ଆସିଲା ଭାଲେଣ୍ଟାଇନ୍‌ ଓଷା ଗୀତ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, February 13, 2019

ଆସିଲା ଭାଲେଣ୍ଟାଇନ୍‌ ଓଷା ଗୀତ

ଭୁବନେଶ୍ୱର: ପାର୍କ, ସିନେମା ହଲ୍‌, ଏୟାରପୋର୍ଟ, ଖଣ୍ଡଗିରିଠାରୁ ଆରମ୍ଭ କରି ଫୁଲ ଦୋକାନ ଆଉ ସୋଶାଲ ମିଡିଆ ଯାଏ ସବୁଠି ଭାଲେଣ୍ଟାଇନ୍ସ ସପ୍ତାହକୁ ନେଇ ଚର୍ଚ୍ଚା। ଦିନକୁ ଦିନ ଇଏ ଆଉ କେବଳ ପଶ୍ଚିମା ପର୍ବ ହେଇ ରହିନାହିଁ। ଯୁବପିଢ଼ିଙ୍କ ଏତାଦୃଶ ଉତ୍ସାହ ‘ଭାରତୀୟ ପରମ୍ପରା-ବିରୋଧୀ’ ଦର୍ଶାଇ ଏସବୁର ଦମନ ପାଇଁ କିଏ ଶୁଟିଂ କରି ଭାଇରାଲ କରିବ କହିଲାଣି, ତ ଆଉ କିଏ ବିଛୁଆତି ମାଡ଼ କରିବ ବୋଲି ଧମକ ଦେଲାଣି।

ହେଲେ ପ୍ରେମ ସମୁଦ୍ରରେ ଉବୁଟୁବୁ ଏହଉଥିବା ଯୋଡ଼ିଙ୍କୁ ଅଟକାଇବା ଏତେ ସହଜ ନୁହେଁ। ବିଛୁଆତିକୁ ଡରି କେହି କେହି ଶୋରୁମ୍‌ ଭିତରେ ବୁଲାବୁଲି କରି ଦିନ କାଟିବା ଚକ୍କରରେ ଥିବାବେଳେ, ଆଉ କେହି ଆଉ ଦି’ପାଦ ଆଗେଇଯାଇ, ଅଟୋ ଭଡ଼ା କରି ଦିନସାରା ପ୍ରେମିକ ବା ପ୍ରେମିକା ସହ ରାଜଧାନୀରେ ଚକ୍କର ମାରିବା କଥା ଚିନ୍ତା କଲେଣି। କେହିକେହି ରୋମାଣ୍ଟିକ୍ ଲଙ୍ଗ୍‌ ଡ୍ରାଇଭ୍‌ରେ ଯିବାକୁ ବାହାରିଛନ୍ତି ତ ଆଉକେହି ବିଭିନ୍ନ ରିସୋର୍ଟର ଫାଇଦା ନେବାକୁ ବାହାରିଛନ୍ତି।

ତେବେ ସୋଶାଲ ମିଡିଆରେ ଏବେ ଏହି ସପ୍ତାହଟି, ‘ସପ୍ତାହେ ବ୍ୟାପି ଓଷା’ ବୋଲି ଚର୍ଚ୍ଚା ହେଉଛି। ଖାଲି ଚର୍ଚ୍ଚା ନୁହେଂ, ଅନ୍ୟନ୍ୟ ଓଷା ପରି ‘ଭାଲେଣ୍ଟାଇନ୍‌ ଓଷା’ର ଏକ ଗୀତ ମଧ୍ୟ ସୋଶାଲ୍ ମିଡିଆରେ ଘୂରି ବୁଲିଲାଣି। ଓଡ଼ିଆ ଟ୍ୱିଟାଳୀଙ୍କ ମଧ୍ୟରେ ଖୁବ୍‌ ଲୋକପ୍ରିୟ ‘ନିଧିଅଜା’ଙ୍କ ରଚିତ ‘ଭାଲେଣ୍ଟାଇନ୍‌ ଓଷାଗୀତ’ ଏବେ ସବୁଠି ଚର୍ଚ୍ଚାର ପ୍ରସଙ୍ଗ ପାଲଟିଛି।

ଭାଲେଣ୍ଟାଇନି ଓଷା

କହଇ ଦାସ ଅଜା ନିଧି,
ଏ ପୂଜା କରିବାର ବିଧି।
ଶୁଣ ପ୍ରେମାଳୁ ଦେଇ ମନ,
ଭାଲେଣ୍ଟାଇନି ଓଷା ଗୁଣ।।
ବଡି ସକାଳୁ ନିଦ୍ରା ତେଜି,
ମେସେଜ ଗୋଟେ ଦେବ ଭେଜି।
ତାପରେ ସ୍ନାନ ଗୃହ ଯାଇ,
ଦେହ ମାଜିବ ଡୋଭ ଦେଇ।
କେଶ ପଖାଳି ସାମ୍ପୁ ବୋଳି,
କରିବ ତାକୁ ଫୁରୁ ଫୁରି।।
ନୂତନ ବସ୍ତ୍ର ପରିହରି,
ଗୋଲାପ ଟିଏ ହସ୍ତେ ଧରି।
ସିଧା ଧାଇଁବ ପାର୍କ୍ ଦିଗେ,
ଅପେକ୍ଷାରତ ସିଏ ଥିବେ।
ପୁଷ୍ପ ଅର୍ପଣ କରି ହାତେ,
ଜଣେଇ ଦେବ ପ୍ରେମ କେତେ।।
ଚତୁର୍ଦିଗକୁ ନିଘା କରି,
ସତର୍କ ଦୃଷ୍ଟି ଥିବ ଡେରି।
ଯଦି ଆସିବେ ବଜ ରଙ୍ଗି,
ତୁରନ୍ତ ସେଠୁ ଯିବ ଭାଗି।।
ଜୟ ହୋ..



from Odisha Reporter http://bit.ly/2WZLlrh

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages