ପାଣ୍ଡ୍ୟା-ରାହୁଲଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ ନୂଆ ଅମବୁଡସମ୍ୟାନ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, February 21, 2019

ପାଣ୍ଡ୍ୟା-ରାହୁଲଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ ନୂଆ ଅମବୁଡସମ୍ୟାନ

ନୂଆଦିଲ୍ଲୀ: ବିସିସିଆଇ ରାଜ୍ୟ କ୍ରିକେଟ ସଂଘ ଗୁଡ଼ିକ ମଧ୍ୟରେ ଚାଲିଥିବା ବିବାଦର ସମୀକ୍ଷା କରିବାକୁ ଆଜି ସୁପ୍ରିମକୋର୍ଟ ପୂର୍ବତନ ବିଚାରପତି ଜଷ୍ଟିସ୍‌ ଡିକେ ଜୈନ୍‌ଙ୍କୁ ନିଯୁକ୍ତ କରିଛନ୍ତି। ସେ ନୂଆ ଅମବୁଡସମ୍ୟାନ ଭାବେ କାର୍ଯ୍ୟ କରିବେ। ଜଷ୍ଟିସ୍‌ ଜୈନ୍‌ ହାର୍ଦ୍ଦିକ ପାଣ୍ଡ୍ୟା ଓ କେଏଲ ରାହୁଲ ଏକ ଟିଭି ଶୋ’ରେ ମହିଳାଙ୍କ ଉପରେ ଦେଇଥିବା ଆପତ୍ତିଜନକ ମନ୍ତବ୍ୟ ଦେବା ଘଟଣାର ମଧ୍ୟ ତଦନ୍ତ କରିବେ। ତେଣୁ ତାଙ୍କ ରିପୋର୍ଟ ଉଭୟ ପାଣ୍ଡ୍ୟା ଓ ରାହୁଲଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବ।

National Consumer Disputes Redressal Commissionର ପୂର୍ବତନ ଅଧ୍ୟକ୍ଷ ଜଷ୍ଟିସ୍‌ ଜୈନ୍‌ ବିସିସିଆଇ ଅଫିସିଆଲ୍‌ଙ୍କ ବିରୋଧରେ ଆସିଥିବା ଭ୍ରଷ୍ଟାଚାର ମାମଲାର ମଧ୍ୟ ତଦନ୍ତ କରିବେ। ସୁପ୍ରିମକୋର୍ଟ ଜଷ୍ଟିସ୍‌ ଜୈନ୍‌ଙ୍କୁ ଯଥା ଶୀଘ୍ର ସମ୍ଭବ ଦାୟିତ୍ୱ ଗ୍ରହଣ କରିବାକୁ ପରାମର୍ଶ ଦେଇଛନ୍ତି।

ଜଷ୍ଟିସ୍‌ ଏସ୍‌ ଏ ବୋବଡେ ଓ ଜଷ୍ଟିସ୍‌ ଏଏମ ସାପ୍ରେଙ୍କ ଖଣ୍ଡପୀଠ କହିଛନ୍ତି, “ ସମସ୍ତଙ୍କ ମତାମତ ଓ ପ୍ରସ୍ତାବକୁ ଗ୍ରହଣ କରି ସର୍ବସମ୍ମତି କ୍ରମେ ଜଷ୍ଟିସ୍‌ ଜୈନ୍‌ଙ୍କୁ ବିସିସିଆଇର ନୂଆ ଅମବୁଡସମ୍ୟାନ୍‌ ଭାବେ ନିଯୁକ୍ତି ଦିଆଯାଉଛି। ଏଥିପାଇଁ ଆମେ ଖୁସି ବ୍ୟକ୍ତ କରୁଛୁ। ଜଷ୍ଟିସ୍‌ ଜୈନ୍‌ ହେଉଛନ୍ତି ବିସିସିଆଇର ପ୍ରଥମ ଅମବୁଡସମ୍ୟାନ୍‌।”

ଜାନୁଆରୀ ୧୭ରେ ସୁପ୍ରିମକୋର୍ଟ ବିସିସିଆଇର ନୂଆ ଆମିକସ୍‌ କ୍ୟୁରୀ ଭାବେ ପିଏସ୍‌ ନରସିମାଙ୍କୁ ନିଯୁକ୍ତି ଦେଇଥିଲେ।



from Odisha Reporter https://ift.tt/2Sh8IJc

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages