ସବୁଜିମା ବଢ଼ାଇବାରେ ଭାରତ ଏବଂ ଚୀନ୍‌ ସବୁଠୁ ଆଗରେ: ନାସା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, February 12, 2019

ସବୁଜିମା ବଢ଼ାଇବାରେ ଭାରତ ଏବଂ ଚୀନ୍‌ ସବୁଠୁ ଆଗରେ: ନାସା

ନୂଆଦିଲ୍ଲୀ: ‘ନାସା’ ଦ୍ୱାରା ପ୍ରସ୍ତୁତ ଏକ ରିପୋର୍ଟରୁ ଜଣାଯାଇଛି ଯେ ସବୁଜିମା ବଢ଼ାଇବାରେ ଭାରତ ଏବଂ ଚୀନ୍‌ ସବୁଠୁ ଆଗରେ ରହିଛନ୍ତି। ଦେଶର ପରିବେଶ ଯୋଦ୍ଧାମାନଙ୍କ ପାଇଁ ଏହା ଏକ ଖୁସି ଖବର ଓ ସେମାନଙ୍କ ନିରବଛିନ୍ନ ଅଭିଯାନର ବିଜୟ ସଦୃଶ ବୋଲି କୁହାଯାଉଛି।

ଆମେରିକାର ଏହି ମହାକାଶ ଗବେଷଣା ସଂସ୍ଥା ଫେବୃଆରୀ ୧୧ରେ ଘୋଷଣା କରିଥିବା ରିପୋର୍ଟରେ କୁହାଯାଇଛି, “୨୦ ବର୍ଷ ପୂର୍ବେ ପୃଥିବୀ ଯେଭଳି ସବୁଜ ଥିଲା ପ୍ରକୃତରେ ବର୍ତ୍ତମାନ ତାହା ତୁଳନାରେ ଅଧିକ ସବୁଜ ହୋଇଛି। ଚୀନ୍‌ ଏବଂ ଭାରତ ଏଥିରେ ସର୍ବାଗ୍ରେ ରହିଛନ୍ତି। ବିଶ୍ୱର ସବୁଠାରୁ ଅଧିକ ଜନସଂଖ୍ୟା ଥିବା ଏହି ଦୁଇ ରାଷ୍ଟ୍ର ସବୁଜିମା ବଢ଼ାଇବାରେ ମଧ୍ୟ ଆଗରେ।”

ବୋଷ୍ଟନ୍‌ ୟୁନିଭର୍ସିଟି ଏବଂ ‘ନାସା’ର କିଛି ଗବେଷକ ‘ନାସା’ର ଟେକ୍ନୋଲଜିର ସହାୟତା ନେଇ ୨୦ ବର୍ଷର ତଥ୍ୟ ଉପରେ ଗବେଷଣା କରିଥିଲେ। ମଡ୍‌ରେଟ୍‌ ରିଜଲ୍ୟୁସନ୍‌ ଇମେଜିଂ ସ୍ପେକ୍ଟ୍ରୋଡିଓମିଟର (ମୋଡିସ୍‌) ନାମକ ଏହି ଉପକରଣ ୨ଟି କୃତ୍ରିମ ଉପଗ୍ରହ ସହିତ ପୃଥିବୀକୁ ପ୍ରଦୀକ୍ଷଣ କରି ରେକର୍ଡ କରିଥିବା ଡାଟାରୁ ଏହି ତଥ୍ୟ ମିଳିଛି।

‘ନେଚର ସସ୍ଟେନେବିଲିଟି’ ଜର୍ଣ୍ଣାଲରେ ପ୍ରକାଶିତ ଏହି ରିପୋର୍ଟରେ ଆହୁରି ମଧ୍ୟ କୁହାଯାଇଛି ଭାରତ ଓ ଚୀନ୍‌ର ଲଗାତାର ବୃକ୍ଷରୋପଣ କାର୍ଯ୍ୟକ୍ରମ ଏବଂ ଉଭୟ ରାଷ୍ଟ୍ରରେ ସଘନ କୃଷି ପ୍ରଣାଳୀ କାରଣରୁ ଏହି ସଫଳତା ମିଳିଛି ବୋଲି କୁହାଯାଇଛି।



from Odisha Reporter http://bit.ly/2TJTqOL

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages