ସହିଦଙ୍କ ପରିବାରକୁ ସହାୟତାର ହାତ ବଢ଼ାଇଲେ ଅମିତାଭ ବଚ୍ଚନ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, February 16, 2019

ସହିଦଙ୍କ ପରିବାରକୁ ସହାୟତାର ହାତ ବଢ଼ାଇଲେ ଅମିତାଭ ବଚ୍ଚନ

amitavbacchan

ମୁମ୍ବାଇ: ଜମ୍ମୁ-କାଶ୍ମୀରର ପୁଲୱାମାରେ ଗତ ଗୁରୁବାର ଆତଙ୍କବାଦୀ ଆକ୍ରମଣରେ ୪୦ ଜଣ ସିଆର୍‌ପିଏଫ୍ ଯବାନ ସହିଦ ହୋଇଛନ୍ତି। ଏ ଘଟଣାକୁ ଦେଶର ସବୁ ବର୍ଗର ଲୋକେ ଦୃଢ଼ ନିନ୍ଦା କରିବା ସହିତ ଆତଙ୍କବାଦ ଓ ଆତଙ୍କବାଦୀଙ୍କୁ ପ୍ରୋତ୍ସାହନ ଦେଇ ଆସୁଥିବା ପାକିସ୍ତାନ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ନେବା ପାଇଁ ଦାବି କରୁଛନ୍ତି। ଏହା ସହିତ ଅନେକ ସଂସ୍ଥା ଓ ବ୍ୟକ୍ତି ବିଶେଷ ସହିଦଙ୍କ ପରିବାରକୁ ସାହାଯ୍ୟ କରିବାକୁ ଆଗେଇ ଆସିଛନ୍ତି। ଏମାନଙ୍କ ଭିତରେ ବଲିଉଡ୍ ଅଭିନେତା ଅମିତାଭ ବଚ୍ଚନ ବି ଅଛନ୍ତି। ସେ ପୁଲୱାମାରେ ସହିଦ ହୋଇଥିବା ପ୍ରତ୍ୟେକ ଯବାନଙ୍କ ପରିବାରକୁ ୫ ଲକ୍ଷ ଟଙ୍କା ଲେଖାଏ ସହାୟତା ଦେବେ ବୋଲି ଜଣାପଡ଼ିଛି। ଏ ଖବର ସତ ବୋଲି ତାଙ୍କ ମୁଖପାତ୍ର ସ୍ପଷ୍ଟ କରିଛନ୍ତି।

ପୁଲୱାମା ଆକ୍ରମଣରେ ସହିଦ ହୋଇଥିବା ଉତ୍ତର ପ୍ରଦେଶର ବିଜୟ କୁମାର ମୋର୍ଯ୍ୟଙ୍କ ପରିବାରକୁ ବଲିଉଡ୍ ଗାୟକ କୈଳାଶ୍ ଖେର୍ ୧୦ ଲକ୍ଷ ଟଙ୍କା ଦେବେ ବୋଲି କହିଛନ୍ତି। ସେହିପରି ପୂର୍ବତନ କ୍ରିକେଟର ବୀରେନ୍ଦ୍ର ସେହୱାଗ ସମସ୍ତ ସହିଦଙ୍କ ପିଲାମାନଙ୍କ ପାଠପଢ଼ା ଖର୍ଚ୍ଚ ତୁଲାଇବାକୁ ଆଗେଇ ଆସିଛନ୍ତି।

ଅନ୍ୟପକ୍ଷରେ ଏ ଘଟଣା ପରେ ଗୀତିକାର ଜାଭେଦ ଅଖ୍‌ତର ଓ ତାଙ୍କ ଅଭିନେତ୍ରୀ ପତ୍ନୀ ଶବାନା ଆଜ୍‌ମୀ ସେମାନଙ୍କ ପାକିସ୍ତାନ ଗସ୍ତକୁ ବାତିଲ କରି ଦେଇଛନ୍ତି। ପାକିସ୍ତାନ ଯିବାକୁ ସେମାନଙ୍କୁ କରାଚି ଆର୍ଟ କାଉନ୍‌ସିଲ୍ ନିମନ୍ତ୍ରଣ କରିଥିଲା। ଶବାନା ଆଜ୍‌ମୀ କହିଛନ୍ତି ଯେ ଆମ ପାଇଁ ଆମ ଯବାନମାନେ ଜୀବନ ଦେଉଥିବା ବେଳେ ପାକିସ୍ତାନ ସହିତ ସାଂସ୍କୃତିକ ଭାବ ବିନିମୟ ସମ୍ଭବ ନୁହେଁ। ଆମେ ସହିଦଙ୍କ ପରିବାର ସହିତ ଅଛୁ।



from Odisha Reporter http://bit.ly/2BCQ75a

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages