ଆଖୁ ଦେବାକୁ ମନା କରିବାରୁ ଗୁଳି ଖାଇଲେ ଆଖୁ ଚାଷୀ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, February 13, 2019

ଆଖୁ ଦେବାକୁ ମନା କରିବାରୁ ଗୁଳି ଖାଇଲେ ଆଖୁ ଚାଷୀ

ବଲାଙ୍ଗିର(ଘଟେଶ୍ୱର ମିଶ୍ର):ସାମାନ୍ୟ ବଚ୍‌ସାରୁ ଗୁଳିକାଣ୍ଡ। ବଲାଙ୍ଗିର ଜିଲ୍ଲା ତୁଷୁରା ଥାନା ସମରା ଗାଁର ୬୦ ବର୍ଷୀୟ ଆଖୁ ଚାଷୀ ମଂଗଳୁ ସେଠ ଚାଷୀଙ୍କୁ ଗୁଳିମାଡ ହୋଇଛି। ବୃଦ୍ଧ ଜଣକ ଆଖୁ କିଆରିକୁ ଜଗିଥିବା ସମୟରେ ଚାରି ଜଣ ଯୁବକ ହଠାତ ଆଖୁ ଖାଇବା ପାଇଁ ଉଦ୍ୟମ କରିଥିଲେ ।

ହେଲେ ପରମ୍ପରା ମୁତାବକ ପୂଜାପାଠ ହୋଇ ନଥିବାରୁ ଆଖୁ କାଟିବାକୁ ବାରଣ କରିଥିଲେ ବୃଦ୍ଧ। ଆଖୁ ଚାଷୀ ମଂଗଳୁଙ୍କର ଯୁକ୍ତି ଥିଲା ଯେ, ପ୍ରଥମେ ପୂଜା ପରେ ଆଖୁ କିଆରିରୁ ଆଖୁ ଖାଇବା ପାଇଁ କିମ୍ବା ଅନ୍ୟ କାମରେ ବ୍ୟବହାର କରାଯାଇଥାଏ। ଅତେଣୁ ପୂଜାପାଠ କରାଯାଇନଥିବାରୁ ମଂଗଳୁ ଆଖୁ ଖାଇବା ପାଇଁ ଯୁବକ ମାନଙ୍କୁ ମନା କରିଥିଲେ। ଏହା ପରେ ଯୁବକ ମାନେ ମଂଗଳୁଙ୍କ ସହିତ ପାଟିତୁଣ୍ଡି କରିଥିଲେ। ହଠାତ୍‌ ଆକାଶ ପାଣିଗ୍ରାହୀ ନାମକ ଜଣେ ଯୁବକ ପକ୍ଷୀମରା ବନ୍ଧୁକରେ ମଂଗଳୁଙ୍କ ଉପରେ ଗୁଳି ଚାଳନା କରିଥିଲେ। ମଂଗଳୁଙ୍କ ଡାହାଣ ଗୋଡର ଜଂଘ ପାଖରେ ଗୁଳି ବାଜିଥିଲା।

ଗୁଳିମାରି ଯୁବକ ମାନେ ଫେରାର ହୋଇଯାଇଥିଲେ। ପରିବାର ଲୋକେ ମଂଗଳୁଙ୍କୁ ପ୍ରଥମେ ତୁଷୁରା ହସ୍‌ପିପଟାଲ ଏବଂ ପରେ ବଲାଙ୍ଗିର ଭୀମଭୋଇ ମେଡିକାଲ କଲେଜ ହସପିଟାଲରେ ଭର୍ତ୍ତି କରାଯାଇଥିଲା ଗୁଳି ଗୋଡରେ ରହିଯାଇଥିବାରୁ ଅଧିକ ଚିକିତ୍ସା ପାଇଁ ବୁର୍ଲାକୁ ସ୍ଥାନାନ୍ତର କରାଯାଇଛି।  ତୁଷୁରା ପୋଲିସ ସଂପୃକ୍ତ ଯୁବକ ମାନଙ୍କୁ ଗିରଫ କରିବା ପାଇଁ ଉଦ୍ୟମ ଜାରି ରଖିଛି  କିନ୍ତୁ ଏ ସଂର୍ପକରେ ପୁଲିସର ମତାମତ ମିଲିପାରିନାହିଁ ।



from Odisha Reporter http://bit.ly/2Gp4Dl4

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages