
ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆସନ୍ତା ୨୦୧୯ ସାଧାରଣ ନିର୍ବାଚନ ପାଇଁ ନିର୍ବାଚନ କମିଶନଙ୍କ ପ୍ରସ୍ତୁତି ଆରମ୍ଭ ହୋଇଛି। ଏନେଇ ଭାରତୀୟ ନିର୍ବାଚନ କମିଶନର ଅଶୋକ ଲାଭାସାଙ୍କ ନେତୃତ୍ୱରେ ୬ ଜଣିଆ ଟିମ୍ ୩ ଦିନିଆ ଓଡ଼ିଶା ଗସ୍ତରେ ଆସିଛନ୍ତି। ମୁଖ୍ୟ ନିର୍ବାଚନ କମିଶନଙ୍କ ନିର୍ବାଚନ ପ୍ରସ୍ତୁତି ସମୀକ୍ଷାର ଆଜି ଦ୍ୱିତୀୟ ଦିନ। ଏହି ଅବସରରେ କେନ୍ଦ୍ର ଓ ରାଜ୍ୟ ନୋଡାଲ୍ ଅଫିସରଙ୍କ ସହ ମୁଖ୍ୟ ନିର୍ବାଚନ କମିଶନ ଆଲୋଚନା କରିଛନ୍ତି। ଏହାସହ ମୁଖ୍ୟ ଶାସନ ସଚିବ ଓ ପୁଲିସ ଡିଜିଙ୍କ ସହ ମଧ୍ୟ ଆଲୋଚନା କରିଛନ୍ତି।
ମୁଖ୍ୟ ନିର୍ବାଚନ କମିଶନର ଅଶୋକ ଲାଭାସା କହିଛନ୍ତି, “ଚଳିତଥର ସିଟିଜେନ୍ ଭିଜିଲାନ୍ସ ଆପ୍ ଲଞ୍ଚ କରାଯିବ। ଯଦି କିଛି ଅଭିଯୋଗ ଥାଏ, ତେବେ ଜଣେ ବ୍ୟକ୍ତି ଚାହିଁଲେ ଫଟୋଗ୍ରାଫ୍ ନେଇ ଆପ୍ରେ ଅଭିଯୋଗ କରିପାରିବେ। ଭୋଟର୍ ତାଲିକାରରୁ ବାଦ୍ ପଡ଼ିଥିବା ବ୍ୟକ୍ତିମାନଙ୍କୁ ଏଥିରେ ସୁଯୋଗ ଦିଆଯିବ। ଆସନ୍ତା ୧୭ରୁ ୨୩ ତାରିଖ ଯାଏ ରାଜ୍ୟର ବିଭିନ୍ନ ସ୍ଥାନରେ ଏନେଇ କ୍ୟାମ୍ପ ହେବ। ଚଳିତଥର ରାଜ୍ୟରେ ମୋଟ୍ ୩୭ ହଜାର ୬୦୬ଟି ପୋଲିଂ ଷ୍ଟେସନ୍ ବ୍ୟବସ୍ଥା ରହିଛି। ନିର୍ବାଚନ ବେଳେ ଟଙ୍କା ଭୋଟ୍ରଙ୍କୁ ପ୍ରଲୋଭିତ କରୁବାକୁ ଚେଷ୍ଟା କରୁଥିବା ଲୋକଙ୍କୁ ଏହି ଆପ୍ ଜରିଆରେ ରୋକାଯାଇପାରିବ।”
ମୁଖ୍ୟ ନିର୍ବାଚନ କମିଶନଙ୍କ ସହ ଆଲୋଚନା ପରେ ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢୀ କହିଛନ୍ତି, “ନିର୍ବାଚନ ନେଇ ଆଇନ ଶୃଙ୍ଖଳା ଉପରେ ବିସ୍ତୃତ ଆଲୋଚନା ହୋଇଛି। ଏଥିସହ ବୁଥ୍ରେ ବିଦ୍ୟୁତ୍ ଓ ପାନୀୟ ଜଳ ବ୍ୟବସ୍ଥା ଉପରେ ଆଲୋଚନା କରାଯାଇଛି। ନିର୍ବାଚନ ଆୟୋଗଙ୍କ ଗାଇଡ୍ ଲାଇନ୍ ପାଳନ ସଂପର୍କରେ ଅବଗତ କରିଛି।”
ସେହିପରି ମୁଖ୍ୟ ନିର୍ବାଚନ କମିଶନଙ୍କ ନିର୍ବାଚନ ପ୍ରସ୍ତୁତି ସମୀକ୍ଷା ପରେ ଡିଜିପି ଆରପି ଶର୍ମା କହିଛନ୍ତି, “ନିର୍ବାଚନ ବେଳେ ଆଇନ ଶୃଙ୍ଖଳା ବଜାୟ ରଖିବା ଉପରେ ଗୁରୁତ୍ୱ ଦିଆଯିବ। ନକ୍ସଲ ପ୍ରବଣ ଅଞ୍ଚଳରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି ହେବ। ସୀମାବର୍ତ୍ତୀ ରାଜ୍ୟଗୁଡ଼ିକର ସୁରକ୍ଷା ଅଧିକାରୀଙ୍କ ସହ ଆଲୋଚନା ହେବ। ସମ୍ବେଦନଶୀଳ ବୁଥ୍ ଉପରେ ପୁଲିସର କଡ଼ା ନଜର ରହିବ। ଭୋଟରଙ୍କୁ ପ୍ରଲୋଭିତ କରିବାକୁ ଟଙ୍କା କାରବାର ଉପରେ ନଜର ରଖାଯିବ। ବିଶୃଙ୍ଖଳାକାରୀଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯିବ।”
from Odisha Reporter http://bit.ly/2X4SLtq
No comments:
Post a Comment