କାଲି ନିଖୋଜ ଥିଲା, ଆଜି ପାଇଖାନା ଟାଙ୍କିରୁ ମିଳିଲା… - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, February 21, 2019

କାଲି ନିଖୋଜ ଥିଲା, ଆଜି ପାଇଖାନା ଟାଙ୍କିରୁ ମିଳିଲା…

malkangiri

ମାଲକାନଗିରି (ଜିତେନ୍ଦ୍ର ବେଉରା): ମାଲକାନଗିରି ସହରର ଲାଠିଆଗୁଡାଠାରେ ଏକ ଅର୍ଦ୍ଧନିର୍ମିତ ପାଇଖାନାର ଟାଙ୍କିରୁ ଏକ ଶିଶୁକନ୍ୟାର ମୃତଦେହ ଉଦ୍ଧାର କରାଯାଇଛି। ମୃତ ଶିଶୁର ବୟସ ୪ ବର୍ଷ। ଗତକାଲିଠାରୁ ଶିଶୁକନ୍ୟାଟି ନିଖୋଜ ଥିଲା। ଆଜି ସକାଳେ ମୃତଦେହ ଭାସୁଥିବା ଦେଖିବା ପରେ ସ୍ଥାନୀୟ ଲୋକେ ତାଙ୍କ ପରିବାର ଲୋକଙ୍କୁ ଖବର ଦେଇଥିଲେ।

ପରିବାର ଲୋକଙ୍କ ପାଖରୁ ଖବର ପାଇ ପୁଲିସ୍‌ ଘଟଣା ସ୍ଥଳରେ ପହଞ୍ଚି ମୃତଦେହ ଜବତ୍‌ କରି ବ୍ୟବଚ୍ଛେଦ ପାଇଁ ପଠାଇଛି।

ଗତକାଲି ଝିଅ ନିଖୋଜ ହେବା ପରେ ପରିବାର ଲୋକେ ଚାଇଲ୍ଡ ଲାଇନ୍‌ ସହାୟତାରେ ଥାନାରେ ଏତଲା ଦେଇଥିଲେ।

ମୃତ୍ୟୁର କାରଣ ସ୍ପଷ୍ଟ ହୋଇ ନଥିବା ବେଳେ ପୁଲିସ୍‌ ଘଟଣାର ତଦନ୍ତ ଆରମ୍ଭ କରିଛି। ପିଲାଟି ଅସାବଧାନତା ବଶତଃ ପାଇଖାନା ଟାଙ୍କିରେ ଖସି ପଡ଼ିଛି କି ଏହା ପଛରେ ଅନ୍ୟ କିଛି କାରଣ ରହିଛି ତାହାର ତଦନ୍ତ କରୁଛି ପୁଲିସ୍‌।



from Odisha Reporter https://ift.tt/2GRamPU

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages