ପୂରା ଦେଶୀ ସ୍ୱାଦରେ ଭରପୁର ପାଉଁରୁଟି ଅଣ୍ଡା ଗୋଲା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, February 16, 2019

ପୂରା ଦେଶୀ ସ୍ୱାଦରେ ଭରପୁର ପାଉଁରୁଟି ଅଣ୍ଡା ଗୋଲା

ଆଜିକାଲି ପିଲାମାନେ ଘର ଖାଇବା ଛାଡ଼ି ବାହାରର ପିଜା ବର୍‌ଗର ଖାଇବାକୁ ପସନ୍ଦ କରୁଛନ୍ତି। ଯାହା ତାଙ୍କ ଦେହ ପାଇଁ ହିତକର ନୁହେଁ। ତେଣୁ ଆମେ ଏମିତି ଏକ ଦେଶୀ ଖାଦ୍ୟ ବିଷୟରେ ଆପଣଙ୍କୁ କହିବୁ ଯାହା ଖାଇଲେ ହୁଏତ ପିଲାମାନେ ପିଜା ବର୍ଗରକୁ ଭୁଲିଯିବେ। ତେବେ ଚାଲନ୍ତୁ ଜାଣିବା ତାର ପ୍ରସ୍ତୁତି ପ୍ରଣାଳୀ ବିଷୟରେ।

ଆବଶ୍ୟକ ସାମଗ୍ରୀ: ବ୍ରେଡ୍‌, ସିଝା ଅଣ୍ଡା, ତେଲ, ସିଝା ଆଳୁ, କଟା ପିଆଜ, କଟା କ୍ୟାପ୍‌ସିକମ୍‌, ସିଝା ସୁଇଟ୍‌ କର୍ଣ୍ଣ ବା ମକା, ଛୋଟ ଛୋଟ କଟା ହୋଇଥିବା ରସୁଣ, କଟା ଲଙ୍କା, ଗୋଲ ମରିଚ ଗୁଣ୍ଡ, ଲୁଣ ଓ ଚିଜ୍‌

ପ୍ରସ୍ତୁତି ପ୍ରଣାଳୀ: ପ୍ରଥମେ ଚୁଲିରେ କଡ଼େଇ ବସାଇ ତେଲ ପକାନ୍ତୁ। ତେଲ ଗରମ ହୋଇଯିବା ପରେ ସେଥିରେ କଟା ରସୁଣ ପକାଇ ଭାଜନ୍ତୁ। ରସୁଣ ଭାଜି ହୋଇଯିବା ପରେ ସେଥିରେ କଟା ପିଆଜ, ଲଙ୍କା ଓ କଟା କ୍ୟାପ୍‌ସିକମ୍‌ ପକାଇ ଭାଜନ୍ତୁ। ଅଳ୍ପ ଭାଜି ହୋଇଯିବା ପରେ ସିଝା ସୁଇଟ୍‌ କର୍ଣ୍ଣ ବା ମକା ପକାଇ ଗୋଳାଇ ଦିଅନ୍ତୁ। ତା’ପରେ ସେଥିରେ ସିଝା ଆଳୁ ଚକଟି ପକାନ୍ତୁ। ଏହାପରେ ସିଝା ଅଣ୍ଡାର କେଶର ବାହାର କରି ଅଣ୍ଡାକୁ ପିଆଜ ପରି କାଟି ସେଥିରେ ପକାଇ ଗୋଳାନ୍ତୁ। କିଛି ସମୟ ଭାଜିବା ପରେ ସେଥିରେ ଲୁଣ ଓ ଗୋଲ ମରିଚ ଗୁଣ୍ଡ ପକାଇ ଅଳ୍ପ ସମୟ ଭାଜିବା ପରେ ପ୍ରସ୍ତୁତ ହୋଇଗଲା ଅଣ୍ଡା ପୁର । ତାପରେ ତାକୁ ଏକ ପାତ୍ରରେ କାଢ଼ି ସେଥିରେ ଚିଜ୍‌ ପକାଇ ଦିଅନ୍ତୁ। ଏହାପରେ ବ୍ରେଡ୍‌କୁ ଆଣି ସେଥିରେ ପୁର ଦେଇ ଗୋଲ ଗୋଲ ଆକାର ଦିଅନ୍ତୁ। କଡ଼େଇ ବସାଇ ତେଲ ପକାନ୍ତୁ। ତେଲ ଗରମ ହେବା ପରେ ଅଣ୍ଡା ଗୁଳାକୁ ପକାଇ ଛାଣନ୍ତୁ। ଏହା ଛାଣି ହୋଇଯିବା ପରେ ଏକ ପ୍ଲେଟ୍‌କୁ କାଢ଼ିଦିଅନ୍ତୁ। ପ୍ରସ୍ତୁତ ହୋଇଗଲା ପାଉରୁଟି ଅଣ୍ଡା ଗୋଲା।



from Odisha Reporter http://bit.ly/2TNInUR

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages