ସହିଦ ପରିବାରଙ୍କ ସହାୟତା ରାଶି ୨୫ଲକ୍ଷ ଟଙ୍କାକୁ ବୃଦ୍ଧି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, February 16, 2019

ସହିଦ ପରିବାରଙ୍କ ସହାୟତା ରାଶି ୨୫ଲକ୍ଷ ଟଙ୍କାକୁ ବୃଦ୍ଧି

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଶ୍ରୀନଗରର ପୁଲୱାମାରେ ଆତଙ୍କବାଦୀ ଆକ୍ରମଣରେ ସହିଦ ହୋଇଥିବା ୨ ଓଡ଼ିଆ ସିଆରପିଏଫ୍ ଯବାନଙ୍କ ପରିବାର ପାଇଁ ଅନୁକମ୍ପା ରାଶିକୁ ରାଜ୍ୟ ସରକାର ବୃଦ୍ଧି କରିଛନ୍ତି। ଏହି ଦୁଇ ସହିଦଙ୍କ ମରଶରୀର ଆଜି ଭୁବନେଶ୍ୱର ବିମାନ ବନ୍ଦରରେ ପହଞ୍ଚିବା ପରେ ସେଠାରେ ସେମାନଙ୍କ ଉଦ୍ଦେଶ୍ୟରେ ଗାର୍ଡ ଅଫ୍ ଅନର ପ୍ରଦାନ କରାଯାଇଥିଲା। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ଜୁଏଲ ଓରାମ, ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ସମେତ ବହୁ ମନ୍ତ୍ରୀ, ବିଧାୟକ, ସାଂସଦ, ପୁଲିସ ଡିଜି, ପୁଲିସ କମିଶନର, ଡିସିପିଙ୍କଠୁ ଆରମ୍ଭ କରି ବହୁ ବିଶିଷ୍ଟ ବ୍ୟକ୍ତିମାନେ ଉପସ୍ଥିତ ରହି ଉଭୟ ଶହୀଦଙ୍କ ମରଶରୀରରେ ପୁଷ୍ପମାଲ୍ୟ ପ୍ରଦାନ ସହ ଶେଷ ଦର୍ଶନ କରିଥିଲେ।

ଏପଟେ ରାଜ୍ୟ ସରକାରଙ୍କ ପକ୍ଷରୁ ଦୁଇ ଓଡ଼ିଆ ସହିଦଙ୍କ ପରିବାର ପାଇଁ ଅନୁକମ୍ପା ରାଶିକୁ ୧୦ଲକ୍ଷରୁ ୨୫ଲକ୍ଷ ଟଙ୍କା ଲେଖାଏ ବୃଦ୍ଧି କରାଯାଇଛି। ଏହାସହିତ ଉଭୟ ସହିଦଙ୍କ ପରିବାରଙ୍କ ପାଇଁ ପ୍ୟାକେଜ ଘୋଷଣା କରାଯାଇଛି। ଦୁଇ ସହିଦଙ୍କ ପିଲାଙ୍କ ପାଠପଢ଼ା ଖର୍ଚ୍ଚ ରାଜ୍ୟ ସରକାର ବହନ କରିବା ସହ ସେମାନଙ୍କ ଗାଁକୁ ମଡେଲ ପଞ୍ଚାୟତ ଭାବେ ବିକଶିତ କରାଯିବ। ଏହାବ୍ୟତୀତ ସେମାନେ ପିଲାବେଳେ ଯେଉଁ ସ୍କୁଲରେ ପାଠ ପଢ଼ିଥିଲେ ସେହି ସ୍କୁଲକୁ ସେମାନଙ୍କ ନାମରେ ନାମିତ କରାଯିବ ବୋଲି ରାଜ୍ୟ ସରକାର ଘୋଷଣା କରିଛନ୍ତି।

ଦୁଇ ସହିଦଙ୍କ ଅନ୍ତିମ ସଂସ୍କାର ସମୟରେ ରାଜ୍ୟର ଦୁଇଜଣ କ୍ୟାବିନେଟ୍ ମନ୍ତ୍ରୀ ଶଶିଭୂଷଣ ବେହେରା ଓ ପ୍ରତାପ ଜେନାଙ୍କ ସମେତ ସ୍ଥାନୀୟ ବିଧାୟକ,ସାଂସଦ ଓ ଜିଲ୍ଲାର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ରହିବାକୁ ନିଷ୍ପତ୍ତି ହୋଇଛି।



from Odisha Reporter http://bit.ly/2GvXMWI

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages