‘ଜିରୋ’ରେ ଜଲୱା ଦେଖାଇଛନ୍ତି ଆମ ଓଡ଼ିଆ ପୁଅ ସୂର୍ଯ୍ୟନ୍‌ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, February 21, 2019

‘ଜିରୋ’ରେ ଜଲୱା ଦେଖାଇଛନ୍ତି ଆମ ଓଡ଼ିଆ ପୁଅ ସୂର୍ଯ୍ୟନ୍‌

ଭୁବନେଶ୍ୱର(ବିଶ୍ୱବନ୍ଦିତା ସ୍ୱାଇଁ): ବଲିଉଡ୍‌ରେ ଓଡ଼ିଆ କୋରିଓଗ୍ରାଫର୍‌ ସୂର୍ଯ୍ୟନ୍‌ ରଥ। ନିକଟରେ ସେ ବଲିଉଡ୍‌ ଫିଲ୍ମ ‘ଜିରୋ’ର ଏକ ଗୀତରେ କୋରିଓଗ୍ରାଫି କରି ବେଶ୍ ପ୍ରଶଂସା ସାଉଁଟିଛନ୍ତି। ଏହି ଫିଲ୍ମରେ କ୍ୟାଟରିନାଙ୍କ ଅଭିନୀତ ଗୀତ ‘ହୁସନ୍ ପରଚମ୍‌’ରେ  କୋରିଓଗ୍ରାଫି କରିଛନ୍ତି। ସୂର୍ଯ୍ୟନ୍‌ କୋରିଓଗ୍ରାଫର ବୋସ୍କଙ୍କ ଟିମ୍‌ରେ କାମ କରନ୍ତି।

ବଲିଉଡ଼ରେ ଜଲ୍‌ୱା ଦେଖାଉଥିବା ସୂର୍ଯ୍ୟନ୍‌ ଓଲିଉଡ୍‌ରେ ମଧ୍ୟ କାମ କରିଛନ୍ତି। ଓଡ଼ିଶାରେ ୭ଟି ରିୟାଲିଟି ଶୋ’ରେ ଭାଗ ନେଇଥିବା ସୂର୍ଯ୍ୟନ୍‌ କିନ୍ତୁ ଓଲିଉଡ୍‌ରେ କୋରିଓଗ୍ରାଫି କରିବାକୁ ନେଇ ଖୁସି ନାହାନ୍ତି।

ମୁଁ ଅନେକ ରିୟାଲିଟି ଶୋ’ରେ ଭାଗ ନେଇଛି। ସେଥିରୁ କିଛି ଶୋ’ ଜିତିଛି ମଧ୍ୟ। ତଥାପି ଓଲିଉଡ୍‌ରେ ମୋତେ କାମ ମିଳିଲାନି। ଆଉ ଖାସ୍‌ ସେଇଥି ପାଇଁ ମୁଁ ଆଜି ବଲିଉଡ୍‌ ମୁହାଁ ହୋଇଛି। ଅବଶ୍ୟ ଏମିତି ବି କହିପାରନ୍ତି ମୁଁ ମୋ ସ୍ୱପ୍ନ ପୂରଣ କରିବାରେ ଲାଗିଛି।

ଦିନେ ସୂର୍ଯ୍ୟନ୍‌ଙ୍କ ସ୍ୱପ୍ନ ଥିଲା ସେ ଫେମ୍‌ସ୍‌ କୋରିଓଗ୍ରାଫର ରେମୋ ଡିସୋଜା, ଏହମଦ୍‌ ଖାନ୍‌, ସରୋଜ୍‌ ଖାନ୍‌ ପରି କଳାକରାଙ୍କ ସହ କାମ କରିବେ। ଏ ଆଶା ପୂରଣ କରିବାରେ ତାଙ୍କୁ ୧୨ବର୍ଷ ଲାଗିଗଲା ବୋଲି ସେ କହିଥିଲେ।

ସୂର୍ଯ୍ୟନ୍‌ଙ୍କ କହିବା କଥା, ଦିନ ଥିଲା ଯେତେବେଳେ ସେ କେବଳ ଲୋକଲୋଚନକୁ ଆସିବା ପାଇଁ ନାଚୁଥିଲେ। ଏବେ କିନ୍ତୁ ପରିସ୍ଥିତି ବଦଳି ଯାଇଛି। ବଲିଉଡ୍‌ରେ କାମ ଆରମ୍ଭ କରିବା ପରେ ଏବେ ତାଙ୍କୁ ବିଭିନ୍ନ ଫିଲ୍ମ ଏବଂ ମ୍ୟୁଜିକ୍‌ ଭିଡିଓରେ କାମ କରିବାର ସୁଯୋଗ ମିଳୁଛି। ଓଡ଼ିଶାରେ କଣ୍ଟେଟ୍‌ର ଅଭାବ ରହିଛି ତେଣୁ ଓଲିଉଡ୍‌ରେ ଡ୍ୟାନ୍ସର ଚାହିଦା କମିଛି ।

ଟିଭିରେ ଟିଆର୍‌ପି ପାଇବା ପାଇଁ ରିଆଲିଟି ଶୋକୁ ସ୍କ୍ରିପ୍‌ଟେଡ୍‌ କରିବାକୁ ପଡେ। ରିଆଲିଟି ଶୋ’ରେ ଭାଗ ନେଇଥିବା ପ୍ରତିଯୋଗୀମାନଙ୍କୁ କ’ଣ ପ୍ରଶ୍ନ କରାଯିବ ସେସବୁ ପୂର୍ବରୁ କୁହାଯାଇଥାଏ। କିଛି ଇମୋଶ୍‌ନାଲ୍‌ ସିନ୍‌ ରଖାଯାଏ। ଯାହାଦ୍ୱାରା ଲୋକମାନେ ଶୋ’ ସହ ଜଡିତ ରହିପାରିବେ। ଏସବୁ ଭିତରେ ବେଳେ ବେଳେ କେଉଁଠି ନା କେଉଁଠି ଟ୍ୟାଲେଣ୍ଟ ବଳି ପଡିଯାଏ।

ପ୍ରଭୁଦେବାଙ୍କଠାରୁ ପାଇଛନ୍ତି ପ୍ରଶଂସା

କନ୍ନଡ କଳାକର ପାରୁଲ୍‌ଙ୍କ ପର୍‌ସନାଲ୍‌ ଟ୍ରେନର୍‌ ହେଉଛନ୍ତି ସୂର୍ଯ୍ୟନ୍‌। ତାଙ୍କ କୋରିଓଗ୍ରାଫି ଦେଖି ପ୍ରଭୁଦେବା ତାଙ୍କ ଡ୍ୟାନ୍ସକୁ ପ୍ରଶଂସା କରିଥିଲେ। ପୂର୍ବପେକ୍ଷା ତାଙ୍କ ଡାନ୍ସ ଅଧିକ ଷ୍ଟାଇଲିସ୍‌ ହୋଇଯାଇଛି ବୋଲି ସେ କହିଥିଲେ। ଯାହା ଶୁଣିବା ପରେ ସୂର୍ଯ୍ୟନ୍‌ ବହୁତ ଖୁସି ହୋଇ ଯାଇଥିଲେ ବୋଲି କହିଛନ୍ତି।

ନିଜର ଡ୍ୟାନ୍ସ ଏକାଡେମୀ ଖୋଲିବେ ସୂର୍ଯ୍ୟନ୍‌

ଆଗାମୀ ଦିନରେ ଓଡ଼ିଶା ଲୋକମାନଙ୍କ ପାଇଁ ଏକ ଡ୍ୟାନ୍ସ ଏକାଡେମୀ ଖୋଲିବାକୁ ଯାଉଛନ୍ତି। ଭୁବନେଶ୍ୱରରେ ଖୁବ୍‌ଶିଘ୍ର ନିଜ ଯୋଜନାକୁ ସଫଳତା ରୂପ ଦେବାକୁ ସେ ଯାଉଛନ୍ତି ବୋଲି ସେ କୁହନ୍ତି।

 

 

 

 

 



from Odisha Reporter https://ift.tt/2txVI8l

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages