
ଜୟପୁର (ଟି. ଗୌରୀଶଙ୍କର): “ଡମ୍ବରୁ ଖିଲା ନକ୍ସଲ ନୁହେଁ। ସେ କୌଣସି ନକ୍ସଲ କାର୍ଯ୍ୟକଳାପରେ ସାମିଲ ନଥିଲା। ସେ ମିସ୍ତ୍ରୀ କାମ କରି ପରିବାର ପୋଷୁଥିଲା। ତେଣୁ ତାଙ୍କୁ ମୁକ୍ତି ଦିଆଯାଉ।” ଏପରି ଦାବି କରିଛନ୍ତି କୋରାପୁଟ ଜିଲ୍ଲା ଚାଟୁଆ ସରପଞ୍ଚଙ୍କ ସହ ଗ୍ରାମବାସୀ ଓ ଡମ୍ବରୁଙ୍କ ସ୍ତ୍ରୀ। ଏସ୍ପିଙ୍କୁ ଏନେଇ ଲିଖିତ ଦାବିପତ୍ର ଦେଇଛନ୍ତି।
ସପ୍ତାହେ ଭିତରେ ପ୍ରଶାସନ ନଶୁଣିଲେ ମାଳି ଛକ ଠାରେ ଧାରଣା ଦିଆଯିବ ବୋଲି ସରପଞ୍ଚ ଚେତାବନୀ ଦେଇଛନ୍ତି।
ସୂଚନାଯୋଗ୍ୟ, କୋରାପୁଟ ପୁଲିସ୍ ଦ୍ୱାରା ଗିରଫ ଡମ୍ବରୁଙ୍କୁ ଏବେ NIA ପଚରାଉଚରା କରୁଛି। ଆନ୍ଧ୍ରପ୍ରଦେଶର ଆରକ୍କୁ ବିଧାୟକ ଓ ପୂର୍ବତନ ବିଧାୟକଙ୍କୁ ନକ୍ସଲ ଗୁଳିକରି ହତ୍ୟା କରିଥିଲେ। ସେହି ହତ୍ୟାକାଣ୍ଡରେ ସମ୍ପୃକ୍ତି ଥିବା ସନ୍ଦେହରେ ପଡୁଆ ପୁଲିସ ଡମ୍ବରୁକୁ ଗିରଫ କରିଥିଲା। ଡମ୍ବରୁ ଜଣେ ନକ୍ସଲ ମିଲିସିୟା ବୋଲି କୋରାପୁଟ ଏସ୍ପି ସୂଚନା ଦେଇଥିଲେ। NIA ଡମ୍ବୁରୁକୁ ଏସ୍ଡିଜେଏମ୍ଙ୍କ ନିକଟରେ ହାଜର କରି ଅଧିକ ତଦନ୍ତ ପାଇଁ ନିଜ ହେପାଜତକୁ ନେଇଛି।
from Odisha Reporter http://bit.ly/2DNGfFX
No comments:
Post a Comment