ଓସ୍କାର ଦୌଡ଼ରେ ଭାରତୀୟ ସିନେମା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, February 21, 2019

ଓସ୍କାର ଦୌଡ଼ରେ ଭାରତୀୟ ସିନେମା

ନୂଆଦିଲ୍ଲୀ(ଓଡ଼ିଶା ରିପୋର୍ଟର): ଆସନ୍ତା ଫେବ୍ରୁଆରୀ ୨୪ରେ ହେବାକୁ ଯାଉଛି ବିଶ୍ୱର ସବୁଠୁ ବଡ଼ ଫିଲ୍ମ ଆୱର୍ଡ଼ ‘The Oscars 2019’। ଏହା ଓସ୍କାର ଆୱର୍ଡର ୯୧ତମ ସଂସ୍କରଣ। ସବୁଥର ଭଳି ଏଥର ମଧ୍ୟ ସାରା ଦୁନିଆରୁ ଅନେକ ଫିଲ୍ମ ଏହି ଆୱର୍ଡ଼ ଜିତିବା ପାଇଁ ରେସ୍‌ରେ ସାମିଲ୍‌ ହେବେ। ଏଥିମଧ୍ୟରେ ରହିଛି ଏକ ଭାରତୀୟ ଫିଲ୍ମ। ଫିଲ୍ମଟିର ନାଁ ହେଉଛି ‘Period. End of Sentence’। ଏହା ଏକ ଭାରତୀୟ ସର୍ଟ ଫିଲ୍ମ। ଏହାକୁ ୯୧ତମ ଏକାଡେମିକ୍‌ ଆଓୱାର୍ଡ଼ ପାଇଁ ‘ଡକ୍ୟୁମେଣ୍ଟ୍ରି ସର୍ଟ ସବଜେକ୍ଟ’ କାଟେଗୋରୀରେ ନୋମିନେଶନ୍ ମିଳିଛି।

୨୬ ମିନିଟ୍‌ର ଏହି ଫିଲ୍ମଟି ଭାରତୀୟ ମହିଳାମାନଙ୍କର ମାସିକଧର୍ମ ସହ ଜଡ଼ିତ କିଛି ସମସ୍ୟା ବିରୋଧରେ ଅସଲି ପ୍ୟାଡମ୍ୟାନ୍‌ ଅରୁଣାଚଳମ ମୃଗନାଥନ୍‌ଙ୍କ କାର୍ଯ୍ୟ ଉପରେ ପର୍ଯ୍ୟବେଶିତ। ଉତ୍ତର ଭାରତର ହାପୁଡ଼ା ପାଖରେ କାଥିଖେଡ଼ା ଗାଁ। ଏହି ଗ୍ରାମର କିଛି ମହିଳା କିପରି ମୃଗନାଥମ୍‌ଙ୍କ ଦ୍ୱାରା ପ୍ରଭାବିତ ହୋଇଛନ୍ତି ତାହା ଏହି ଫିଲ୍ମରେ ପ୍ରଦର୍ଶିତ ହୋଇଛି। ମୃଗନାଥମ୍‌ଙ୍କ ଆବିଷ୍କୃତ ଲୋ-କଷ୍ଟ ସାନିଟାରୀ ନାପ୍‌କିନ୍‌ ତିଆରି ମେଶିନ୍‌ ସ୍ଥାପନ କରିବା ଓ ସମ୍ପୃକ୍ତ ଗ୍ରାମର ମହିଳାମାନଙ୍କ ଅନୁଭବ ଉପରେ ଏହି ଫିଲ୍ମର କାହାଣୀ ଗତିଶୀଳ ହୋଇଛି।

ଫିଲ୍ମର ନିର୍ମାଣ ଇରାନୀ-ଆମେରିକୀୟ ଫିଲ୍ମ ନିର୍ମାତା ରେକା ଜୋହାବାଚୀଙ୍କ ପ୍ରୋଜେକ୍ଟ ‘ପ୍ୟାଡ୍‌’ର ଅନୂରୁପ ହୋଇଛି। ଫିଲ୍ମଟି ଗୁନୀତ ମୋଙ୍ଗାଙ୍କ ସିଖିୟା ଏଣ୍ଟରଟେନ୍‌ମେଣ୍ଟ କମ୍ପାନୀର ବ୍ୟାନରରେ ପ୍ରସ୍ତୁତ ହୋଇଛି। ଏହି କମ୍ପାନୀ ‘ଦ ଲଞ୍ଚ ବକ୍ସ’ ଓ ‘ମଶାନ୍‌’ ପରି ଫିଲ୍ମ ସହ ଜଡ଼ିତ।



from Odisha Reporter https://ift.tt/2XiWqDQ

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages