳେ ପ୍ରସବ କଲେ ଗର୍ଭବତୀ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, February 21, 2019

ଗାଁକୁ ରାସ୍ତା ନାହିଁ, ଭାରରେ ଆସୁଥିବା ବେଳେ ପ୍ରସବ କଲେ ଗର୍ଭବତୀ

ମାଲକାନଗିରି (ଜିତେନ୍ଦ୍ର ବେଉରା): ସ୍ୱାଧୀନ ଭାରତରେ ଏମିତି ଗାଁ ରହିଛି, ଯେଉଁଠି ଯିବାକୁ ରାସ୍ତା ନାହିଁ। ଆଉ ଯେଉଁ ରାସ୍ତା ରହିଛି, ସେଥିରେ ଚାଲି ଚାଲି ଯିବା ମଧ୍ୟ କଷ୍ଟକର ବ୍ୟାପାର। ସେମିତି ରାସ୍ତାରେ ଆଜି ଜଣେ ଗର୍ଭବତୀଙ୍କୁ ଭାରରେ ବୋହି ଅଣାଯାଉଥିବା ବେଳେ ରାସ୍ତାରେ ପ୍ରସବ କରିଛନ୍ତି ଜଣେ ମହିଳା। ଏମିତି ଅଭାବନୀୟ ଘଟଣା ନକ୍ସଲ ପ୍ରବଣ ମାଲକାନଗିରି ଜିଲ୍ଲାରେ ଘଟିଛି।

ନିଲାକାମ୍ବେରୁ ପଞ୍ଚାୟତ ଅନ୍ତର୍ଗତ ପଡାଲପୁଟ ଗ୍ରାମର ସମାରି ଖରା ଆଜି ଗର୍ଭ ଯନ୍ତ୍ରଣାରେ ଛଟପଟ ହେଉଥିଲେ। ପରିବାର ଲୋକେ ଏ ସମ୍ପର୍କରେ ୧୦୮ ଆମ୍ୱୁଲାନ୍ସକୁ ଫୋନ୍‌ କରିଥିଲେ। ଫୋନ୍‌ ଗ୍ରହଣ କରି ପ୍ରାୟ ଏକ ଘଣ୍ଟା ବିଳମ୍ୱରେ ଆମ୍ୱୁଲାନ୍ସ ଆସିଥିଲା। ହେଲେ ରାସ୍ତା ନଥିବାରୁ ଗାଁକୁ ଯାଇପାରିଲା ନାହିଁ। ଅଧା ରାସ୍ତାରେ ଅଟକି ଥିଲା ଆମ୍ୱୁଲାନ୍ସ।

ଗାଁ ଲୋକେ ଗର୍ଭବତୀଙ୍କୁ ଭାରରେ ବୋହି ଆଣୁଥିବା ବେଳେ ରାସ୍ତାରେ ପ୍ରସବ କରିଥିଲେ। ପରେ ମାଆ ଓ ତାଙ୍କ ଶିଶୁ କନ୍ୟାଙ୍କୁ ନେଇ ବାଲିମେଳା ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ବର୍ତ୍ତମାନ ମାଆ ଓ ଛୁଆ ସ୍ୱାସ୍ଥ୍ୟ ଠିକ୍‌ ରହିଛି।



from Odisha Reporter https://ift.tt/2XidBW7

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages