
ଚେନ୍ନାଇ: ସମସ୍ତେ କିଛି ନୂଆ କରିବାକୁ ସବୁବେଳେ ଚେଷ୍ଟା କରନ୍ତି। ଆଉ ଏମିତି କିଛି କରି ଜଣେ ମହିଳା ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି। ଏକଥା ସମସ୍ତେ ଜାଣନ୍ତି ଯେ, ବିଶ୍ୱରେ ପ୍ରତ୍ୟେକଟି ବ୍ୟକ୍ତି ନିଜ ଜାତି ଏବଂ ଧର୍ମକୁ ନେଇ ପରିଚିତ। କିନ୍ତୁ ଭାରତରେ ରହୁଥିବା ଜଣେ ମହିଳା ପ୍ରଥମ ଥର ପାଇଁ ‘ବିନା ଜାତି , ବିନା ଧର୍ମ ’ର ଏକ ସାର୍ଟିଫିକେଟ୍ ପ୍ରସ୍ତୁତ କରିଛନ୍ତି । ପେସାରୁ ଓକିଲ ଥିବା ସ୍ନେହା ନାମକ ଏହି ଭାରତୀୟ ମହିଳା ନିଜ ପାଇଁ ‘No Caste, No Religion’ ସାର୍ଟିଫିକେଟ୍ ପ୍ରସ୍ତୁତ କରିବାରେ ସଫଳ ହୋଇଛନ୍ତି ।
୯ ବର୍ଷର ଅପେକ୍ଷା ପରେ ତାଙ୍କୁ ଏହି ସଫଳତା ମିଳିଛି। ତାମିଲନାଡୁ ବିଲ୍ଲୋରର ତିଋପତୁରର ସ୍ନେହା ନାମ୍ନୀ ଏହି ମହିଳାଙ୍କୁ ଏହି ସାର୍ଟିଫିକେଟ୍ ପ୍ରାପ୍ତ ହେବା ପରେ ଏବେ ସାରା ରାଜ୍ୟରେ ଚର୍ଚ୍ଚା ଖେଳିଯାଇଛି।
କେବଳ ସ୍ନେହା ନୁହେଁ ତାଙ୍କ ପିତାମାତା ମଧ୍ୟ ପିଲାବେଳୁ ହିଁ ସାର୍ଟିଫିକେଟରେ ଜାତି ଏବଂ ଧର୍ମର କଲମ୍କୁ ଖାଲି ରଖିଥାନ୍ତି । ସ୍ନେହା ‘ହିନ୍ଦୁ’କୁ ଦେଇଥିବା ଏକ ସାକ୍ଷାତକାରରେ କହିଛନ୍ତି ଯେ, ତାଙ୍କ ମତରେ ସାମାଜିକ ପରିବର୍ତ୍ତନ ପାଇଁ ଏହା ଏକ ମହତ୍ତ୍ୱପୂର୍ଣ୍ଣ ପଦକ୍ଷେପ। ବିନା କୌଣସି ଜାତି ଧର୍ମରେ ସେ ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିବାକୁ ଚାହୁଁଛନ୍ତି ବୋଲି କହିଛନ୍ତି।
ତାଙ୍କ ମତରେ, “ମୁଁ ପିଲାଟି ବେଳରୁ ମୋ ସମସ୍ତ ପ୍ରମାଣ ପତ୍ରରେ କାଷ୍ଟ୍ ଓ ରିଲିଜିଅନ୍ ସ୍ଥାନଟିକୁ ଖାଲି ରଖିଥାଏ। ଏଥିରେ ଜନ୍ମ ପ୍ରମାଣପତ୍ର ଏବଂ ଶିକ୍ଷା ପ୍ରମାଣପତ୍ର ମଧ୍ୟ ସାମିଲ୍ ଅଛି। ଏସବୁରେ ମୋତେ କେବଳ ଭାରତୀୟର ମାନ୍ୟତା ମିଳିଛି। ମୋତେ ଅନୁଭବ ହୁଏ ଯେ, ସବୁ ଆବେଦନ ପୂର୍ବରୁ ଜାତିଗତ ପ୍ରମାଣପତ୍ର ଅନିର୍ବାଯ୍ୟ ହୋଇଥାଏ। କିନ୍ତୁ ମୋ କ୍ଷେତ୍ରରେ ଏବେ ସେ ସବୁ ଆବଶ୍ୟକ ହେବନି। କାରଣ ଆଇନ୍ତଃ ମୁଁ କୌଣସି ଜାତି କିମ୍ବା ଧର୍ମକୁ ପ୍ରତିନିଧିତ୍ୱ କରୁନାହିଁ।”
ସ୍ନେହା ୨୦୧୦ରେ No-Caste, No-Religion ପାଇଁ ସ୍ଥାନୀୟ ପ୍ରଶାସନିକ ଅଧିକାରୀଙ୍କ ପାଖରେ ଆବେଦନ କରିଥିଲେ।
from Odisha Reporter http://bit.ly/2SLvKxi
No comments:
Post a Comment