
ଅଗରତାଲା: ତ୍ରିପୁରାରେ କ୍ଷମତାସୀନ ବିଜେପି ସରକାରଙ୍କ ଜଣେ ମନ୍ତ୍ରୀଙ୍କ ସର୍ବସମ୍ମୁଖରେ ମହିଳା ମନ୍ତ୍ରୀଙ୍କୁ ଅଶ୍ଳୀଳ ବ୍ୟବହାର କରିବାର ଭିଡିଓ ଭାଇରାଲ ହେବାରେ ଲାଗିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଉପସ୍ଥିତିରେ ମନ୍ତ୍ରୀ ଜଣଙ୍କ ମହିଳାଙ୍କ ଅଣ୍ଟାକୁ ଧରିବାକୁ ଚେଷ୍ଟା କରୁଥିବାର ଭିଡିଓ ଭାଇରାଲ ହେବା ପରେ ଚାରିଆଡ଼େ ଏହାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଯାଇଛି। ମହିଳା ମନ୍ତ୍ରୀଙ୍କ ଅଣ୍ଟାରେ ହାତ ମାରିବାରୁ ଉକ୍ତ ମନ୍ତ୍ରୀଙ୍କ ବିରୋଧରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ବୋଲି ବିରୋଧୀ ଦଳଗୁଡ଼ିକ ଦାବି କରିଛନ୍ତି।
ଅଗରତାଲାରେ ଶନିବାର ପ୍ରଧାନମନ୍ତ୍ରୀ ଏକାଧିକ ପ୍ରକଳ୍ପର ଉଦ୍ଘାଟନ କରିଥିଲେ। ଏହି ସମୟରେ ସଭାମଞ୍ଚ ଉପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ତ୍ରିପୁରା ମୁଖ୍ୟମନ୍ତ୍ରୀ ବିପ୍ଳବ ଦେବ ମଧ୍ୟ ଉପସ୍ଥିତ ରହିଥିଲେ। ଏହି ସମୟରେ ମନ୍ତ୍ରୀ ମନୋଜ କାନ୍ତି ଦେବ ତାଙ୍କ ସହଯୋଗୀ ମହିଳା ମନ୍ତ୍ରୀ ସାନ୍ତନା ଚକମାଙ୍କ ପାଖକୁ ଯିବା ସହ ତାଙ୍କ ଅଣ୍ଟାକୁ ଧରି ପକାଇଥିଲେ। ଏହି ସମୟରେ ସାନ୍ତନା ଏହାର ପ୍ରତିବାଦ କରିବା ସହ ମନୋଜଙ୍କ ହାତକୁ ଠେଲି ଦେଇଥିଲେ। ତେବେ ସେତେବେଳକୁ ମନ୍ତ୍ରୀ ମନୋଜଙ୍କ ସବୁ ହରକତ କ୍ୟାମେରାରେ କଏଦ ହୋଇଯାଇଥିଲା।
ଘଟଣା ଉପରେ ପ୍ରତିକ୍ରିୟା ଦେଇ ବାମପନ୍ଥୀ ଦଳର ଆବାହକ ବିଜନ ଧର କହିଛନ୍ତି, “ମହିଳା ମନ୍ତ୍ରୀଙ୍କୁ ମନୋଜ ଯେଉଁଭଳି ସ୍ପର୍ଶ କରିଛନ୍ତି, ଏଥିପାଇଁ ତାଙ୍କୁ ବହିଷ୍କାର କରାଯିବା ସହ ତୁରନ୍ତ ଗିରଫ କରାଯିବା ଉଚିତ। ଯେଉଁ ମଞ୍ଚରେ ପ୍ରଧାନମନ୍ତ୍ରୀ, ମୁଖ୍ୟମନ୍ତ୍ରୀ ଓ ଅନ୍ୟ ମାନ୍ୟଗଣ୍ୟ ବ୍ୟକ୍ତି ରହିଥିଲେ, ସେଠାରେ ଏଭଳି ଆଚରଣ ଆଦୌ ଗ୍ରହଣୀୟ ନୁହେଁ।”
ଏ ସମ୍ପର୍କରେ ମନ୍ତ୍ରୀ ମନୋଜ କୌଣସି ପ୍ରତିକ୍ରିୟା ଦେଇନାହାନ୍ତି।
ଦେଖନ୍ତୁ ଭିଡିଓ
Modi ji2,9,2019 ku tripura pucha oha
Ek udgatan pe tripura ki #bjpneta ki halat dekiye #santanachakma minister social welfare bar bar inki kamar par hat dalte #manojkantideb minister of youth affairs ek minister honeki bad khud suraksit nahi@abhisar_sharma @dhruv_rathee pic.twitter.com/oc0x2F8Aj8— Zakaria Ahmed (@zakariaahmed332) February 10, 2019
from Odisha Reporter http://bit.ly/2BwTgTP
No comments:
Post a Comment